ଶେଷ ଯାତ୍ରାରେ ପ୍ରଖ୍ୟାତ ସଂଗୀତଜ୍ଞ ବାପି ଲାହିରି, ପଞ୍ଚଭୂତରେ ହେବେ ବିଲିନ

Published: Feb 17, 2022, 12:12 pm IST

ମୁମ୍ବାଇ: ଆଜି ସକାଳୁ ପ୍ରଖ୍ୟାତ ସଂଗୀତଜ୍ଞା ବାପି ଲାହିରିଙ୍କ ପାର୍ଥୀବ ଶରୀର ଶ୍ମଶାନ ଅଭିମୁଖେ ନିଆଯାଇଛି। ତାଙ୍କର ପୁତ୍ର ବାପ୍ପା ଲାହିରି କାନ୍ଧରେ ପ୍ରାର୍ଥୀବ ଶରୀରକୁ ଧରି ଶୋଭାଯାତ୍ରାରରେ ବାହାରିଥିଲେ। ଏଥିରେ ବଲିଉଡର ପ୍ରମୁଖ ଅଭିନେତା ତଥା ସଂଗୀତଜ୍ଞ ସାମିଲ ହୋଇଛନ୍ତି।

ଗତକାଲି ଏହି ସଂଗୀତଜ୍ଞ ଶେଷ ନିଃସ୍ବାସ ତ୍ୟାଗ କରିଥିଲେ। ସେତେବେଳେକୁ ତାଙ୍କର ବୟସ 69 ବର୍ଷ ହୋଇଥିଲା। ବର୍ତ୍ତମାନ ତାଙ୍କର ପତ୍ନୀ ଚିତ୍ରାଣୀ ଲାହିରି, ପୁତ୍ର ବାପ୍ପା ଲାହିରି ଏବଂ ଝିଅ ରେମା ଲାହିରି ଅଛନ୍ତି। ଆଜି ସକାଳେ ତାଙ୍କ ପୁତ୍ର ଏବଂ ଜ୍ବାଇଁ ବିଦେଶରୁ ପହଁଛିବା ପରେ ଏହି ଶେଷକୃତ୍ୟ କାମ ଆରମ୍ଭ ହୋଇଥିଲା।

Related posts