Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଜେପିର ୪୨ତମ ପ୍ରତିଷ୍ଠା ଦିବସରେ କଣ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ?
ଜାତୀୟ ଖବର

ବିଜେପିର ୪୨ତମ ପ୍ରତିଷ୍ଠା ଦିବସରେ କଣ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ?

April 6, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେପିର ୪୨ ତମ ପ୍ରତିଷ୍ଠା ଦିବସରେ କଣ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ?

ନୂଆଦିଲ୍ଲୀ: ଆଜି ବିଜେପି ତାହାର ୪୨ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଏ ନେଇ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ମିମାନଙ୍କୁ ଭର୍ଚ୍ୟୁୟାଲି ସମ୍ବୋଧୀତ କରିଥିଲେ। ଏଥିରେ ସେ କହିଥିଲେ ଯେ, ସରକାରଙ୍କ କାର୍ଯ୍ୟରେ ଜାତୀୟ ସ୍ୱାର୍ଥ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଧ୍ୟାନରେ ରଖି ଆମ ସରକାର କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ମୋଦୀ କହିଛନ୍ତି ଯେ ଦେଶରେ ନୀତି, ଉଦ୍ଦେଶ୍ୟ ଏବଂ ନିର୍ଣ୍ଣାୟକତା ରହିଛି। ସେ କହିଛନ୍ତି, ଆଜି ସରକାର କେବଳ ଲକ୍ଷ୍ୟ ସ୍ଥିର କରିନାହାଁନ୍ତି ବରଂ ସେଗୁଡିକ ମଧ୍ୟ ହାସଲ କରନ୍ତି। ସେ କହିଛନ୍ତି ଯେ ଦେଶ 400 ବିଲିୟନ ଆମେରିକୀୟ ଡଲାରର ସର୍ବାଧିକ ରପ୍ତାନି ହାସଲ କରିଛି, ଯାହା ଏକ ସର୍ବକାଳିନ ରେକର୍ଡ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଆମେ ପ୍ରତିଷ୍ଠା ଦିବସ ଏପରି ଏକ ସମୟରେ ପାଳନ କରୁଛେ ଯେତେବେଳେ, ଦଳ ଚାରୋଟି ରାଜ୍ୟରେ ତାହାର କ୍ଷମତା ଫେରିପାଇଛି। ଚାରିଟି ରାଜ୍ୟରେ ପୁଣି ଥରେ ବିଜେପିର ଡବଲ ଇଂଜିନ ସରକାର କ୍ଷମତାକୁ ଆସିଛି। ସେ କହିଛନ୍ତି, ତିନି ଦଶନ୍ଧି ପରେ ଏକ ଦଳ ରାଜ୍ୟସଭାରେ 100 ଜଣ ସଦସ୍ୟତା ହାସଲ କରିବା କିଛି ଛୋଟ କଥା ନୁହେଁ।

ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ଲୋକଙ୍କ କଲ୍ୟାଣ ତଥା ଦେଶର ପ୍ରଗତି ସହ ଆଗକୁ ବଢୁଛି। ଶ୍ରୀ ଶାହା ଏକ ଟୁଇଟ୍ ଜରିଆରେ କହିଛନ୍ତି ଯେ ଗରିବ, କୃଷକ, ଅଧିବାସୀ ଏବଂ ସାତ ଦଶନ୍ଧି ଧରି ବଞ୍ଚିତ ହେବାର ମହିଳାଙ୍କ ଆକାଂକ୍ଷା ପୂରଣ ପାଇଁ ମଧ୍ୟ ଦଳ କାର୍ଯ୍ୟ କରିଛି।

ଏହା ପୂର୍ବରୁ ଭାରତୀୟ ଜନତା ପାର୍ଟିର 42 ତମ ପ୍ରତିଷ୍ଠା ଦିବସରେ ବିଜେପି ଜାତୀୟ ସଭାପତି ଜେ ପି ନାଡା ଦିଲ୍ଲୀର ପାର୍ଟି ମୁଖ୍ୟାଳୟରେ ଦଳୀୟ ପତାକା ଉତ୍ତୋଳନ କରିଛନ୍ତି। ସେ ଡକ୍ଟର ଶ୍ୟାମ ପ୍ରସାଦ ମୁଖାର୍ଜୀ ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ଶ୍ରୀ ନଡ୍ଡା ପାର୍ଟି ମୁଖ୍ୟାଳୟରେ ରକ୍ତଦାନ ଶିବିରର ଉଦଘାଟନ କରିଥିଲେ।

ବିଜେପି ପ୍ରତିଷ୍ଠା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁଲାଇ ୧୮ ତାରିଖ ଶନିବାର ଦିନ ସାତୋଟି ରାଶିର ଭାଗ୍ୟ ରହିବ ଭଲ

July 18, 2026

କେଉଁ ମେଡିକାଲ କଲେଜ ପାଇଁ କେତେ ରାଙ୍କ ଆବଶ୍ୟକ? ଜାଣନ୍ତୁ

July 17, 2026

ଜିନ୍ଦ୍‌ଠାରେ ପ୍ରାୟ ୧୪,୭୦୦ କୋଟିର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

July 17, 2026

କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ନୁହେଁ, ଜାଣନ୍ତୁ ସୋନମ ୱାଙ୍ଗଚୁକଙ୍କ ଦାବି କ’ଣ?

July 17, 2026
Latest News

ରଥଯାତ୍ରାରେ ଓମ୍ଫେଡ୍ ର ସିଏସ୍ଆର କାର୍ଯ୍ୟକ୍ରମ: ୨୫ ହାଜର ଶ୍ରଦ୍ଧାଳୁଙ୍କୁ ବାଣ୍ଟିଲା ମ୍ୟାଙ୍ଗୋ ଜୁସ୍

July 18, 2026

ସୋଆର ୨୦ ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷତା ଓ ଅଗ୍ରଗତିର ସ୍ମୃତିଚାରଣ

July 18, 2026

ବିଜେପିରେ ସାମିଲ ହେଲେ ବହୁ ବିଜେଡି ଓ କଂଗ୍ରେସ ନେତା

July 18, 2026

ଆଜି ଜୁଲାଇ ୧୮ ତାରିଖ ଶନିବାର ଦିନ ସାତୋଟି ରାଶିର ଭାଗ୍ୟ ରହିବ ଭଲ

July 18, 2026

ପ୍ରକାଶ ପାଇଲା ୩୫ ପୌରାଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା 

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.