ନୂଆବର୍ଷ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା, ଶୁଣନ୍ତୁ ସେ କଣ କହିଲେ

Published: Jan 1, 2022, 11:50 am IST

ଭୁବନେଶ୍ବର: ନୂଆବର୍ଷ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ ‘ନୂଆ ବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ରାଜ୍ୟର ପ୍ରଗତି ସହ ପ୍ରତିଟି ଜୀବନ ମଙ୍ଗଳମୟ ହେଉ।’

ଆଜି ନୂଆବର୍ଷ ଉପଲକ୍ଷେ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ବହୁ ନେତା ଓ କର୍ମି ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ କରୋନା ପାଇଁ ତାହା ହୋଇପାରି ନାହିଁ। ତେବେ ଭଚ୍ୟୁୟାଲି ମୁଖ୍ୟମନ୍ତ୍ରୀ କିଛି ଲୋକଙ୍କ ସହିତ କଥା ହେବେ ବୋଲି ଜଣାପଡିଛି।

Related posts