Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ବିଧାନସଭାକୁ କମ୍ପୁଟର ସୋସାଇଟି ଅଫ୍ ଇଣ୍ଡିଆର ଇ-ଗଭର୍ଣ୍ଣାନସ୍ ପୁରସ୍କାର
ଆଜିର ଖବର

ଓଡ଼ିଶା ବିଧାନସଭାକୁ କମ୍ପୁଟର ସୋସାଇଟି ଅଫ୍ ଇଣ୍ଡିଆର ଇ-ଗଭର୍ଣ୍ଣାନସ୍ ପୁରସ୍କାର

January 4, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶା ବିଧାନସଭାକୁ କମ୍ପୁଟର ସୋସାଇଟି ଅଫ୍ ଇଣ୍ଡିଆର ଇ-ଗଭର୍ଣ୍ଣାନସ୍ ପୁରସ୍କାର

ଭୁବନେଶ୍ୱର: ଓଡ଼ିଶା ବିଧାନସଭାକୁ ସମ୍ମାନଜନକ କମ୍ପୁଟର ସୋସାଇଟି ଅଫ୍ ଇଣ୍ଡିଆର ଇ-ଗଭର୍ଣ୍ଣାନସ୍ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଛି । ବିନା କାଗଜରେ ଡିଜିଟାଲ୍ ମୋଡରେ ସୁଚାରୁ ରୂପେ ବିଧାନସଭା କାର୍ଯ୍ୟ ପରିଚାଳନାରେ ଓଡ଼ିଶା ବିଧାନସଭା ସମଗ୍ର ଦେଶରେ ଅଗ୍ରଣୀ ଏବଂ ପଥପ୍ରଦର୍ଶକ ଭୂମିକା ଗ୍ରହଣ କରିଛି । ଏହି ନିରବଚ୍ଛିନ୍ନ ଯାତ୍ରାକୁ ସ୍ୱୀକୃତି ପ୍ରଦାନ କରି ସମ୍ମାନଜନକ ଜାତୀୟ ପୁରସ୍କାର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବଳିଷ୍ଠ ନେତୃତ୍ୱ ଏବଂ ପ୍ରବଳ ଇଚ୍ଛାଶକ୍ତି ବଳରେ ଏବଂ ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ଦଳଗତ ନେତୃତ୍ୱ ଓ ପ୍ରୋତ୍ସାହନରେ ଏହା ସମ୍ଭବ ହୋଇପାରିଥିବାରୁ ସବୁ ମହଲରେ ଏହାକୁ ସ୍ୱାଗତ କରାଯାଇଛି । କମ୍ପୁଟର ସୋସାଇଟି ଅଫ୍ ଇଣ୍ଡିଆର ୧୯ ତମ ସମ୍ମାନଜନକ ପୁସ୍କାର ସମାରୋହ ଏମ୍.ଏନ୍.ଏନ୍.ଆଇ.ଟି. ଆଲାହାବାଦ ପ୍ରୟାଗରାଜ ଠାରେ ଆସନ୍ତା ଜାନୁଆରୀ ୨୩ ତାରିଖରେ ଅନୁଷ୍ଠିତ ହେବ।

ଏହି ପୁରସ୍କାର ସମାରୋହରେ ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ସହ ରାଜ୍ୟ ପ୍ରଯୁକ୍ତି ବିଦ୍ୟା କେନ୍ଦ୍ରର କବିତା ରାୟ ଦାଶ, ଜାତୀୟ ପ୍ରଯୁକ୍ତି ବିଦ୍ୟା ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ସରିତା ସାହୁ, ଦିଲ୍ଲୀପ କୁମାର ମାନ୍ଧତା, ସୁଦୀପ୍ତ ସାମନ୍ତ, ଅଶୋକ କୁମାର ବେହେରା ପ୍ରମୁଖ ଯୋଗ ଦେବେ । ଓଡ଼ିଶା ବିଧାନସଭା ଏ କ୍ଷେତ୍ରରେ ସମଗ୍ର ଦେଶରେ ଆଦର୍ଶ ସ୍ଥାନୀୟ ହୋଇପାରିଥିବାରୁ ସମଗ୍ର ରାଜ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।

ଓଡିଶା ବିଧାନସଭା
Share. Facebook Twitter LinkedIn Email WhatsApp Copy Link

Related Posts

ତୃତୀୟ ଦିନିକିଆ ପରେ ଅବସର ନେବେ ରୋହିତ ଶର୍ମା?: ଜାଣନ୍ତୁ ବିସିସିଆଇର ଯୋଜନା

July 17, 2026

ଇତିହାସ ରଚିଲା ଦିଲ୍ଲୀ ଏମ୍ସ!: ୪ ମାସର ଶିଶୁ ଉପରେ ବିଶ୍ୱର ସବୁଠାରୁ ବିରଳ ଅସ୍ତ୍ରୋପଚାର ସଫଳ

July 17, 2026

ଆଜି ଜୁଲାଇ ୧୭ ତାରିଖ ଶୁକ୍ରବାର: ଜାଣନ୍ତୁ କ’ଣ ରହିଛି ଆପଣଙ୍କର ଭାଗ୍ୟଫଳ

July 17, 2026

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026
Latest News

ତୃତୀୟ ଦିନିକିଆ ପରେ ଅବସର ନେବେ ରୋହିତ ଶର୍ମା?: ଜାଣନ୍ତୁ ବିସିସିଆଇର ଯୋଜନା

July 17, 2026

ଇତିହାସ ରଚିଲା ଦିଲ୍ଲୀ ଏମ୍ସ!: ୪ ମାସର ଶିଶୁ ଉପରେ ବିଶ୍ୱର ସବୁଠାରୁ ବିରଳ ଅସ୍ତ୍ରୋପଚାର ସଫଳ

July 17, 2026

ଆଜି ଜୁଲାଇ ୧୭ ତାରିଖ ଶୁକ୍ରବାର: ଜାଣନ୍ତୁ କ’ଣ ରହିଛି ଆପଣଙ୍କର ଭାଗ୍ୟଫଳ

July 17, 2026

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.