Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆଜି ରାତିରେ ଏକ କୁଣ୍ଡର ପାଣି ହଜାର ହଜାର ଟଙ୍କାରେ ହେବ ନିଲାମ
ଧର୍ମ

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆଜି ରାତିରେ ଏକ କୁଣ୍ଡର ପାଣି ହଜାର ହଜାର ଟଙ୍କାରେ ହେବ ନିଲାମ

April 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆଜି ରାତିରେ ଏକ କୁଣ୍ଡର ପାଣି ହଜାର ହଜାର ଟଙ୍କାରେ ହେବ ନିଲାମ

ଭୁବନେଶ୍ବର: ଆଜି ବିଳମ୍ବିତ ରାତିରେ ଭୁବନେଶ୍ବରର ଥିବା ଏକ ପ୍ରାଚୀନ କୁଣ୍ଡର ପାଣି ବିକ୍ରି ହେବ। ତାହା ପୁଣି ଷହେ କିମ୍ବା ଦୁଇ ଶହ ନୁହେଁ, ହଜାର ହଜାର ଟଙ୍କାରେ ବିକ୍ରି ହେବ। ସେହି ସ୍ଥାନଟି ହେଉଛି ପୁରୁଣା ଭୁବନେଶ୍ବରର କାରୁକାର୍ଯ୍ୟଭରା ପ୍ରସିଦ୍ଧ ମୁକ୍ତେଶ୍ବର ମନ୍ଦିର ପ୍ରାଙ୍ଗଣରେ ଥିବା ଏକ କୁଣ୍ଡ। ଏହି କୁଣ୍ଡକୁ ମରିଚି କୁଣ୍ଡ ବୋଲି କୁହାଯାଏ।

ବିଶ୍ବସ ରହିଛି ଏହି କୁଣ୍ଡର ପାଣି ଅଶୋକାଷ୍ଠମୀ ପୂର୍ବ ରାତିରେ ଗାଧୋଇଲେ ନିଃସନ୍ତନ ଦମ୍ପତି ସନ୍ତନପ୍ରାପ୍ତ ହୋଇଥାନ୍ତି। ମୁଖ୍ୟତଃ ଅଶୋକାଷ୍ଠମୀରେ ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା ହୋଇଥାଏ। ଏହି ରଥ ପ୍ରତିଷ୍ଠା ପାଇଁ ବିଳମ୍ବିତ ରାତିରେ ସେବକମାନେ ଏହି ମରିଚି କୁଣ୍ଡ ପାଣି ଏକ ଶୋଭାଯାତ୍ରାରେ ନେଇ ଥାନ୍ତି। ସେମାନେ ରଥ ପ୍ରତିଷ୍ଠା ପାଇଁ ପାଣି ନେବା ପରେ ସେହି କୁଣ୍ଡର ପାଣି ନିଲାମ ଆରମ୍ଭ ହୋଇଥାଏ।

ମୁକ୍ତେଶ୍ବର ମନ୍ଦିର କମିଟ ଏହି ନିଲାମ କରିଥାନ୍ତି। ଯେଉଁମାନେ ସନ୍ତାପ୍ରାପ୍ତି ଆଶା କରିଥାନ୍ତି ସେମାନେ ଅଶୋକାଷ୍ଠମୀ ପୂର୍ବଦିନ ଆସି ମନ୍ଦିରରେ ଅପେକ୍ଷା କରିଥାନ୍ତି। ରଥ ପ୍ରତିଷ୍ଠା ପରେ ଏହି ନିଲାମ ଡକାଯାଇଥାଏ। ପ୍ରଥମ କଳସ ପାଣି ପାଇଁ ଭକ୍ତଙ୍କର ବହୁ ଗୁରୁତ୍ବ ରହିଥାଏ। ସେଥିପାଇଁ ଏହି ପ୍ରଥମ ପାଣି ନେବା ପାଇଁ ପ୍ରତିଯୋଗୀତା ହୋଇଥାଏ।

ପ୍ରଥମ ପାଣି ସର୍ବାଧିକ ଟଙ୍କା ଦେବା ପାଇଁ ଥିବା ଶ୍ରଦ୍ଧାଳୁଙ୍କୁ ସେବକମାନେ କୁଣ୍ଡରୁ ଆଣି ପ୍ରଦାନ କରିଥାନ୍ତି। ଏହି ପାଣିକୁ ନେଇ ସନ୍ତାନପ୍ରାପ୍ତି ଆଶାରେ ଥିବା ମହିଳା ମନ୍ଦିର ପଛକୁ ଯାଇ ସ୍ନାନ କରିଥାନ୍ତି। ଏପରି କଲେ ନିଃସନ୍ତାନ ଦୋଷରୁ ମୁକ୍ତି ମିଳେ ବୋଲି ବିଶ୍ବାସ ରହିଛି। ଏହାପରେ ଅନ୍ୟ ଅପେକ୍ଷାରତ ମହିଳାମାନେ ସେହିପରି କମ ଟଙ୍କାରେ ନିଲାମ ଡାକି ଏହି ପାଣି ଗ୍ରହଣ କରିଥାନ୍ତି।

ପ୍ରତି ବର୍ଷ ପ୍ରଥମ କଳସ ପାଣି ପ୍ରାୟ ଲକ୍ଷେ କିମ୍ବା ସତୁରି ହଜାର ପର୍ଯ୍ୟନ୍ତ ଟଙ୍କା ଦେଇ ମହିଳାମାନେ କିଣିଥାନ୍ତି। ଏହିଦିନ ସେହି ମରିଚି କୁଣ୍ଡରୁ ପ୍ରାୟ କୋଡିଏରୁ ତିରିଶି କଳସ ପାଣି ବିକ୍ରି କରାଯାଇଥାଏ। ଏହି ପରଂପରା କାହିଁ କେଉଁ କାଳରୁ ପ୍ରଚିଳିତ ହୋଇ ଆସୁଛି। ଏ ନେଇ ଏକ୍ରାମ ପୁରାଣରେ ମଧ୍ୟ ମରିଚି କୁଣ୍ଡ ପାଣିର ମହାତ୍ମା ବର୍ଣ୍ଣନା କରାଯାଇଛି।

ପ୍ରଭୃ ଲିଙ୍ଗରାଜ ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା ମରିଚି କୁଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମଙ୍ଗଳବାର ଏପ୍ରିଲ ୨୧ ତାରିଖ କିପରି ରହିବ ଦିନଟି, ଜାଣନ୍ତୁ ନିଜର ରାଶିଫଳ

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026

ଓଡିଶାରେ ୯୦,୦୦୦ କୋଟିର ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି: ଅଶ୍ୱିନୀ ବୈଷ୍ଣବ

April 20, 2026
Latest News

EMI ଦେବାରେ ଅସମର୍ଥ କି, ବ୍ୟାଙ୍କ ଲଗାଇପାରେ ତାଲା, ଜାଣନ୍ତୁ ଆଇନ ବିଷୟରେ

April 21, 2026

OTT ପ୍ଲାଟଫର୍ମରେ ହଇଚଇ ସୃଷ୍ଟି କରୁଛି ୨ ଘଣ୍ଟା ୨୦ ମିନିଟର ତାମିଲ ଫିଲ୍ମ

April 21, 2026

ଭୋଟର ତାଲିକାରୁ ବାଦ ପଡିଥିବା ଭୋଟରଙ୍କ ଯାଞ୍ଚ ନିର୍ଦ୍ଦେଶ

April 21, 2026

ଆପଣଙ୍କ ଶରୀରରେ ଆଇରନ ପରିମାଣ କମ୍ ଅଛି କି, ତେବେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ

April 21, 2026

ଦିନିକିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.