ଦେଶରେ ବର୍ତ୍ତମାନ 10 ଲକ୍ଷରୁ ଅଧିକ ଲୋକ ଇଲେଟ୍ରିକ୍ ଗାଡି ପାଇଁ ପଞ୍ଜୀକୃତ କରିଛନ୍ତି; ନିତିନ ଗାଡକରୀ

Published: Mar 31, 2022, 6:58 pm IST

ନୂଆଦିଲ୍ଲୀ:  ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଆଜି ଲୋକସଭାକୁ ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷ ମାର୍ଚ୍ଚ 13 ତାରିଖ ସୁଦ୍ଧା ଭାରତରେ 10 ଲକ୍ଷରୁ ଅଧିକ ବୈଦ୍ୟୁତିକ ଗାଡି ପାଇଁ ପଞ୍ଜୀକୃତ କରିଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଗଡକରୀ କହିଛନ୍ତି ଯେ ଚଳିତ ବର୍ଷ ମାର୍ଚ୍ଚ 13 ତାରିଖ ସୁଦ୍ଧା 10,95,746 ଟି ବୈଦ୍ୟୁତିକ ଯାନ ପଞ୍ଜୀକୃତ ହୋଇଛି।

ସେହପରି ଭାରତରେ 1,742 ଚାର୍ଜିଂ ଷ୍ଟେସନ୍ ମଧ୍ୟ କାର୍ଯ୍ୟକ୍ଷମ ହୋଇଛି ଯାହା ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି (BEE) ଦ୍ବାରା କରାଯାଇଛି। ଶ୍ରୀ ଗଡକରୀ ଆହୁରି ମଧ୍ୟ କହିଛନ୍ତି ଯେ ବର୍ଷକ ମଧ୍ୟରେ ସାମଗ୍ରିକ ବୈଦ୍ୟୁତିକ ଯାନ ବିକ୍ରି 162 ପ୍ରତିଶତ ବୃଦ୍ଧି ପାଇଛି। ସେ କହିଛନ୍ତି, ବର୍ଗ ଅନୁଯାୟୀ, ଦୁଇ ଚକିଆ ବିକ୍ରି 423 ପ୍ରତିଶତ, ତିନି ଚକିଆ ଯାନ 75 ପ୍ରତିଶତ, ଚାରି ଚକିଆ ଯାନ 238 ପ୍ରତିଶତ ଏବଂ ବସ୍ 1,250 ପ୍ରତିଶତ ବୃଦ୍ଧି ପାଇଛି।

ମନ୍ତ୍ରୀ କହିଛନ୍ତି ଯେ ଦେଶରେ ବୈଦ୍ୟୁତିକ ଯାନଗୁଡିକର ଶୀଘ୍ର  ଉତ୍ପାଦନ ଯୋଜନା ଅନ୍ତର୍ଗତ 68 ଟି ସହରରେ 2,877 ଜନସାଧାରଣ ଇଭି ଚାର୍ଜିଂ ଷ୍ଟେସନକୁ ଅନୁମତି ଦିଆଯାଇଛି। ଶ୍ରୀ ଗଡ଼କରୀ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଚାରି ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଆଠଟି ସହର ପାଇଁ ମୁମ୍ବାଇ, ଦିଲ୍ଲୀ, ବାଙ୍ଗାଲୋର, ଅହମ୍ମଦାବାଦ, ଚେନ୍ନାଇ, କୋଲକାତା, ସୁରଟ, ଏବଂ ପୁଣେରେ ଆଠଟି ସହର ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି।

Related posts