କଏଦୀଙ୍କ ପିଠିରେ ଓଁ : ତଦନ୍ତ ଆଦେଶ ଦେଲେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ

Published: Apr 20, 2019, 3:53 pm IST

କଏଦୀଙ୍କ ପିଠିରେ ଓଁ ଖୋଦା ଯାଇଥିବା ଘଟଣାର ତଦନ୍ତ ଆଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଜେଲ୍‌ ଅଧିକାରୀ ଏବଂ ଡିଜିପିଙ୍କୁ ଏହି ମାମଲାରେ ଉତ୍ତର ରଖିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର କଏଦୀଙ୍କ ପିଠିରେ ଜେଲର ଓଁ ଟାଟୁ ଖୋଦେଇ କରିଥିବା ନେଇ ଅଭିଯୋଗ ଆସିଥିଲା। ୨୪ ଘଣ୍ଟା ମଧ୍ୟରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିଚାରାଧୀନ କଏଦୀ ଜଣଙ୍କୁ ଜେଲର ରାଜେଶ ଚୌହାନ ନିର୍ଯାତନା ଦେଉଥିବା ତଥା ଖାଇବାକୁ ଦେଉନଥିବା ନେଇ ଅଭିଯୋଗ ଆସିଥିଲା। ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ ରିଚା ପରିହାର ମାମଲାର ବିଚାର କରି ତୁରନ୍ତ ଏକ ଚିକିତ୍ସକ ଦଳ ମାମଲାର ପରୀକ୍ଷଣ କରିବା ସହିତ ଡିଜିପିଙ୍କୁ ରିପୋର୍ଟ ପ୍ରଦାନ ପାଇଁ ମଧ୍ୟ ଆଦେଶ ଦେଇଛନ୍ତି। ଏପ୍ରିଲ୍‌ ୧୨ ତାରିଖରେ ଏହି ଘଟଣା ଘଟିଥିଲା। କଏଦୀଙ୍କ ସୁରକ୍ଷା ପାଇଁ ତାଙ୍କୁ ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related posts