ଦିନ 1ଟା ସୁଦ୍ଧା 34 ପ୍ରତିଶତ ମତଦାନ: ପୁଲିଂ ବୁଥ୍‌ରେ କର୍ମଚାରୀ ମୃତ

Published: Apr 23, 2019, 3:34 pm IST
34 PERCENT POOLING TILL 1 O CLOCK

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ଜାରି ରହିଚି । ପ୍ରବଳ ଖରା ସତ୍ୱେ ଲୋକମାନେ ନିଜର ମତ ସାବ୍ୟସ୍ତ କରୁଛନ୍ତି । ତେବେ ଅପରାହ୍ନ ଗୋଟାଏ ସୁଦ୍ଧା 6ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ 34 ପ୍ରତିଶତ ମତଦାନ ହୋଇଛି । ଏ ନେଇ ମୁଖ୍ୟ ନିର୍ବାଚନ ସୂଚନା ଦେଇଛନ୍ତି । ଆଜି ଦେଶର 117ଟି ଲୋକସଭା ଆସନରେ ତୃତୀୟ ପର‌୍ୟ୍ୟାୟ ମତଦାନ ଜାରୀ ରହିଛି । ଓଡିଶାର 6ଟି ଲୋକସଭା ଆସନ ଯଥା ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ଭୁବନେଶ୍ୱର, କଟକ, ଓ ପୁରୀ ସମେତ ଦେଶର 13ଟି ରାଜ୍ୟରେ ମତଦାନ ସକାଳ 7ଟାରୁ ଆରମ୍ଭ ହୋଇ ଯାଇଛି ।  ଭୁବନେଶ୍ୱରରେ 20%, ପୁରୀରେ 33%, କଟକରେ 33% ମତଦାନ, ଢେଙ୍କାନାଳ 33%, କେନ୍ଦୁଝର 35% ଓ ସମ୍ବଲପୁରରେ 30% ମତଦାନ ହୋଇଛି । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଏହି ସମୟରେ ପୁଲିଂ ବୁଥ୍‌ରେ ଜଣେ ବୁ୍ଥ୍‌ କର୍ମଚାରୀଙ୍କ ଦେହାନ୍ତର ଖବର ସାମ୍ନାକୁ ଆସିଛି । କାମାକ୍ଷାନଗର ବୁଥ୍‌ରେ ନବକିଶୋର ନାୟକ ନାମକ ଜଣେ ପୁଲିଂ କର୍ମଚାରୀଙ୍କ ଦେହାନ୍ତ ହୋଇଛି । ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଏବଂ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

Related posts