ଉଇଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ‘ବୀରଚକ୍ର’ ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ସୁପାରିସ୍‌

Published: Apr 21, 2019, 12:04 pm IST
IAF recommends Wing Commander Abhinandan Varthaman for Vir Chakra

ଉଇଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ସମ୍ମାନଜନକ ଯୁଦ୍ଧକାଳୀନ ମେଡାଲ ‘ବୀର ଚକ୍ର’ ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ସୁପାରିସ କରାଯାଇଛି। ସେ ପାକିସ୍ତାନର ଏଫ୍‌-୧୬ ଯୁଦ୍ଧବିମାନକୁ ଆକାଶମାର୍ଗରେ ହିଁ ଧ୍ୱଂସ କରିବାର ପରାକ୍ରମ ଦେଖାଇଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉ ଦର୍ଶାଇ ବାୟୁ ସେନା ପକ୍ଷରୁ ଏହି ସୁପାରିସ କରାଯାଇଛି। ଅନ୍ୟପକ୍ଷରେ ପାକିସ୍ତାନରେ ବୋମା ବର୍ଷଣ କରାଇଥିବା ୧୨ଟି ମିରାଜ୍‌ ୨୦୦୦ର ପାଇଲଟଙ୍କୁ ମଧ୍ୟ ସେମାନଙ୍କ ବୀରତ୍ୱ ପାଇଁ ସମ୍ମାନିତ କରାଯିବ। ଯୁଦ୍ଧକାଳୀନ ସାମରିକ ସମ୍ମାନ ମଧ୍ୟରେ ‘ବୀର ଚକ୍ର’ ତୃତୀୟ ଶ୍ରେଷ୍ଠ ସମ୍ମାନ। ଏହା ସ୍ଥଳ, ଜଳ ଏବଂ ଆକାଶ ପଥରେ ଶତ୍ରୁର ମୁକାବିଲା କରିବା ସମୟରେ ଉଲ୍ଲେଖନୀୟ ବୀରତ୍ୱ ପ୍ରଦର୍ଶନ କରିଥିବା ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥାଏ। ଖୁବ୍‌ ଶୀଘ୍ର ଅଭିନନ୍ଦନ ନୂତନ ନିଯୁକ୍ତି ସ୍ଥାନକୁ ଯିବେ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।

Related posts