
ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ନାସିମ ଜାଇଦି ଜେଟ୍ ଏୟାରଓ୍ବେଜ୍ର ନିର୍ଦ୍ଦେଶକ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ଅଣ ଲାଭଦାୟକ ପଦବୀରେ ରହିଥିବା ଜାଇଦି ଇସ୍ତଫାର କାରଣ ବ୍ୟକ୍ତିଗତ ସମୟର ଅଭାବ ବୋଲି ଦର୍ଶାଇଛନ୍ତି। ପୂର୍ବରୁ ଉଡାଣ ବିଭାଗର ସଚିବ ରହିଥିବା ନାସିମ ଜାଇଦି ଗତବର୍ଷ ଅଗଷ୍ଟରେ ଜେଟ ଏୟାରଓ୍ବେଜ୍ର ଅଣଲାଭଦାୟକ ନିର୍ଦ୍ଦେଶକ ପଦବୀରେ ଅବସ୍ଥାପିତ ହୋଇଥିଲେ। ଏପ୍ରିଲ୍ ୨୧ରୁ ବ୍ୟକ୍ତିଗତ କାରଣରୁ ନିଜର ଇସ୍ତଫା ପ୍ରଦାନ କରିଥିବା ବେଳେ ଜେଟ ଏୟାରଓ୍ବେଜ୍ ପକ୍ଷରୁ ସୋମବାର ଏହି ସୂଚନା ପ୍ରଦାନ କରାଯାଇଛି।