Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର-ବାଲୁଗାଁ ମୁଖ୍ୟରାସ୍ତା ଅନ୍ଧକାରମୟ ପ୍ରସଙ୍ଗ: ସମସ୍ୟାପ୍ରତି ଧ୍ୟାନ ଦେଉନାହାନ୍ତି ବିଡ଼ିଓ
ଆଜିର ଖବର

ବାଣପୁର-ବାଲୁଗାଁ ମୁଖ୍ୟରାସ୍ତା ଅନ୍ଧକାରମୟ ପ୍ରସଙ୍ଗ: ସମସ୍ୟାପ୍ରତି ଧ୍ୟାନ ଦେଉନାହାନ୍ତି ବିଡ଼ିଓ

December 8, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ମୁଖ୍ୟ ରାସ୍ତା ଅନ୍ତର୍ଗତ ବାଇପାସ ଠାରୁ ନନ୍ଦପୁର ପର୍ଯ୍ୟନ୍ତ ରାସ୍ତା ଦୀର୍ଘ ବର୍ଷ ଧରି ଅନ୍ଧକାର ରହିଛି। ଏହି ଖବର ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ପ୍ରକାଶିତ ହେଉଥିଲେ ମଧ୍ୟ ବାଣପୁର ବ୍ଲକ ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ ଉକ୍ତ ସମସ୍ୟାକୁ ଗୁରୁତ୍ୱ ଦେଉନଥିବାର ଦେଖାଯାଇଛି। ବର୍ତ୍ତମାନ ଶୀତଋତୁ ଜାରି ରହିଥିବା ବେଳେ ଓଡିଶା ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀ ମନ୍ଦିରକୁ ପ୍ରତିଦିନ ରାଜ୍ୟର କୋଣ ଅନୁକୋଣରୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ଅନ୍ଧାର ହୋଇ ପଡ଼ିରହିଥିବା ବାଣପୁର-ବାଲୁଗାଁ ମୁଖ୍ୟ ରାସ୍ତାଟି ପର୍ଯ୍ୟଟକ ତଥା ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ଭୟ ସୃଷ୍ଟିକରୁଛି।

ସ୍ପଷ୍ଟ ଦିବାଲୋକରେ ଏହି ରାସ୍ତା ସୁରକ୍ଷିତ ନଥିବା ବେଳେ ରାତିରେ ଯାତାୟାତ କରୁଥିବା ଯାତ୍ରୀ ସୁରକ୍ଷିତ ମଣୁନାହାନ୍ତି। ନିକଟରେ ଉକ୍ତ ରାସ୍ତା ଅନ୍ତର୍ଗତ ପାରିନୂଆଗାଁ ଛକରୁ ଦିନ ବେଳେ ଲକ୍ଷାଧିକ ଟଙ୍କା ଲୁଟ ମଧ୍ୟ ହୋଇଥିଲା।

ତେବେ ଦିନକୁ ଦିନ ଉକ୍ତ ରାସ୍ତାରେ ଅପରାଧିକ ଗତିବିଧି ବଢୁଥିବାବେଳେ ଦୁର୍ଘଟଣା ମଧ୍ୟ ବଢୁଛି। ତଥାପି ବ୍ଲକ ପ୍ରଶାସନ କିପରି ଏହାକୁ ଗୁରୁତ୍ୱ ଦେଉନାହିଁ, ତାହା ଆଶ୍ଚର୍ଯ୍ୟର ବିଷୟ ପାଲଟିଛି।

ଉନ୍ନତିମୂଳକ କାର୍ଯ୍ୟକୁ ରାଜ୍ୟସରକାର ଗୁରୁତ୍ଵ ଦେଉଥିବା ବେଳେ ଏଠି କିନ୍ତୁ ସ୍ଥାନୀୟ ପ୍ରଶାସନଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୈନିକ ହଜାର ହଜାର ଲୋକ ଏହି ରାସ୍ତାରେ ଯାତାୟାତ କରୁଥିବା ବେଳେ ଦେଶ ବିଦେଶରୁ ମଧ୍ୟ ପର୍ଯ୍ୟଟକମାନେ ବାଣପୁର ଆସୁଛନ୍ତି। କିନ୍ତୁ ସ୍ଥାନୀୟ ପ୍ରଶାସନର ନୂଆ ଲାଇଟ ଲଗାଇବା ଦୂରର କଥା ଏପରିକି ଖରାପ ହୋଇଯାଇଥିବା ପୁରୁଣା ଲାଇଟକୁ ମରାମତି ମଧ୍ୟ କରିପାରୁନି।

ସୂଚନା ଥାଉକି ଉକ୍ତ ସମସ୍ୟାକୁ ଗଣମାଧ୍ୟମ ଜରିଆରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲପାଳ ଏବଂ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ମଧ୍ୟ ପୂର୍ବରୁ ଦୃଷ୍ଟି ଆକର୍ଷଣ କରାଯାଇଛି। ତେବେ ବିଡ଼ିଓ ପ୍ରଦ୍ୟୁମ୍ନ ନାୟକଙ୍କୁ ପଚାରିବାରୁ ଶୀଘ୍ର ଉକ୍ତ ସମସ୍ୟାର ସମାଧାନ ହେବ ବୋଲି କହୁଛନ୍ତି। କିନ୍ତୁ ଅଦ୍ୟାବଧି ଏହାର ସୁଫଳ ଦେଖିବାକୁ ମିଳୁନାହିଁ। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି। ଯଦି ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ନହୁଏ, ତେବେ ଏହାକୁ ନେଇ ଏକ ବଡ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।

ବାଣପୁର ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରିଜିମ୍‍-ଏସଜି ପୋର୍ଟାଲର ଶୁଭାରମ୍ଭ

March 26, 2026

ଇମିଗ୍ରେସନ, ଭିସା, ବିଦେଶୀ ପଞ୍ଜୀକରଣ ଏବଂ ଟ୍ରାକିଂ ଯୋଜନା ଜାରି ରଖିବାକୁ କ୍ୟାବିନେଟ ମଞ୍ଜୁରି

March 26, 2026

ଆଜି ମାର୍ଚ୍ଚ ୨୬ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନେ କଥାବାର୍ତ୍ତାରେ ସାବଧାନ ରୁହନ୍ତୁ

March 26, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଏଇ ରବିବାର ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ” 

March 25, 2026
Latest News

ପ୍ରିଜିମ୍‍-ଏସଜି ପୋର୍ଟାଲର ଶୁଭାରମ୍ଭ

March 26, 2026

ଇମିଗ୍ରେସନ, ଭିସା, ବିଦେଶୀ ପଞ୍ଜୀକରଣ ଏବଂ ଟ୍ରାକିଂ ଯୋଜନା ଜାରି ରଖିବାକୁ କ୍ୟାବିନେଟ ମଞ୍ଜୁରି

March 26, 2026

ଆଜି ମାର୍ଚ୍ଚ ୨୬ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନେ କଥାବାର୍ତ୍ତାରେ ସାବଧାନ ରୁହନ୍ତୁ

March 26, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଏଇ ରବିବାର ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ” 

March 25, 2026

ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏଆଇ କର୍ମଶାଳା

March 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.