Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»PanchayatPoll: ପ୍ରଥମ ଅପେକ୍ଷା ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶାନ୍ତି ଶୃଙ୍ଖଳାରେ ଶେଷ ହେଲା
ବିଶେଷ ଖବର

PanchayatPoll: ପ୍ରଥମ ଅପେକ୍ଷା ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶାନ୍ତି ଶୃଙ୍ଖଳାରେ ଶେଷ ହେଲା

February 19, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
PanchayatPoll: ପ୍ରଥମ ଅପେକ୍ଷା ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶାନ୍ତି ଶୃଙ୍ଖଳାରେ ଶେଷ ହେଲା

ଭୁବନେଶ୍ବର: ଆଜି ଅପରାହ୍ନରେ ଶେଷ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ଭୋଟଗ୍ରହଣ। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ହାରାହାରି 71 ପ୍ରତିଶତ ମତଦାନ ହୋଇଥିବାର ଜଣାପଡିଛି। ତେବେ ପ୍ରଥମ ପର୍ଯ୍ୟାୟରେ ଯେପରି ଗଣ୍ଡଗୋଳ ହୋଇଥିଲା 2ୟ ପର୍ଯ୍ୟାୟରେ ସେପରି ହୋଇ ନ ଥିଲା। କାଁ ଭାଁ ଗଣ୍ଡଗୋଳ ଛାଡି ଦେଲେ ଭଲ ମତଦାନ ହୋଇଥିବାର ଜଣାପଡିଛି।

ନିର୍ବାଚନ କମିଶନର କାର୍ଯ୍ୟାଳୟ ଅନୁସାରେ ଜଗତସିଂହପୁର ଏବଂ ଯାଜପୁରରେ କିଛି ବୁଥରେ ବିଶୃଙ୍ଖଳା ଯୋଗୁଁ ଭୋଟଦାନ ବାଧାପ୍ରାପ୍ତ ହୋଇଥିଲା। ପରବର୍ତ୍ତି ସମୟରେ ପୋଲିସର ହସ୍ତକ୍ଷେପ ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ସେହିପରି କେତେକ ସ୍ଥାନରେ ବାଲଟ ପେପରରେ ତ୍ରୁଟି ଯୋଗୁଁ ଭୋଟ ଗ୍ରହଣ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା।

ତେବେ ଦ୍ବିତୀୟ ପର୍ଯ୍ୟାୟରେ ଯେଉଁଠି ବିଶୃଙ୍ଖଳା ଦେଖାଦେଇଛି ତାହାର ସଂପୂର୍ଣ୍ଣ ରିପୋର୍ଟ ନିର୍ବାଚନ କମିଶନର ରିପୋର୍ଟ ମାଗିଛନ୍ତି। ଏହି ରିପୋର୍ଟ ମିଳିବା ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି।

ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ କେତେକ ସ୍ଥାନରେ ହିଂସାତ୍ମକ କାର୍ଯ୍ୟ ହୋଇଥିବାର ପରିଲକ୍ଷିତ ହୋଇଥିଲା। ଫଳରେ ନିର୍ବାଚନ କମିଶନର ପୋଲିସ ଡିଜିଙ୍କ ସହିତ ଆଲୋଚନା କରି ଏହା ଉପରେ ତୀକ୍ଷ୍ମ ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପୂର୍ବ ଅପେକ୍ଷା ଭଲ ଭାବେ ସଂପର୍ଣ୍ଣ ହୋଇପାରିଛି।

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୩୦ଟି ଜିଲ୍ଲାର ୬୮ଟି ବ୍ଲକରେ ଏହି ନିର୍ବାଚନ ହୋଇଥିଲା।ଏଥିରେ ୧୮୬ଟି ଜିଲ୍ଲା ପରିଷଦ ନିର୍ବାଚନରେ ୭୪୭ ଜଣ ପ୍ରାର୍ଥୀ ଲଢେଇରେ ସାମିଲ ହୋଇଛନ୍ତି। ଏଥିସହିତ ୧ ହଜାର ୫୧୪ଟି ପଞ୍ଚାୟତରେ ନିର୍ବାଚନ ହୋଇଥିଲା। ଏଥିପାଇଁ ୨୦ ହଜାର ୪୩୬ଟି ବୁଥର କରାଯାଇଥିଲା।

ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ରବିବାର ଦିନ କରାଯିବ। ଏଥର ପଞ୍ଚାୟତ ନିର୍ବାଚନ ପାଞ୍ଚୋଟି ପର୍ଯ୍ୟାୟରେ କରାଯାଉଛି। ବର୍ତ୍ତମାନ ଦୁଇଟି ପର୍ଯ୍ୟାୟ ଶେଷ ହୋଇଛି। ତୃତୀୟ ପର୍ଯ୍ୟାୟ 20 ତାରିଖରେ, ଚତୁର୍ଥ ପର୍ଯ୍ୟାୟ 22 ତାରିଖରେ ଏବଂ ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ 24 ତାରିଖରେ କରାଯିବ। 28 ତାରିଖରେ ଭୋଟଗଣତି କରାଯିବ।

ଓଡିଶା ପଞ୍ଚାୟତ ନିର୍ବାଚନ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପଞ୍ଚାୟତ ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଭୁବନେଶ୍ୱର ଅନେକ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ୍ ଯୋଗାଣ: ଜାଣନ୍ତୁ କେଉଁଠି ଓ କେତେବେଳେ?

March 10, 2026

ବିଶାଖାପାଟଣା–ରାୟଗଡା ମଧ୍ୟରେ ସମ୍ପୂର୍ଣ୍ଣ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଟ୍ରେନ୍‌ର ଶୁଭାରମ୍ଭ

March 9, 2026

ପୂର୍ବତଟ ରେଳପଥ ମଧ୍ୟଦେଇ ଚଳାଚଳ କରିବ ଦୁଇଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ

March 9, 2026

ଗୁଣି ସନ୍ଦେହର ବୃଦ୍ଧଙ୍କୁ ବାନ୍ଧି ନିସ୍ତୁକ ମାଡ଼: ୧୦ ଗିରଫ

March 9, 2026
Latest News

ଆଜି ଭୁବନେଶ୍ୱର ଅନେକ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ୍ ଯୋଗାଣ: ଜାଣନ୍ତୁ କେଉଁଠି ଓ କେତେବେଳେ?

March 10, 2026

ଆଜି ମାର୍ଚ୍ଚ ୧୦ ତାରିଖ ମଙ୍ଗଳବାର ଦିନ ଏହି ରାଶିଗୁଡିକ ହଠାତ ଧନ ପ୍ରାପ୍ତର ସୁଯୋଗ ପାଇବେ

March 10, 2026

ରିଲାଏନ୍ସ ରିଟେଲ୍ ଦ୍ୱାରା ହିମାଳୟର ପ୍ରାକୃତିକ ଉତ୍ପାଦ ଉପରେ ଆଧାରିତ ସ୍କିନକେୟାର ବ୍ରାଣ୍ଡ ଅଧିଗ୍ରହଣ

March 9, 2026

ବିଶାଖାପାଟଣା–ରାୟଗଡା ମଧ୍ୟରେ ସମ୍ପୂର୍ଣ୍ଣ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଟ୍ରେନ୍‌ର ଶୁଭାରମ୍ଭ

March 9, 2026

ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ଇଶାନ କିଶାନଙ୍କୁ କେତେ ପୁରସ୍କାର ରାଶି ମିଳିଥିଲା?: ଜାଣନ୍ତୁ….

March 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.