Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋଦୀ ସରକାରଙ୍କ ବଜେଟକୁ ‘ଲଲିପପ୍ ବଜେଟ୍’ ବୋଲି କହିଲେ କଂଗ୍ରେସ ନେତା ଚିଦାମ୍ବରମ୍
ଆଜିର ଖବର

ମୋଦୀ ସରକାରଙ୍କ ବଜେଟକୁ ‘ଲଲିପପ୍ ବଜେଟ୍’ ବୋଲି କହିଲେ କଂଗ୍ରେସ ନେତା ଚିଦାମ୍ବରମ୍

February 1, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
chidambaram
ରାଜ୍ୟସଭାରେ ଅର୍ଥନୀତି ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ସାଂସଦ ପି. ଚିଦାମ୍ବରମ

ନୂଆଦିଲ୍ଲୀ: ୨୦୨୨-୨୩ ବର୍ଷ ପାଇଁ ଦେଶର ବଜେଟ୍ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଜେଟ୍ ଉପସ୍ଥାପନ କରିଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ଏବଂ ସମସ୍ତ ବିଜେପି ନେତା ବଜେଟକୁ ତୀବ୍ର ପ୍ରଶଂସା କରିବା ସହ ଏହାକୁ ପ୍ରତ୍ୟେକ ବିଭାଗ ପାଇଁ ଉନ୍ନତ ବୋଲି କହିଛନ୍ତି। କିନ୍ତୁ କଂଗ୍ରେସ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ମୋଦୀ ସରକାରଙ୍କ ଏହି ବଜେଟକୁ ଲଲିପପ୍ ବଜେଟ୍ ବୋଲି କୁହାଯାଉଛି।

ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦାମ୍ବରମ ସରକାରକୁ ଅଭିଯୋଗ କରିଛନ୍ତି ଯେ, ଆରବିଆଇ ବଦଳରେ ଆଜି ଦେଶରେ କ୍ରିପ୍ଟୋକରେନ୍ସି ଆଇନଗତ ହେବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଦେଶର ଅତି ଧନୀ ବ୍ୟକ୍ତିଙ୍କ ନିର୍ଦ୍ଦେଶରେ ଏହା କରାଯାଇଛି। ଏହି ସବୁ ଭାରତର ୯୯.୯୯% ଲୋକଙ୍କ ପାଇଁ ଲାଭଦାୟକ ନୁହେଁ।

ଚିଦାମ୍ବରମ୍ କହିଛନ୍ତି ଯେ, ଧନୀମାନେ ଭାରତରେ ଅଧିକ ଧନୀ ହେଉଛନ୍ତି। ଦେଶର ୧୪୨ ଧନୀ ବ୍ୟକ୍ତିଙ୍କ ଆୟ ବହୁଗୁଣିତ ହୋଇଛି। ସରକାର ଗ୍ରହଣ କରିଥିବା ମୋଟ ଟଙ୍କା ହେଉଛି ୪୨ ଲକ୍ଷ କୋଟି ଏବଂ ଏହି ସମସ୍ତ ଧନୀ ବ୍ୟକ୍ତି ପ୍ରାୟ ୩୦ ଲକ୍ଷ କୋଟି ଟଙ୍କା ବୃଦ୍ଧି କରିଛନ୍ତି। ଏଭଳି ଏକ ସମୟ ଆସିବ, ଯେତେବେଳେ ସେମାନେ ସରକାର ଗ୍ରହଣ କରିଥିବା ମୋଟ ଟଙ୍କାକୁ ଅତିକ୍ରମ କରିବେ।

ବଜେଟ୍ ଭାଷଣ ପୂର୍ବରୁ ସରକାର ଏବଂ ଅର୍ଥମନ୍ତ୍ରୀ ସୀତାରମଣ କେଉଁ କଥା ମନେ ରଖିବା ଉଚିତ୍ ତାହା ପୂର୍ବତନ ଅର୍ଥମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ, ଭାରତର ଅର୍ଥନୀତି ଏପର୍ଯ୍ୟନ୍ତ ମହାମାରୀ ପୂର୍ବ ସ୍ଥିତିରେ ପହଞ୍ଚି ନାହିଁ। ଗତ ଦୁଇ ବର୍ଷ ମଧ୍ୟରେ ଲକ୍ଷ ଲକ୍ଷ ଲୋକ ଚାକିରି ହରାଇଛନ୍ତି। ଏହି ଦୁଇ ବର୍ଷ ମଧ୍ୟରେ ପରିବାରର ୮୪ ପ୍ରତିଶତ ପ୍ରାଇବାରର ଆୟକୁ ଝଟକା ଲାଗିଛି। ମୁଣ୍ଡପିଛା ଆୟ ବୃଦ୍ଧି କରିବା ପରିବର୍ତ୍ତେ ଏହା ହ୍ରାସ ପାଉଛି। ପ୍ରାୟ ୪.୬ କୋଟି ଲୋକଙ୍କୁ ଅତ୍ୟଧିକ ଦାରିଦ୍ର୍ୟକୁ ଠେଲି ଦିଆଯାଇଛି। ଏହା ବ୍ୟତୀତ ଚିଦାମ୍ବରମ୍ ଭାରତର ଗ୍ରାମାଞ୍ଚଳରେ ପିଲାମାନଙ୍କ ଶିକ୍ଷା, ପିଲାମାନଙ୍କ ମଧ୍ୟରେ ପୁଷ୍ଟିହୀନତା, ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସରେ ଭାରତର ହ୍ରାସ ଏବଂ ସହରାଞ୍ଚଳରେ ବେକାରୀ ହାର ବିଷୟରେ ଉଲ୍ଲେଖ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଚିଦାମ୍ବରମ ଅଭିଯୋଗ କରିଛନ୍ତି ଯେ, ସରକାର ଲୋକଙ୍କୁ ବୋକା ବନାଇବା କାମ କରୁଛନ୍ତି।

କଂଗ୍ରେସ ନିର୍ମଳା ସୀତାରମଣ ମୋଦୀ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026

ପଞ୍ଜାବରେ ବିଜେପିର ରାଜନୈତିକ ରଣନୀତି, ଗାଁରୁ ବିଧାନସଭା ଆସନ ଯାଏଁ ହେବ ଅଭିଯାନ

September 10, 2026
Latest News

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.