Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱ ପରିବେଶ ପ୍ରଭାବ ୨୦୨୧ ସିଡିପି ରେଟିଂରେ ରିଲାଏନ୍ସ ଜିଓକୁ ସର୍ବୋଚ୍ଚ “ଏ-’ ରେଟିଂ ପ୍ରଦାନ
ଆଜିର ଖବର

ବିଶ୍ୱ ପରିବେଶ ପ୍ରଭାବ ୨୦୨୧ ସିଡିପି ରେଟିଂରେ ରିଲାଏନ୍ସ ଜିଓକୁ ସର୍ବୋଚ୍ଚ “ଏ-’ ରେଟିଂ ପ୍ରଦାନ

December 11, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ୱର: ଭାରତର ସର୍ବବୃହତ୍ ଟେଲିକମ୍ କଂପାନି ରିଲାଏନ୍ସ ଜିଓକୁ ସିଡିପିର ୨୦୨୧ର ବିଶ୍ୱ ର‌୍ୟାଙ୍କିଙ୍ଗ୍‌ରେ ସର୍ବୋଚ୍ଚ “ଏ-‘ ରେଟିଂ ପ୍ରଦାନ କରାଯାଇଛି। ଲଣ୍ଡନରେ ମୁଖ୍ୟ କାର୍ଯ୍ୟାଳୟ ରହିଥିବା ସଂସ୍ଥା ସିଡିପି ପକ୍ଷରୁ ପରିବେଶ ପ୍ରଭାବର ମୁକାବିଲା କରିବା ଲାଗି କଂପାନିଗୁଡ଼ିକ ଗ୍ରହଣ କରିଥିବା ବ୍ୟବସ୍ଥା ପାଇଁ ଏହି ରେଟିଂ ପ୍ରଦାନ କରାଯାଉଛି। ରିଲାଏନ୍ସ ଜିଓ ଦେଶର ସେହି କିଛି ହାତଗଣତି କଂପାନିଗୁଡ଼ିକ ମଧ୍ୟରୁ ଅନ୍ୟତମ ଯାହାକୁ ଲିଡର୍‌ସିପ୍ ରେଟିଂ “ଏ-‘ ପ୍ରଦାନ କରାଯାଇଛି।
ରିଲାଏନ୍ସ ଜିଓ ଭାରତୀୟ ଟେଲିକମ୍ ଓ ଡିଜିଟାଲ୍ କ୍ଷେତ୍ରର ଏକମାତ୍ର କଂପାନି ଯାହାକୁ ପରିବେଶ ପ୍ରଭାବର ସୁପରିଚାଳନା ପାଇଁ ସର୍ବୋଚ୍ଚ “ଏ-‘ ରେଟିଂ ପ୍ରଦାନ କରାଯାଇଛି। ଗତବର୍ଷ ଜିଓର ରେଟିଂ “ବି’ ରହିଥିବା ବେଳେ ଚଳିତ ବର୍ଷ ସେଥିରେ ଉନ୍ନତି ଘଟି ଏହା ସର୍ବୋଚ୍ଚ “ଏ-‘ ହାସଲ କରିଛି। ସେହିଭଳି ଭାରତୀ ଏୟାରଟେଲ୍ ଗତବର୍ଷ ପାଇଥିବା “ଡି’ ରେଟିଂ ତୁଳନାରେ ସାମାନ୍ୟ ଉନ୍ନତି ସହ ଚଳିତ ବର୍ଷ “ସି’ ରେଟିଂ ପାଇଛି।ସାରା ବିଶ୍ୱର ୨୭୨ଟି କଂପାନିକୁ ଲିଡରସିପ୍ ରେଟିଂ ପ୍ରଦାନ କରାଯାଇଛି। ଜଳବାୟୁ ପରିବର୍ତନ, ଜଙ୍ଗଲ ଓ ଜଳର ସୁରକ୍ଷା ଭଳି ବିଷୟରେ କଂପାନିଗୁଡ଼ିକର ଉତମ କାର୍ଯ୍ୟ ପ୍ରଣାଳୀ ଓ ସେମାନଙ୍କ ପାରଦର୍ଶିତାକୁ ବିଚାରକୁ ନେଇ ଏହି ରେଟିଂ ପ୍ରଦାନ କରାଯାଇଛି। ୨୦୦୦ ମସିହାରେ ସ୍ଥାପିତ ହୋଇଥିବା ସିଡିପି ପକ୍ଷରୁ କଂପାନିଗୁଡ଼ିକୁ ସେମାନଙ୍କ ପରିବେଶ ପ୍ରଭାବ ବିଷୟରେ ଘୋଷଣା କରିବା ଓ ଗ୍ରିନ୍ ହାଉସ୍ ଗ୍ୟାସ୍‌କୁ କମ୍ କରିବା ଲାଗି ପ୍ରୋତ୍ସାହିତ କରାଯାଉଛି।

ସିଡିପି ପକ୍ଷରୁ କୁହାଯାଇଛି ଯେ ସାରା ବିଶ୍ୱର ମାତ୍ର ଦୁଇ ପ୍ରତିଶତ କଂପାନିକୁ ସିଡିପି ରେଟିଂ ଦିଆଯାଇଛି। ସିଡିପି ପକ୍ଷରୁ ଏ ଠାରୁ ଡି ପର୍ଯ୍ୟନ୍ତ ବିଭିନ୍ନ ରେଟିଂ ଦିଆଯାଉଛି। ଏ ରେଟିଂ ହେଉଛି ଲିଡର୍‌ସିପ୍ ସ୍ତର। ବି ରେଟିଂ ପ୍ରବନ୍ଧନ ସ୍ତରରେ ଥିବା କଂପାନିଗୁଡ଼ିକୁ ପ୍ରଦାନ କରାଯାଉଛି। ସି ରେଟିଂକୁ ସଚେତନତା ସ୍ତରର ରେଟିଂ ଭାବେ ବିଚାର କରାଯାଉଛି। ସିଡିପି ଅନୁସାରେ ଡି-ରେଟିଂ ହେଉଛି ପ୍ରାରମ୍ଭିକ ସ୍ତର।

"ଏ-’ ରେଟିଂ ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026
Latest News

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.