Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Train Accident: ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ, ମୃତ୍ୟୁ ସଂଖ୍ୟା 5, ଉଦ୍ଧାର କାର୍ଯ୍ୟ ଜାରୀ, ଦେଖନ୍ତୁ ଭିଡିଓ
ଜାତୀୟ ଖବର

Train Accident: ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ, ମୃତ୍ୟୁ ସଂଖ୍ୟା 5, ଉଦ୍ଧାର କାର୍ଯ୍ୟ ଜାରୀ, ଦେଖନ୍ତୁ ଭିଡିଓ

January 13, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ, ମୃତ୍ୟୁ ସଂଖ୍ୟା 5, ଉଦ୍ଧାର କାର୍ଯ୍ୟ ଜାରୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଗୌହାଟି ବିକେନର ଏକ୍ସପ୍ରେସ ଦୁର୍ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ତାହା ତଦନ୍ତ କରାଯିବ। ଏହି ତଦନ୍ତ ରେଳ ସୁରକ୍ଷା ବିଭାଗ ତରଫରୁ କରାଯିବ। ସେଥିପାଇଁ ଏକ ଉଚ୍ଚ ସ୍ତରୀୟ କମିଟ ଗଠନ କରାଯିବ ବୋଲି ଜଣାପଡଛି।

କୋଲକାତାର ଜଲପାଇଗୁଡି ଜିଲ୍ଲା ଡୋମାହାନିଠାରେ ହୋଇଥିବା ଏହି ଦୁର୍ଘଟଣା ଘଟିଛି। ଯେଉଁଥିରେ ବାରଟି ବଗି ଲାଇନଚ୍ୟୁତ ହୋଇଛି। ଏଥିରେ ପାଞ୍ଚ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ 45 ଜଣ ଆହତ ହୋଇଥିବା ଜଣାପଡିଛି। ସେହିପରି 50 ଜଣ ସାମାନ୍ୟ ଆହତ ହୋଇଛନ୍ତି। ତେବେ ଆହତଙ୍କ ମଧ୍ୟରୁ 10 ଜଣ ଗୁରୁତର ଅଛନ୍ତି ବୋଲି ଜଣାପଡିଛି।

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମୃତକଙ୍କ ପରିବାର ବର୍ଗଙ୍କୁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ସେ ଟୁଇଟ ଯୋଗେ ସେ ସୂଚନା ଦେଇଛନ୍ତି ଯେ, ଏହି ମର୍ମନ୍ତୁଦ ଦୁର୍ଘଟଣା ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାର ବର୍ଗଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯିବ।

ଅନ୍ୟପକ୍ଷରେ ଯେଉଁମାନେ ଏଥିରେ ଆହତ ହୋଇଛନ୍ତି ସେମାନଙ୍କୁ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ସାମାନ୍ୟ ଆହତ ଯାତ୍ରୀଙ୍କୁ 25 ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ରେଳମନ୍ତ୍ରୀ ଘୋଷଣା କରିଛନ୍ତି। ବର୍ତ୍ତମାନ ପାଞ୍ଚ ଜଣ ମୃତ୍ୟୁବରଣ କରିଥିଲେ ମଧ୍ୟ ପରବର୍ତ୍ତି ସମୟରେ ଏହି ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି।

https://thesamikhsya.com/odia/wp-content/uploads/2022/01/TrainAccident.mp4

ଏହି ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ଶୋକ ବ୍ୟକ୍ତ କରିଛନ୍ତି। ସେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ସହିତ କଥା ହୋଇଛନ୍ତି। ରେଳମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ସଂପର୍କରେ ଅବଗତ କରାଇଛନ୍ତି। ଦୁର୍ଘଟଣା ସ୍ଥଳରେ ତଦାରଖ କରିବା ପାଇଁ ରେଳମନ୍ତ୍ରୀ କୋଲକାତା ଗସ୍ତ କରିଛନ୍ତି।

ଦୁର୍ଘଟଣା ପରେ ରେଳ ସୁରକ୍ଷା ବାହିନୀ, ଏନଡିଆରଏଫ ଟିମ ଏବଂ ବିଏସଏଫ ଟିମ ଘଟଣା ସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି। ମୁଖ୍ୟତଃ ରାତି ହୋଇଯିବା ଏବଂ ବଗି ଉପରେ ବଗି ଚଢିଯିବା ଯୋଗୁଁ ଉଦ୍ଧାର କାର୍ଯ୍ୟ କଷ୍ଟକର ହୋଇପଡିଛି। ଗ୍ୟାସ କଟର ସାହାଯ୍ୟରେ ବଗି କଟାଯାଇ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଉଛି।

ଅଶ୍ବିନୀ ବୈଷ୍ଣବ କୋଲକାତା ଟ୍ରେନ ଦୁର୍ଘଟଣା ଟ୍ରେନ ଲାଇନଚ୍ୟୁତ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ
Share. Facebook Twitter LinkedIn Email WhatsApp Copy Link

Related Posts

ଡିଜିଟାଲ ବ୍ୟବସାୟ ଜରିଆରେ ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରୁଛି ଇ-ସରସ ଅନଲାଇନ୍‌ ବଜାର ଓ ମେଳା

July 12, 2026

ଭାରତ-ନ୍ୟୁଜିଲ୍ୟାଣ୍ଡ ମିଳିତ ବିବୃତ୍ତି

July 12, 2026

ଭାରତୀୟ ଆଇଟି ଶିଳ୍ପ ଏବେ “ସେବା ରୂପେ ଏଆଇ” ଆଡ଼କୁ ଗତି କରିବା ଜରୁରୀ: ଅଶ୍ୱିନୀ ବୈଷ୍ଣବ

July 12, 2026

୧୬୦୨ ଦିନ ପରେ ଭାରତର ଶେଷ ହେଲା ରାଜତ୍ଵ: ପଞ୍ଚମ ଟି-୨୦ ଜିତି ବିଶ୍ଵର ନଂ-୧ ହେଲା ଇଂଲଣ୍ଡ

July 12, 2026
Latest News

ଡିଜିଟାଲ ବ୍ୟବସାୟ ଜରିଆରେ ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରୁଛି ଇ-ସରସ ଅନଲାଇନ୍‌ ବଜାର ଓ ମେଳା

July 12, 2026

ଭାରତ-ନ୍ୟୁଜିଲ୍ୟାଣ୍ଡ ମିଳିତ ବିବୃତ୍ତି

July 12, 2026

ଭାରତୀୟ ଆଇଟି ଶିଳ୍ପ ଏବେ “ସେବା ରୂପେ ଏଆଇ” ଆଡ଼କୁ ଗତି କରିବା ଜରୁରୀ: ଅଶ୍ୱିନୀ ବୈଷ୍ଣବ

July 12, 2026

ନ୍ୟୁଜିଲ୍ୟାଣ୍ଡରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

July 12, 2026

ସୋଆରେ ଆଇଏନଏଇ ଟେକ୍ନୋଲୋଜି କନ୍‌କ୍ଲେଭ: ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାର ବିକାଶ ଉପରେ ଗୁରୁତ୍ୱାରୋପ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.