Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲାପାଳମାନଙ୍କ ସହ କଲେ ବୈଠକ, ଜାଣନ୍ତୁ କାରଣ କଣ
ବିଶେଷ ଖବର

ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲାପାଳମାନଙ୍କ ସହ କଲେ ବୈଠକ, ଜାଣନ୍ତୁ କାରଣ କଣ

April 13, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲାପାଳମାନଙ୍କ ସହ କଲେ ବୈଠକ, ଜାଣନ୍ତୁ କାରଣ କଣ

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଆଜି ରାଜ୍ୟର ୩୦ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ନିର୍ଭୁଲ ଭୋଟର ତାଲିକା ସଂପର୍କରେ ଏକ ସମୀକ୍ଷା ବୈଠକ କରିଥିଲେ। କ୍ଷେତ୍ର ପରିଦର୍ଶନ କରି ବିଶେଷ କରି ଫଟୋ ସାଦୃଶ୍ୟ ଥିବା ଏକାଧିକ ଭୋଟର କିମ୍ବା ଦୋହରା ଭାବେ ଭୋଟର ତାଲିକାରେ ନାମ ଦରଜ ହେବା ପରି ଜଣାପଡ଼ୁଥିବା ଭୋଟରମାନଙ୍କୁ ସଠିକ୍‌ ଭାବେ ଯାଞ୍ଚ କରିବାକୁ କୁହାଯାଇଛି।

ଏଥିସହ ଏକାଧିକ ନାମଗୁଡ଼ିକୁ ତାଲିକାରୁ ବାଦ୍‌ ଦେବା ଏବଂ ଭୋଟର ତାଲିକାରେ ନାମ ଥାଇ ଫଟୋ ନଥିବା କିମ୍ବା ଭୋଟର ତାଲିକାରେ ନାମ, ଠିକଣା ଇତ୍ୟାଦି ତ୍ରୁଟି ଥିଲେ ((Logical Error) କିମ୍ବା ଦୋହରା ଫଟୋ ପରିଚୟ ପତ୍ର ଥିବା ଭୋଟରମାନଙ୍କୁ ସଠିକ୍‌ ଭାବେ ଯାଞ୍ଚ କରି ସେମାନଙ୍କୁ ଭୋଟର ତାଲିକାରୁ ବାଦ୍‌ ଦେଇ ସଠିକ୍‌ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ସଂପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଗୁରୁତ୍ୱାରୋପ କରିଥିଲେ।

ଭାରତ ନିର୍ବାଚନ ଆୟୋଗ ପ୍ରଥମ ଥର ପାଇଁ ସମସ୍ତ ଭୋଟରମାନଙ୍କୁ ଫଟୋ ପରିଚୟ ଡାକ ମାଧ୍ୟମରେ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥି ନିମନ୍ତେ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କଲାବେଳେ ଫର୍ମ ନଂ-୬ରେ ତାଲିକାରେ ନାମ ଯୋଗ ଓ ଫର୍ମ ନଂ-୮ରେ ତ୍ରୁଟି ସଂଶୋଧନ ପାଇଁ ଫର୍ମ ପୂରଣ କଲାବେଳେ ନାଗରିକମାନେ ଆବେଦନ ଫର୍ମରେ ସଂପୂର୍ଣ୍ଣ ଡାକ ଠିକଣା ଓ ସଠିକ୍‌ ମୋବାଇଲ୍‌ ନମ୍ବର ଦେବାକୁ ହେବ। ନଚେତ୍‌ ଭୋଟରଙ୍କ ଘରେ ଡାକ ଯୋଗେ ଫଟୋ ପରିଚୟ ପତ୍ର ପହଞ୍ଚିବା ସମ୍ଭବ ହେବ ନାହିଁ।

ଆଗାମୀ ଦୁଇ ସପ୍ତାହ ମଧ୍ୟରେ ବୁଥ୍‌ସ୍ତରୀୟ ଅଧିକାରୀମାନେ ନିଜ ନିଜ ଅଞ୍ଚଳରେ ଘରକୁ ଘର ଯାଇ ସଠିକ୍‌ ତଥ୍ୟ ସଂଗ୍ରହ କରି ନିର୍ବାଚକ ପଂଜୀକରଣ ଅଧିକାରୀମାନଙ୍କୁ ସଠିକ୍‌ ତଥ୍ୟ ପ୍ରଦାନ କରିବେ ଓ ପରେ ନିର୍ବାଚକ ପଂଜୀକରଣ ଅଧିକାରୀମାନେ ସଠିକ୍‌ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ବର୍ତ୍ତମାନ ସୁଦ୍ଧା ପ୍ରସ୍ତୁତ ହୋଇଥିବା ଫଟୋ ପରିଚୟ ପତ୍ରଗୁଡ଼ିକୁ ମଇ ମାସ ୧୫ ତାରିଖ ସୁଦ୍ଧା ଡାକ ମାଧ୍ୟମରେ ଭୋଟରମାନଙ୍କ ଘରେ ପହଞ୍ଚାଇବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ନିର୍ଦ୍ଦେଶ ଦେଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଯେଉଁ ଭୋଟରମାନଙ୍କ ନାମ ଭୋଟର ତାଲିକାରେ ନାହିଁ କିମ୍ବା ତାଲିକାରେ ନାମ ଓ ଡାକ ଠିକଣା ଇତ୍ୟାଦିରେ ତ୍ରୁଟି ଅଛି ସେମାନେ ଏବେ ଅନ୍‌ଲାଇନ୍‌ ମାଧ୍ୟମରେ nଠଟଞ୍ଛ.in ପୋର୍ଟାଲକୁ ଯାଇ ଆବେଦନ କରିପାରିବେ। ଏହା ମଧ୍ୟ ନିଜ ମୋବାଇଲ୍‌ ମାଧ୍ୟମରେ ଭୋଟର ହେଲ୍‌ପ ଲାଇନ୍‌ ଆପ୍‌ ଡାଉନ୍‌ଲୋଡ଼୍‌ କରି ସେଥିରେ ଆବେଦନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।

ଏହି ଆଭାସୀ ବୈଠକରେ ୩୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳମାନେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଶ୍ରୀମତୀ ସଂଘମିତ୍ରା ଶତପଥୀ, ଭବାନୀଶଙ୍କର ରାୟ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ଏଏସ୍‌ଇ ଇଦ୍ରିଶ୍‌ ଖାନ୍‌, ରାମ ଟୁଙ୍ଗା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଭୋଟର ତାଲିକା ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ
Share. Facebook Twitter LinkedIn Email WhatsApp Copy Link

Related Posts

୧୦୦୦ ତମ ଅଧ୍ୟାୟରେ ପହଞ୍ଚିଲା ଜୀ ସାର୍ଥକର ସବୁଠାରୁ ସଫଳ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ 

March 9, 2026

ଆଜି ସଂସଦରେ ଭାଙ୍ଗିବ ସରକାରଙ୍କ ନୀରବତା!: ମଧ୍ୟପ୍ରାଚ୍ୟ ଉପରେ ମତ ସ୍ପଷ୍ଟ କରିବେ ବୈଦେଶିକ ମନ୍ତ୍ରୀ?

March 9, 2026

ଶ୍ରୀବଳଦେବ ଜୀଉଙ୍କ କ୍ଷେତ୍ରରେ ଦୋଳଯାତ୍ରା ଓ ଛାମୁମେଳଣ ଉଦଯାପିତ

March 9, 2026

“ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬” ଜୋନ୍ ସ୍ତରୀୟ ବକ୍ତା ପ୍ରଶିକ୍ଷଣ କର୍ମଶାଳା

March 9, 2026
Latest News

ନୀତା ଅମ୍ବାନୀଙ୍କ ଦ୍ୱାରା ହିରୋଜ୍ ଅଭିଯାନ ଶୁଭାରମ୍ଭ

March 9, 2026

ଓମ୍ ବିର୍ଲାଙ୍କୁ ହଟାଇବା ପ୍ରସ୍ତାବ ସମ୍ପର୍କରେ କ’ଣ କରିବେ ୩୭ ଏସପି ସାଂସଦ?: ସ୍ପଷ୍ଟ କଲେ ଅଖିଳେଶ ଯାଦବ

March 9, 2026

ଭାରତ ବିଶ୍ୱକପ୍ ଜିତିବା ପରେ ପାକିସ୍ତାନରୁ ଆସିଲା ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ ମହମ୍ମଦ ଆମିର

March 9, 2026

Budget Session Resumes: ସଂସଦରେ ଆରମ୍ଭ ହେବ ବଜେଟ ଅଧିବେସନର ଦ୍ବିତୀୟ ପର୍ଯ୍ୟାୟ

March 9, 2026

୧୦୦୦ ତମ ଅଧ୍ୟାୟରେ ପହଞ୍ଚିଲା ଜୀ ସାର୍ଥକର ସବୁଠାରୁ ସଫଳ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ 

March 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.