ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ ଦେଲେ ପ୍ରଧାନମନ୍ତ୍ରୀ

Published: Apr 23, 2019, 1:11 pm IST
MODI CASTED HIS VOTE IN GUJARAT

ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ 13ଟି ରାଜ୍ୟ ଏବଂ 2ଟି କେନ୍ଦ୍ର ଶାସିତ ଅଞ୍ଚଳର 117ଟି ଆସନ ପାଇଁ ମତଦାନ ଚାଲିଛି । ଏହି ମତଦାନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ହାର୍ଦ୍ଦିକ ପଟେଲ ଏବଂ ସମାଜସେବୀ ଆନ୍ନା ହଜାରେ ନିଜର ମତ ସାବ୍ୟସ୍ତ କରିଛନ୍ତି । ଗୁଜରାଟର 26ଟି ଲୋକସଭା ଆସନ ପାଇଁ ମତଦାନ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧୀନଗରର ସନପ ବୁଥରେ ପହଞ୍ଚି ମତଦାନ କରିଛନ୍ତି। ଭୋଟ ଦେବା ପୂର୍ବରୁ ମୋଦି ତାଙ୍କ ମା’ ହୀରାବେନଙ୍କୁ ଭେଟିବାକୁ ଯାଇଥିଲେ। ସେଠାରେ ତାଙ୍କ ମା’ଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ଯୁବ ଏବଂ ପ୍ରଥମ ଥର ଭୋଟରଙ୍କୁ ଶତ ପ୍ରତିଶତ ମତଦାନ ଦେବା ପାଇଁ ଆହ୍ୱାନ କରିଥିବା ବେଳେ ଅନ୍ୟ ସମସ୍ତଙ୍କୁ ମଧ୍ୟ ମତାଧିକାର ସାବ୍ୟସ୍ତ କରିବା ପାଇଁ କହିଥିଲେ । ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗାନ୍ଧୀନଗର ଆସନରୁ ପ୍ରାର୍ଥୀ ଅମିତ ଶାହ ମଧ୍ୟ ଅହମଦାବାଦର ରଣିପସ୍ଥିତ ନିଶାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଯାଇ ମତଦାନ ସାବ୍ୟସ୍ତ କରିଛନ୍ତି । ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଓ ତାଙ୍କ ସ୍ତ୍ରୀ ରାଜକୋଟ ଲୋକସଭା ଆସନ ପାଇଁ ଅନୀଲ ଜ୍ଞାନ ମନ୍ଦିର ସ୍କୁଲକୁ ଯାଇ ମତଦାନ ସାବ୍ୟସ୍ତ କରିଛନ୍ତି । ସେହିପରି ବିଶିଷ୍ଟ ସମାଜସେବୀ ଆନ୍ନା ହାଜାରେ ମହାରାଷ୍ଟ୍ରର ଅହମେଦନଗର ଜିଲ୍ଲାର ରାଲେ ଗାଁଓ ସିଦ୍ଧିରେ ଥିବା ବୁଥକୁ ଯାଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ମଧ୍ୟ ସୁରେନ୍ଦ୍ରନଗର ଲୋକସଭା ଆସନ ପାଇଁ ବୁଥରେ ଯାଇ ମତାଧିକାର ସାବ୍ୟସ୍ତ କରିଛନ୍ତି।

Related posts