ଶ୍ରୀଲଙ୍କା ବିସ୍ଫୋରଣ ଘଟଣା : ୬ ଭାରତୀୟଙ୍କ ସମେତ ମୃତକଙ୍କ ସଂଖ୍ୟା ୨୯୦କୁ ବୃଦ୍ଧି

Published: Apr 22, 2019, 10:59 am IST

ଶ୍ରୀଲଙ୍କାରେ ଇଷ୍ଟର ଅବସରରେ ଗତକାଲି ବିଭିନ୍ନ ସ୍ଥାନରେ ହୋଇଥିବା ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୨୯୦କୁ ବୃଦ୍ଧି ହୋଇଥିବା ବେଳେ ୫୦୦ରୁ ଅଧିକ ଆହତ ହୋଇଥିବାର ଖବର ମିଳିଛି। ମୃତକଙ୍କ ମଧ୍ୟରେ ୬ଜଣ ଭାରତୀୟ ରହିଥିବାର ସୂଚନା ମିଳିଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୪ ଜଣଙ୍କୁ ପୋଲିସ ଗିରଫ କରି ସାରିଛି। ଦୁଇ ଜଣ ଅଭିଯୁକ୍ତଙ୍କୁ ସୋମବାର ପୋଲିସ୍‌ ଡାମ୍ବୁଲାରୁ ଗିରଫ କରିଛି। ସେହିପରି ଏହି ଘଟଣାରେ ଗିରଫ ହୋଇଥିବା ସମସ୍ତ ବ୍ୟକ୍ତି ସ୍ଥାନୀୟ ଅଞ୍ଚଳର ବୋଲି ପ୍ରଧାନମନ୍ତ୍ରୀ ରାନିଲ୍‌ ବିକ୍ରମେସିଂଘେ କହିଛନ୍ତି। ସୋମବାର ଦିନ କଲମ୍ବୋ ବିମାନ ବନ୍ଦରରୁ ୯ଟି ଜୀବନ୍ତ ବୋମାକୁ ନିଷ୍କ୍ରିୟ କରାଯାଇଛି। ଏହା ମଧ୍ୟରେ ୬ ଫୁଟ ଲମ୍ବର ଏକ ଆଇଇଡି ବୋମା ରହିଥିଲା। ବିଦେଶ ଗସ୍ତରେ ରହିଥିବା ରାଷ୍ଟ୍ରପତି ମୈତ୍ରିପାଲା ସିରିସେନା ନିଜର ଗସ୍ତ ବାତିଲ କରିବା ସହିତ ସୁରକ୍ଷା ପରିଷଦ ସହିତ ଏକ ଜରୁରୀ କାଳୀନ ବୈଠକ ଡକାଇଛନ୍ତି। ଏହି ସମୟରେ ଶ୍ରୀଲଙ୍କାରେ ଇଣ୍ଟରନେଟ୍‌ ବ୍ୟବହାର ଉପରେ ରୋକ୍‌ ଲଗାଯାଇଛି।

Related posts