Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁରଗଡ଼ ଶ୍ରୀଜଗନ୍ନାଥ ମନ୍ଦିରର ବ୍ୟାପକ ଆର୍ଥିକ ଅନିୟମିତତା ଅଭିଯୋଗ
ଆଜିର ଖବର

ରଣପୁରଗଡ଼ ଶ୍ରୀଜଗନ୍ନାଥ ମନ୍ଦିରର ବ୍ୟାପକ ଆର୍ଥିକ ଅନିୟମିତତା ଅଭିଯୋଗ

February 9, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ମହାପ୍ରଭୁ ସେବାୟତ ସମିତି ବିଜେ ରଣପୁରଗଡ ମନ୍ଦିରର ବ୍ୟାପକ ଆର୍ଥିକ ଅନିୟମିତାକୁ ନେଇ ଅଦାଲତରେ ହାଜର ହୋଇ ଏକ ଲିଖିତ ଅଭିଯୋଗ କରିଛନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁ ପୁରୀଙ୍କ ସ୍ୱପ୍ନାଦେଶରେ ଶ୍ରୀଜଗନ୍ନାଥ ପୁରୀଙ୍କର ୧୬ କଳାରୁ ଏକ କଲା ତତ୍କାଳୀନ ପୁରୀ ଗଜପତି ମହାରାଜ ଶ୍ରୀ ପ୍ରତାପ ରୁଦ୍ରଦେବ ପୁରୀଙ୍କ ଶ୍ରୀମନ୍ଦିରରେ ବିରାଜିତ ଶ୍ରୀମାଧବ ଗୋସ୍ୱାମୀଙ୍କୁ ରଣପୁରର ତତ୍କାଳୀନ ରାଜା ଶ୍ରୀ ଉଦ୍ଧବ ନରେନ୍ଦ୍ରଙ୍କୁ ପ୍ରଦାନ କରିଥିଲେ। ଉକ୍ତ ଶ୍ରୀବିଗ୍ରହକୁ ରାଜା ଶ୍ରୀ ଉଦ୍ଧବ ନରେନ୍ଦ୍ର ସନ ୧୩୬୩ ଖ୍ରୀଷ୍ଟାବ୍ଦରେ ରଣପୁରଗଡ଼ଠାରେ ପ୍ରତିଷ୍ଠା କରି ମନ୍ଦିର ସ୍ଥାପନ କରିଥିଲେ। ପୁରୀ ଭଳି ଏଠାରେ ଶ୍ରୀଜଗନ୍ନାଥଙ୍କ ସେବା ପୂଜା ପାଇଁ ଛତିଶା ନିଯୋଗ ବ୍ୟବସ୍ଥା କରିବା ସହ ପୁରୀ ମନ୍ଦିର ଭଳି ଏଠାରେ ସମସ୍ତ ପ୍ରକାର ରୀତି, କାନ୍ତି, ପୂଜାବିଧି ଏପରିକି ଦ୍ୱାଦଶ ଯାତ୍ରା ପ୍ରଚଳନ କରି ଅଦ୍ୟାବଧି ପରମ୍ପରା ଅନୁଯାୟୀ ଯଥାରୀତି ସମସ୍ତ କାର୍ଯ୍ୟ ସମାପନ ହେଉଅଛି।

ପୁରୀ ଶ୍ରୀମନ୍ଦିରକୁ ବାଦ ଦେଲେ ଓଡ଼ିଶାରେ ଥିବା ସମସ୍ତ ଗଡ଼ଜାତର ଶ୍ରୀଜଗନ୍ନାଥ ମନ୍ଦିର ଠାରୁ ରଣପୁର ଶ୍ରୀଜଗନ୍ନାଥ ମନ୍ଦିର ଅତି ପ୍ରାଚୀନ ଓ ଐତିହ୍ୟ ସମ୍ପନ୍ନ ହୋଇଥିବାରୁ ଏହାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ମାନ୍ୟତା ଓ ଜନଶ୍ରୁତି ରହିଅଛି। ଗଡ଼ଜାତ ମିଶ୍ରଣ ପରେ ଓଡ଼ିଶାର ସମସ୍ତ ମନ୍ଦିର, ମଠର ପରିଚାଳନା ଦାୟିତ୍ୱ ମାନ୍ୟବର କମିଶନରଙ୍କ ଦାୟିତ୍ୱରେ ରହିଅଛି। ସ୍ଥାନୀୟ ତହସିଲଦାର ଉକ୍ତ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଏହାର ଦେଖାଶୁଣା କରି ଆସୁଛନ୍ତି। କିନ୍ତୁ ଅନେକ ସମୟରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅନ୍ୟାନ୍ୟ ସରକାରୀ କାର୍ଯ୍ୟବ୍ୟସ୍ତତା ଯୋଗୁ ବାସ୍ତବରେ ମନ୍ଦିର ପରିଚାଳକ ସମସ୍ତ କାର୍ଯ୍ୟ ଦେଖାଶୁଣା କରନ୍ତି।

ଉକ୍ତ ମନ୍ଦିରର ଉନ୍ନତି ପାଇଁ ବିଭିନ୍ନ ସମୟରେ ସ୍ଥାନୀୟ ମାନ୍ୟବର ବିଧାୟକମାନେ ଓ ମାନ୍ୟବର ସାସଂଦ ପୁରୀ ଏବଂ ଅନ୍ୟାନ୍ୟ ବଦାନ୍ୟ ବ୍ୟକ୍ତିମାନେ ମନ୍ଦିରର ଉନ୍ନତି ପାଇଁ ବିପୁଳ ଅର୍ଥ ଦେଇଥିଲେ ମଧ୍ୟ ଉକ୍ତ ଅର୍ଥ ଠିକ୍ ଭାବରେ ବିନିଯୋଗ ନହୋଇ ଆତ୍ମସାତ କରାଯାଉଛି। ମନ୍ଦିର ପରିଚାଳନା ପାଇଁ ବିଭିନ୍ନ ସମୟରେ ଏକ ପରିଚାଳନା କମିଟି ଗଠିତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ମାନ୍ୟବର କମିଶନରଙ୍କ ଅନୁମୋଦନ କରାଯାଉ ନାହିଁ। ଯାହାଦ୍ୱାରା ମନଇଚ୍ଛା କମିଟି ଗଠନ କରାଯାଉଛି ଏବଂ ଉକ୍ତ କମିଟିରୁ ଇଚ୍ଛା ମୁତାବକ ସଦସ୍ୟଙ୍କୁ ବାହାର କରି ଦିଆଯାଉଛି।

କାର୍ଯ୍ୟନିର୍ବାହୀ ଅଧିକାରୀଙ୍କର ସମୟ ଅଭାବ ହେତୁ ପରିଚାଳନା କମିଟିକୁ ଅଣଦେଖା କରି ମନ୍ଦିର ପରିଚାଳକ ମନଇଚ୍ଛା ସମସ୍ତ କାର୍ଯ୍ୟ କରୁଛନ୍ତି। ଏପରିକି ପରିଚାଳନା କମିଟି ବୈଠକ ମଧ୍ୟ ଡ଼କାଯାଉ ନାହିଁ। କିଛି ପରିଚାଳନା କମିଟି ସଦସ୍ୟମାନେ ବୈଠକ ଡ଼ାକିବା ପାଇଁ ଏବଂ ମନ୍ଦିରର ଆୟ ବ୍ୟୟ ସଂକ୍ରାନ୍ତୀୟ ତଥ୍ୟ ଜାଣିବାକୁ ଚାହୁଁଥିଲେ ମଧ୍ୟ ଏ ସମ୍ପର୍କରେ ମନ୍ଦିର ପରିଚାଳକ କୌଣସି ସୂଚନା ପ୍ରଦାନ କରୁନାହାଁନ୍ତି।

ଏଭଳି ଏକ ଐତିହ୍ୟସମ୍ପନ୍ନ ପ୍ରାଚୀନ ଶ୍ରୀଜଗନ୍ନାଥ ମନ୍ଦିର ବିଜେ ରଣପୁରଗଡ଼ଙ୍କର ପରିଚାଳନା ଓ ଆର୍ଥିକ ଅନିୟମିତତା ହେବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ଏହାର ନିରପେକ୍ଷ ତଦନ୍ତ ଏବଂ ଅଭିଜ୍ଞ କର୍ମଚାରୀଙ୍କ ଦ୍ୱାରା ଶ୍ରୀମନ୍ଦିରର ଆୟ ବ୍ୟୟ ସମୀକ୍ଷା କରାଗଲେ ସତ୍ୟାସତ୍ୟ ଉନ୍ମୋଚନ ହୋଇପାରିବ।

ମାନ୍ୟବର କମିଶନର ମହୋଦୟ ଘଟଣାର ଗରୁତ୍ୱକୁ ବିଚାରକୁ ନେଇ ନିରପେକ୍ଷ ତଦନ୍ତ ଏବଂ ଅଭିଜ୍ଞ କର୍ମଚାରୀଙ୍କ ଦ୍ୱାରା ଶ୍ରୀମନ୍ଦିର, ରଣପୁରଗଡ଼ର ଆୟ ବ୍ୟାୟ ସମୀକ୍ଷା ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଦିଆଗଲେ ଶ୍ରୀମନ୍ଦିରର ଆର୍ଥିକ ସ୍ୱଚ୍ଛତା ରହିବା ସହିତ ସାଧାରଣ ଶ୍ରୀଜଗନ୍ନାଥପ୍ରେମୀ ଭକ୍ତ ଏବଂ ସେବାୟତ ସମିତି ଅଶେଷ ଉପକୃତ ହୋଇପାରିବେ।

ଶ୍ରୀଜଗନ୍ନାଥ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025
Latest News

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ବାଣପୁର: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.