Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ପାଇଁ ଓଡ଼ିଶା ସମେତ ୧୦ଟି ରାଜ୍ୟକୁ ମିଳିଲା ଅତିରିକ୍ତ ୨୮,୨୦୪ କୋଟି ଟଙ୍କା
ବିଶେଷ ଖବର

ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ପାଇଁ ଓଡ଼ିଶା ସମେତ ୧୦ଟି ରାଜ୍ୟକୁ ମିଳିଲା ଅତିରିକ୍ତ ୨୮,୨୦୪ କୋଟି ଟଙ୍କା

April 7, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟକୁ ୨୦୨୧-୨୨ ଆର୍ଥିକ ବର୍ଷରେ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ପାଇଁ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ପକ୍ଷରୁ ଅତିରିକ୍ତ ୨୮ ହଜାର ୨୦୪ କୋଟି ଟଙ୍କାର ଋଣ ଉଠାଣ ପାଇଁ ଅନୁମତି ମିଳିଛି। ଓଡ଼ିଶାକୁ ୨୭୨୫ କୋଟି ଟଙ୍କାର ଋଣ ଉଠାଣ ନିମନ୍ତେ ମଞ୍ଜୁରି ମିଳିଛି। ସଂସ୍କାର ପ୍ରକ୍ରିୟା ଉପରେ ରାଜ୍ୟମାନଙ୍କୁ ମିଳିଥିବା ଅତିରିକ୍ତ ଋଣ ଉଠାଣ ତାଲିକା ନିମ୍ନରେ ଦିଆଗଲା:

କ୍ରଂସଂଖ୍ୟା ରାଜ୍ୟ ପରିମାଣ (ଟଙ୍କା କୋଟିରେ)
୧. ଆନ୍ଧ୍ର ପ୍ରଦେଶ ୩,୭୧୬
୨. ଆସାମା ୧,୮୮୬
୩. ହିମାଚଳ ପ୍ରଦେଶ ୨୫୧
୪. ମଣିପୁର ୧୮୦
୫. ମେଘାଳୟ ୧୯୨
୬. ଓଡ଼ିଶା ୨,୭୨୫
୭. ରାଜସ୍ଥାନ ୫,୧୮୬
୮. ସିକ୍କିମ ୧୯୧
୯. ତାମିଲନାଡ଼ୁ ୭,୦୫୪
୧୦. ଉତ୍ତର ପ୍ରଦେଶ ୬,୮୨୩

ବିଦ୍ୟୁତ କ୍ଷେତ୍ରରେ ବିଭିନ୍ନ ରାଜ୍ୟମାନଙ୍କ ପକ୍ଷରୁ କରାଯାଇଥିବା ସଂସ୍କାରକୁ ଆଧାର କରି ୨୦୨୧-୨୨ ଆର୍ଥିକ ବର୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ପ୍ରତି ବର୍ଷ ରାଜ୍ୟ ଜିଡିପିର ୦.୫ ପ୍ରତିଶତ ଅତିରିକ୍ତ ଋଣ ଉଠାଣ ନିମନ୍ତେ ଅନୁମତି ଦେବା ଲାଗି ଅର୍ଥ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଥିଲା। ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସକୁ ଆଧାର କରି ଏହି ମଞ୍ଜୁରି ଦେବାକୁ ମନ୍ତ୍ରଣାଳୟ ନିଷ୍ପତ୍ତି ଗ୍ରହଣ କରିଥିଲା। କେନ୍ଦ୍ର ଅର୍ଥମନ୍ତ୍ରୀ ୨୦୨୧-୨୨ ବଜେଟ୍‌ ଭାଷଣରେ ଏ ସମ୍ପର୍କରେ ଘୋଷଣା କରିଥିଲେ।

ବିଦ୍ୟୁତ କ୍ଷେତ୍ରରେ ପରିଚାଳନା ଏବଂ ଆର୍ଥିକ ଦକ୍ଷତାରେ ସୁଧାର ଆଣିବା ସହିତ ଦେୟ ବିଦ୍ୟୁତ୍ ବ୍ୟବହାର କ୍ଷେତ୍ରରେ ଦୀର୍ଘସ୍ଥାୟୀ ବୃଦ୍ଧିକୁ ପ୍ରୋତ୍ସାହିତ କରିବା ଲାଗି ଅତିରିକ୍ତ ଆର୍ଥିକ ପ୍ରୋତ୍ସାହନ ପାଇଁ ଅନୁମତି ଦେବାକୁ ଲକ୍ଷ୍ୟ ରଖାଯାଇଛି। ବିଦ୍ୟୁତ କ୍ଷେତ୍ରରେ ସଂସ୍କାର କାର୍ଯ୍ୟକାରୀ କରୁଥିବା ରାଜ୍ୟମାନଙ୍କୁ ଅତିରିକ୍ତ ଋଣ ଉଠାଣ ନିମନ୍ତେ ଅନୁମତି ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଜୁନ ୯, ୨୦୨୧ରେ ଅର୍ଥ ମନ୍ତ୍ରଣାଳୟ ବ୍ୟୟ ବିଭାଗ ପକ୍ଷରୁ ଆବଶ୍ୟକ ବିସ୍ତୃତ ମାର୍ଗଦର୍ଶିକା ଏବଂ ନିୟମାବଳୀ ଜାରି କରାଯାଇଥିଲା।

ଅତିରିକ୍ତ ଋଣ ଉଠାଣ ନିମନ୍ତେ ବିଦ୍ୟୁତ କ୍ଷେତ୍ରରେ ରାଜ୍ୟ ସରକାରମାନଙ୍କୁ  ବାଧ୍ୟତାମୂଳକ ସଂସ୍କାର କାର୍ଯ୍ୟକାରୀ କରିବାକୁ ହେବ ଏବଂ ନିର୍ଦ୍ଧାରିତ ପ୍ରଦର୍ଶନ ବେଞ୍ଚମାର୍କ ପ୍ରସ୍ତୁତ କରିବାକୁ ପଡ଼ିବ। ବିଦ୍ୟୁତ ବିତରଣ କମ୍ପାନୀର ଘରୋଇକରଣ ପାଇଁ ରାଜ୍ୟମାନେ ବୋନସ ପ୍ରୋତ୍ସାହନ ପାଇବା ଲାଗି ଯୋଗ୍ୟ ହୋଇପାରିବେ।

ରାଜ୍ୟମାନଙ୍କର ପ୍ରଦର୍ଶନ ଏବଂ ଅତିରିକ୍ତ ଋଣ ଉଠାଣ ଅନୁମତି ପାଇଁ ଯୋଗ୍ୟତା ଆକଳନ କରିବା ଲାଗି ଶକ୍ତି ମନ୍ତ୍ରଣାଳୟକୁ ନୋଡାଲ ମନ୍ତ୍ରଣାଳୟ ଭାବେ ନିୟୋଜିତ କରାଯାଇଛି।

୨୦୨୨-୨୩ ଆର୍ଥିକ ବର୍ଷରେ ମଧ୍ୟ ରାଜ୍ୟମାନେ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ସହ ଜଡ଼ିତ ଅତିରିକ୍ତ ଋଣ ଉଠାଣ ସୁବିଧାର ଲାଭ ନେଇପାରିବେ। ଏଥିପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ୧,୨୨,୫୫୧ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ରାଶି ଉପଲବ୍ଧ ରହିଛି । ୨୦୨୧-୨୨ ଆର୍ଥିକ ବର୍ଷରେ ସଂସ୍କାର ପ୍ରକ୍ରିୟା ସମ୍ପୂର୍ଣ୍ଣ କରିପାରିନଥିବା ରାଜ୍ୟମାନେ ଚଳିତ ଆର୍ଥିକ ବର୍ଷରେ ସଂସ୍କାର କାର୍ଯ୍ୟକାରୀ କରିପାରିଲେ ୨୦୨୨-୨୩ ଆର୍ଥିକ ବର୍ଷରେ ବ୍ୟବସ୍ଥା ହୋଇଥିବା ଅତିରିକ୍ତ ଋଣ ଉଠାଣର ଲାଭ ନେଇପାରିବେ।

ଅର୍ଥ ମନ୍ତ୍ରଣାଳୟ ଓଡିଶା
Share. Facebook Twitter LinkedIn Email WhatsApp Copy Link

Related Posts

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026
Latest News

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 12, 2026

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.