Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆନିମେସନ, ଭିଜୁଆଲ ଇଫେକ୍ଟସ୍‌, ଗେମିଂ ଓ କମିକ୍ସ ପ୍ରୋତ୍ସାହନ ଟାସ୍କ ଫୋର୍ସ ଗଠନ କଲା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ
ବିଶେଷ ଖବର

ଆନିମେସନ, ଭିଜୁଆଲ ଇଫେକ୍ଟସ୍‌, ଗେମିଂ ଓ କମିକ୍ସ ପ୍ରୋତ୍ସାହନ ଟାସ୍କ ଫୋର୍ସ ଗଠନ କଲା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ

April 8, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଏଆଇ ପ୍ରଶାସନ ଓ ଆର୍ଥିକ ଗୋଷ୍ଠୀ ଗଠନ କଲେ ସରକାର
ଏଆଇ ପ୍ରଶାସନ ଓ ଆର୍ଥିକ ଗୋଷ୍ଠୀ ଗଠନ କଲେ ସରକାର

ନୂଆଦିଲ୍ଲୀ: ‘‘ଭାରତରେ ନିର୍ମାଣ’’ (କ୍ରିଏଟ୍‌ ଇନ୍‌ ଇଣ୍ଡିଆ) ଏବଂ ‘‘ବ୍ରାଣ୍ଡ ଇଣ୍ଡିଆ’’ର ଆଲୋକବର୍ତ୍ତିକା ସାଜିବାରେ ଭାରତୀୟ ଆନିମେସନ, ଭିଜୁଆଲ ଇଫେକ୍ଟସ୍‌, ଗେମିଂ ଏବଂ କମିକ୍‌ (ଏଭିଜିସି) କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି। ୨୦୨୫ ସୁଦ୍ଧା ବିଶ୍ବ ବଜାରର ୫% ଭାଗ ଅକ୍ତିଆର କରିବା ଲାଗି ଭାରତ ନିକଟରେ ଯଥେଷ୍ଟ ସମ୍ଭାବନା ରହିଛି। ଏହି ସମୟ ସୁଦ୍ଧା ଏଭିଜିସି କ୍ଷେତ୍ରରେ ଭାରତର କାରବାର ୪୦ ବିଲିୟନ ଆମେରିକୀୟ ଡଲାର ଛୁଇଁବ। ବାର୍ଷିକ ୨୫-୩୦% ଅଭିବୃଦ୍ଧି ସହ ଏହି କ୍ଷେତ୍ରରେ ବର୍ଷକୁ ୧ ଲକ୍ଷ ୬୦ ହଜାର ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଏଭିଜିସି କ୍ଷେତ୍ରରେ ରହିଥିବା ସମ୍ଭାବନାକୁ ବାସ୍ତବ ରୂପ ଦେବା ପାଇଁ ୨୦୨୦-୨୧ ଆର୍ଥିକ ବର୍ଷର କେନ୍ଦ୍ର ବଜେଟ୍‌ରେ ଏକ ଆନିମେସନ, ଭିଜୁଆଲ ଇଫେକ୍ଟସ, ଗେମିଂ ଏବଂ କମିକ୍ସ (ଏଭିଜିସି) ଟାସ୍କଫୋର୍ସ ଗଠନ କରିବା ଲାଗି ଘୋଷଣା କରାଯାଇଥିଲା। ଆମ ବଜାରରେ ସେବା ଯୋଗାଇ ଦେବା ଏବଂ ବିଶ୍ବସ୍ତରୀୟ ଚାହିଦା ପୂରଣ କରିବା ଲାଗି ଘରୋଇ କ୍ଷେତ୍ରରେ ରହିଥିବା ସାମର୍ଥ୍ୟକୁ ବାସ୍ତବ ରୂପ ଦେବା ଏବଂ ଦକ୍ଷତା ବିକାଶ କରିବା ଲାଗି ଏହି ଟାସ୍କଫୋର୍ସ ଆବଶ୍ୟକ ମାର୍ଗ ସୁପାରିସ କରିବ।

କେନ୍ଦ୍ର ବଜେଟ୍‌ରେ ହୋଇଥିବା ଘୋଷଣା ମୁତାବକ ଦେଶରେ ଆନିମେସନ, ଭିଜୁଆଲ ଇଫେକ୍ଟସ, ଗେମିଂ ଏବଂ କମିକ୍ସ (ଏଭିଜିସି) କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଲାଗି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଏକ ଏଭିଜିସି ଟାସ୍କ ଫୋର୍ସ ଗଠନ କରାଯାଇଛି।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସଚିବଙ୍କ ଅଧ୍ୟକ୍ଷତାରେ ଏହି ଏଭିଜିସି ପ୍ରୋତ୍ସାହନ ଟାସ୍କ ଫୋର୍ସ ଗଠନ କରାଯିବ ଏବଂ ଏଥିରେ ଅନ୍ୟ ମନ୍ତ୍ରଣାଳୟର ସଚିବମାନେ ସଦସ୍ୟ ରହିବେ, ସେହି ମନ୍ତ୍ରଣାଳୟଗୁଡ଼ିକ ହେଲା:-

କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ;

ଉଚ୍ଚ ଶିକ୍ଷା ବିଭାଗ

ଶିକ୍ଷା ମନ୍ତ୍ରଣାଳୟ

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ

ଶିଳ୍ପ ଏବଂ ଅନ୍ତରୀଣ ବାଣିଜ୍ୟ ଓ ପ୍ରୋତ୍ସାହନ ବିଭାଗ

ଏଥିରେ ଉଦ୍ୟୋଗ ସହଭାଗୀମାନଙ୍କର ବ୍ୟାପକ ସହଭାଗିତା ଦେଖିବାକୁ ମିଳିବ ଯଥା:

ବୀରେନ୍‌ ଘୋଷ, ରାଷ୍ଟ୍ର ମୁଖ୍ୟ, ଟେକ୍ନିକଲର ଇଣ୍ଡିଆ;

ଆଶିଷ କୁଲକର୍ଣ୍ଣି, ପ୍ରତିଷ୍ଠାତା, ପୁନରୟୁଗ ଆର୍ଟଭିଜନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌

ଜୈଶ କୃଷ୍ଣ ମୂର୍ତ୍ତି, ପ୍ରତିଷ୍ଠାତା ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଆନିବ୍ରେନ୍‌;

କେତନ ଯାଦବ, ସିଓଓ ଏବଂ ଭିଏଫଏକ୍ସ ପ୍ରଯୋଜକ, ରେଡଚିଲିଜ୍‌ ଭିଏଫଏକ୍ସ;

ଚୈତନ୍ୟ ଚିଞ୍ଚଲିକର, ମୁଖ୍ୟ ପ୍ରଯୁକ୍ତି ଅଧିକାରୀ, ହୁଇସଲିଂ ଉଡ୍ସ ଇଣ୍ଟରନ୍ୟାସନାଲ;

କିଶୋର କିଚଲି, ବରିଷ୍ଠ ଉପସଭାପତି ଏବଂ ରାଷ୍ଟ୍ର ମୁଖ୍ୟ ଜିଙ୍ଗା ଇଣ୍ଡିଆ;

ନୀରଜ ରାୟ, ପରିଚାଳନା ନିର୍ଦ୍ଦେଶକ ଓ ସିଇଓ, ହଙ୍ଗାମା ଡିଜିଟାଲ ମିଡିଆ ଓ ଏଣ୍ଟରଟେନମେଣ୍ଟ

ଏଭିଜିସି ପ୍ରୋତ୍ସାହନ ଟାସ୍କ ଫୋର୍ସରେ କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲଙ୍ଗାନା ରାଜ୍ୟ ସରକାର, ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ, ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଭଳି ଶିକ୍ଷା ସଂସ୍ଥାନର ମୁଖ୍ୟ ଏବଂ ଏମଇସସି, ଫିକ୍କି ଏବଂ ସିଆଇଆଇ ଭଳି ଶିଳ୍ପ ସଂସ୍ତାର ପ୍ରତିନିଧିମାନେ ରହିବେ।

ଭାରତ ସରକାର, ରାଜ୍ୟ ସରକାର ଏବଂ ପ୍ରମୁଖ ଉଦ୍ୟୋଗ ପ୍ରତିନିଧିମାନଙ୍କର ସହଭାଗିତାରେ ଏଭିଜିସି ପ୍ରମୋସନ ଟାସ୍କ ଫୋର୍ସ ଏହି କ୍ଷେତ୍ରର ଅଭିବୃଦ୍ଧି ପାଇଁ ବିଶେଷ ଗୁରୁତ୍ବାରୋପ କରିବ। ନୀତିଗତ ପଦକ୍ଷେପକୁ ଆଗେଇ ନେବା ଲାଗି ସଂସ୍ଥାଗତ ପ୍ରୟାସ କରାଯିବ, ଭାରତରେ ଏଭିଜିସି ଶିକ୍ଷାର ମାନକ ପ୍ରତିଷ୍ଠା କରାଯିବ, ଉଦ୍ୟୋଗ ଏବଂ ଅନ୍ତର୍ଜାତୀୟ ଏଭିଜିସି ସଂସ୍ଥାନ ସହ ସହଭାଗିତା ପ୍ରତିଷ୍ଠା କରାଯିବ ଏବଂ ଭାରତୀୟ ଏଭିଜିସି ଉଦ୍ୟୋଗର ସ୍ଥିତି ବିଶ୍ବସ୍ତରରେ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ।

ଟାସ୍କଫୋର୍ସର ସନ୍ଦର୍ଭ ସର୍ତ୍ତାବଳୀରେ ନିମ୍ନ ଦିଗଗୁଡ଼ିକୁ ସାମିଲ କରାଯାଇଛି

ଜାତୀୟ ଏଭିଜିସି ନୀତି ପ୍ରଣୟନ।

ଏଭିଜିସି ସହ ଜଡ଼ିତ କ୍ଷେତ୍ରରେ ସ୍ନାତକ, ସ୍ନାତ୍ତୋକୋତ୍ତର, ଡକ୍ଟରାଲ ପାଠ୍ୟକ୍ରମ ପାଇଁ ଜାତୀୟ ପାଠ୍ୟକ୍ରମ ଢାଞ୍ଚା ପାଇଁ ସୁପାରିସ କରାଯିବ।

ଶିକ୍ଷାନୁଷ୍ଠାନ, ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ଏବଂ ଉଦ୍ୟୋଗର ସହଭାଗିତାରେ କୌଶଳ ବିକାଶ ନିମନ୍ତେ ପଦକ୍ଷେପ।

ନିଯୁକ୍ତି ସୁଯୋଗକୁ ପ୍ରୋତ୍ସାହନ।

ଭାରତୀୟ ଏଭିଜିସି ଉଦ୍ୟୋଗକୁ ବିଶ୍ବ ସ୍ତରରେ ପ୍ରସାରିତ କରିବା ଲାଗି ପ୍ରୋତ୍ସାହନ ଏବଂ ବଜାର ବିକାଶ ସୁବିଧା ଯୋଗାଇ ଦେବା।

ରପ୍ତାନି ବୃଦ୍ଧି କରିବା ଏବଂ ଏଭିଜିସି କ୍ଷେତ୍ରରେ ଏଫଡିଆଇ ଆକୃଷ୍ଟ କରିବା ଲାଗି ପ୍ରୋତ୍ସାହନ ନିମନ୍ତେ ସୁପାରିସ କରାଯିବ।

୯୦ ଦିନ ମଧ୍ୟରେ ଏଭିଜିସି ପ୍ରୋତ୍ସାହନ ଟାସ୍କଫୋର୍ସ ପ୍ରଥମ କାର୍ଯ୍ୟ ଯୋଜନା ରିପୋର୍ଟ ଦାଖଲ କରିବ।

କ୍ରିଏଟ୍‌ ଇନ୍‌ ଇଣ୍ଡିଆ ଗେମିଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ବୁଥ ବାହୁଡା ମତ: ଆସାମରେ ବିଜେପି, ତାମିଲନାଡୁରେ ଶାସକ DMK+ ମେଣ୍ଟ

April 29, 2026

ବୁଥ ବାହୁଡା ମତ: TMCକୁ ମିଳିପାରେ ଝଟକା

April 29, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026
Latest News

ବୁଥ ବାହୁଡା ମତ: ଆସାମରେ ବିଜେପି, ତାମିଲନାଡୁରେ ଶାସକ DMK+ ମେଣ୍ଟ

April 29, 2026

ବୁଥ ବାହୁଡା ମତ: TMCକୁ ମିଳିପାରେ ଝଟକା

April 29, 2026

କେରଳରେ ବିଜୟନ ସରକାର ହ୍ୟାଟ୍ରିକ୍ କରିବ ନା ହାର ମାନିବ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୫ଟା ସୁଦ୍ଧା ୮୯.୯୯ ପ୍ରତିଶତ ମତଦାନ

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୩ଟା ସୁଦ୍ଧା ୭୮.୬୮ ପ୍ରତିଶତ

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.