ସୁରକ୍ଷା ବାହିନୀଙ୍କୁ ବଡ ସଫଳତା, ୨ ପାକିସ୍ତାନୀଙ୍କ ସମେତ ଜୈଶ-ଇ-ମହମ୍ମଦର ୬ ଆତଙ୍କବାଦୀ ନିହତ

Published: Dec 30, 2021, 11:39 am IST

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଦୁଇଟି ପୃଥକ ମୁକାବିଲାରେ ଜଣେ ପୋଲିସ୍ ଆହତ ହୋଇଥିବାବେଳେ ଦୁଇ ଜଣ ପାକିସ୍ତାନୀ ନାଗରିକଙ୍କ ସମେତ ୬ ଜଣ ଜୈଶ-ଇ-ମହମ୍ମଦ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ସେନା, ସିଆରପିଏଫ ଏବଂ କାଶ୍ମୀର ପୋଲିସ ଗତ ୧୨ ଘଣ୍ଟା ମଧ୍ୟରେ କାଶ୍ମୀରରୁ ୬ ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ସଫା କରିଛି। ଅନନ୍ତନାଗ ଏବଂ କୁଲଗାମରେ ଦୁଇଟି ପୃଥକ ମୁକାବିଲାରେ ଏହି ସମସ୍ତ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ପାକିସ୍ତାନୀ ବୋଲି ନିଶ୍ଚିତ ହୋଇଛି।

ସୂଚନା ଦେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ମିଳିଥିବା ଗୁପ୍ତଚର ଆଧାରରେ କୁଲଗାମ ଜିଲ୍ଲାର ମିରହାମା ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ୱାରା କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସର୍ଚ୍ଚ ଅପରେସନ ବେଳେ ଲୁଚି ରହିଥିବା ଆତଙ୍କବାଦୀମାନେ ହଠାତ୍ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ ବୋଲି ଅଧିକାରୀ କହିଛନ୍ତି।

ସେ କହିଛନ୍ତି ଯେ, ସୁରକ୍ଷା ବାହିନୀ ଏହାର ପ୍ରତିଶୋଧ ନେଇଛି ଏବଂ ଉଭୟ ଏନକାଉଣ୍ଟରରେ ମୋଟ ୬ ଜଣ ଆତଙ୍କବାଦୀ ଏବଂ ଦୁଇ ଜଣ ପାକିସ୍ତାନୀ ନାଗରିକଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ଏଥିସହ ପୂର୍ବରୁ ନିହତ ହୋଇଥିବା ଆତଙ୍କବାଦୀଙ୍କ ନିକଟରୁ ଗୋଟିଏ M-4 ଏବଂ ଦୁଇଟି AK-47 ରାଇଫଲ ମଧ୍ୟ ଜବତ କରାଯାଇଛି। ସୁରକ୍ଷା ବାହିନୀ ପାଇଁ ଏହା ଏକ ବଡ ସଫଳତା।

Related posts