Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ବିଜେପି ପ୍ରତିଷ୍ଠା ଦିବସ, ଦଳିୟ କର୍ମିଙ୍କ ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିବେ ନୂଆ କାର୍ଯ୍ୟକ୍ରମ
ଜାତୀୟ ଖବର

ଆଜି ବିଜେପି ପ୍ରତିଷ୍ଠା ଦିବସ, ଦଳିୟ କର୍ମିଙ୍କ ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିବେ ନୂଆ କାର୍ଯ୍ୟକ୍ରମ

April 6, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଜି ବିଜେପି ପ୍ରତିଷ୍ଠା ଦିବସ, ଦଳିୟ କର୍ମିଙ୍କ ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିବେ ନୂଆ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଆଜି ହେଉଛି 42 ତମ ପ୍ରତିଷ୍ଠା ଦିବସ। ଏହି ବିଶେଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳ 10 ଟାରେ ଭିଡିଓ କନଫରେନ୍ସ ଜରିଆରେ କର୍ମୀମାନଙ୍କୁ ଉଦବୋଧନ ଦେବେ।  ବିଜେପି ୱେବସାଇଟ୍ ଏବଂ ୟୁଟ୍ୟୁବ୍ ସମେତ ଦଳର ସମସ୍ତ ସୋସିଆଲ୍ ମିଡିଆରେ ଏହା ସିଧା ପ୍ରସାରଣ କରାଯିବ।

ଗତକାଲି ଏହି ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି। ସେ କହିଛନ୍ତି ଯେ, “ଆସନ୍ତାକାଲି, 6 ଏପ୍ରିଲ ହେଉଛି ଆମ ପାଇଁ ଏକ ବିଶେଷ ଦିନ। ଆମେ ଆମ ପାର୍ଟିର ପ୍ରତିଷ୍ଠା ଦିବସ ପାଳନ କରୁଛୁ। ଯେଉଁମାନେ ଏହି ଦଳ ଗଠନ କରିଛନ୍ତି ଏବଂ ନିରନ୍ତର ଭାବରେ ସେବା କରିଛନ୍ତି ସେମାନଙ୍କୁ ଆମେ ସ୍ମରଣ କରୁଛୁ। ବୁଧବାର ସକାଳ 10 ଟାରେ ସହକର୍ମୀଙ୍କୁ ସମ୍ବୋଧିତ କରିବି। ଯୋଗ ଦିଅନ୍ତୁ।” ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରିଛନ୍ତି।

ଏହି ପ୍ରତିଷ୍ଠା ଦିବସ ପାଳନ ପାଇଁ ରାଷ୍ଟ୍ରୀୟ କାର୍ଯ୍ୟାଳୟ ତରଫରୁ ଏକ ନିର୍ଦ୍ଦେଶନାମା ଜାରୀ କରାଯାଇଛି। ସେଥିରେ କୁହାଯାଇଛି ଯେ, ବୁଧବାର ସକାଳ 9 ଟାରେ ଦଳିୟ କାର୍ଯ୍ୟାଳୟରେ ଦଳିୟ ପତାକା ଉତ୍ତୋଳନ କର। ତା’ପରେ ଦେଶଭକ୍ତି ଗୀତ ଗାନ କରାଯିବ। ଦେଶଭକ୍ତି ସ୍ଲୋଗାନରେ ଭରପୂର ଏକ ଶୋଭାଯାତ୍ରା କରିବାକୁ କୁହାଯାଇଛି। ଏହାପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣ ଶୁଣିବାକୁ ସକାଳ 9.45 ସୁଦ୍ଧା ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏପ୍ରିଲ 6 ରୁ 14 ପର୍ଯ୍ୟନ୍ତ ବ୍ଲକ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପାର୍ଟି କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

“ବୁଧବାର, ବିଜେପିର ପ୍ରତିଷ୍ଠା ଦିବସରେ ଏକ ନୂଆ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୋଦି। ତାହା ହେଲା ‘ବିଜେପିକୁ ଜାଣନ୍ତୁ’ (Bhajapa ko jaaniye) । ମୁଖ୍ୟତଃ ବିଦେଶୀମାନେ ବିଜେପି କଣ ତାହା ଜଣାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ 13 ଟି ଦେଶର ମୁଖ୍ୟମାନେ ବିଜେପି ସଭାପତିଙ୍କ ସହ ଯୋଗାଯୋଗ କରିବେ। ଏହା ହେଉଛି ଆରମ୍ଭ, ବିଦେଶୀ ପ୍ରତିନିଧୀଙ୍କ ସହ ଏହିପରି ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେବ ଏବଂ ଏହା ବ୍ୟତୀତ ଦଳୀୟ କର୍ମିଙ୍କ ପାରସ୍ପରିକ କଥାବାର୍ତ୍ତା ମଧ୍ୟ ହେବ ବୋଲି ବିଜେପି ନେତାମାନେ କହିଛନ୍ତି।

ବୁଧବାର ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟରେ କର୍ମିମାନଙ୍କୁ ଦଳର ଯାତ୍ରା ବିଷୟରେ ଏକ ଡକ୍ୟୁମେଣ୍ଟାରୀ ମଧ୍ୟ ପ୍ରଦର୍ଶିତ କରାଯିବ। ଏହି ଡକ୍ୟୁମେଣ୍ଟାରୀରେ ଜନ ସଂଗଠନର ଯାତ୍ରା ଏବଂ ଭାରତୀୟ ଜନତା ପାର୍ଟିର ଚିତ୍ର ପ୍ରଦର୍ଶିତ ହେବ। ଅତିଥିମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର କଫି ଟେବୁଲ ପୁସ୍ତକ “ନେସନ ଫାଷ୍ଟ” ମଧ୍ୟ ବଣ୍ଟନ କରାଯିବ ବୋଲି ବିଜେପି କହିଛି।

ବିଜେପି ପ୍ରତିଷ୍ଠା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026

ସାରା ଦେଶରେ ଯାତ୍ରୀ ଟର୍ମିନାଲର କ୍ଷମତା ବୃଦ୍ଧି ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ରେଳ ମନ୍ତ୍ରୀ

February 26, 2026
Latest News

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026

ସାରା ଦେଶରେ ଯାତ୍ରୀ ଟର୍ମିନାଲର କ୍ଷମତା ବୃଦ୍ଧି ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ରେଳ ମନ୍ତ୍ରୀ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.