Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେ.ଏଲ୍ ରାହୁଲ ଶତକ ସ୍କୋର କରି ସୃଷ୍ଟି କଲେ ଇତିହାସ, ଆଇପିଏଲରେ ହେଲେ ପ୍ରଥମ ବ୍ୟାଟ୍ସମ୍ୟାନ୍
ଆଜିର ଖବର

କେ.ଏଲ୍ ରାହୁଲ ଶତକ ସ୍କୋର କରି ସୃଷ୍ଟି କଲେ ଇତିହାସ, ଆଇପିଏଲରେ ହେଲେ ପ୍ରଥମ ବ୍ୟାଟ୍ସମ୍ୟାନ୍

April 16, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ବ୍ରେବୋର୍ନ ଷ୍ଟାଡିୟମରେ ଆଇପିଏଲ୍-୨୦୨୨ ର ୨୬ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଲକ୍ଷ୍ନୌ ସୁପର ଜିଆଣ୍ଟସର ସମ୍ମୁଖୀନ ହୋଇଥିଲା। ଏହି ମ୍ୟାଚରେ କେ.ଏଲ୍ ରାହୁଲ ଇତିହାସ ସୃଷ୍ଟି କରିଥିଲେ। ସେ ନିଜର ୧୦୦ ତମ ଆଇପିଏଲ ମ୍ୟାଚରେ ଏକ ଶତକ ହାସଲ କରିଥିଲେ। ଏଭଳି କରିବାର ସେ ଆଇପିଏଲରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।

ମୁମ୍ବାଇ ବିପକ୍ଷରେ ରାହୁଲ ମାତ୍ର ୫୬ ବଲରେ ଶତକ ହାସଲ କରିଥିଲେ। ଏହା ତାଙ୍କର ୧୦୦ ତମ ଆଇପିଏଲ ମ୍ୟାଚ୍ ଥିଲା। ଏହା ବ୍ୟତୀତ ସେ ଆଇପିଏଲର ୧୦୦ ତମ ମ୍ୟାଚରେ ସର୍ବାଧିକ ରନ୍ ସ୍କୋରର ମଧ୍ୟ ହୋଇଛନ୍ତି। ରାହୁଲ ମୁମ୍ବାଇ ସହ ୬୦ ଟି ବଲରେ ୧୦୩ ରନ୍ ସଂଗ୍ରହ କରିଛନ୍ତି। ଏହି ସମୟ ମଧ୍ୟରେ ସେ ୯ ଟି ଚୌକା ଓ ୫ ଟି ଛକା ମାରିଥିଲେ। ତାଙ୍କ ଇନିଂସ ହେତୁ ଲକ୍ଷ୍ନୌ ୨୦ ଓଭରରେ ୧୯୯ ରନ୍ ସଂଗ୍ରହ କରିପାରିଥିଲା।

୧୦୦ ତମ ଆଇପିଏଲ ମ୍ୟାଚରେ ସର୍ବାଧିକ ରନ୍ ସ୍କୋର କରିଥିବା ଖେଳାଳି:

୧୦୩*- କେ.ଏଲ୍ ରାହୁଲ
୮୬- ଫାଫ୍ ଡୁ ପ୍ଲେସିସ୍
୬୯- ଡେଭିଡ୍ ୱାର୍ଣ୍ଣର
୫୯- ମୁରଲୀ ବିଜୟ

କେ.ଏଲ୍ ରାହୁଲଙ୍କ ବ୍ୟତୀତ କ୍ରିସ୍ ଗେଲ୍, ବିରାଟ କୋହଲି ଡେଭିଡ ୱାର୍ଣ୍ଣର ମଧ୍ୟ ସମାନ ଦଳ ବିରୋଧରେ ଦୁଇଥର ଶତକ ହାସଲ କରିଛନ୍ତି। ଅଧିନାୟକ ଭାବରେ ଦୁଇ କିମ୍ବା ଅଧିକ ଶତକ ସ୍କୋର କରିବାରେ କେ.ଏଲ୍ ରାହୁଲ ଦ୍ୱିତୀୟ ଖେଳାଳି ହୋଇଛନ୍ତି। କୋହଲି ତାଙ୍କ ଅପେକ୍ଷା ଅଧିନାୟକ ଭାବରେ ଅଧିକ ଶତକ ହାସଲ କରିଛନ୍ତି। କୋହଲି ଅଧିନାୟକ ଭାବରେ ୫ ଟି ଶତକ ହାସଲ କରିଛନ୍ତି।

ଆଇପିଏଲ୍ ୨୦୨୨ କେ.ଏଲ୍ ରାହୁଲ ପ୍ରଥମ ବ୍ୟାଟ୍ସମ୍ୟାନ୍ ବ୍ରେବୋର୍ନ ଷ୍ଟାଡିୟମ
Share. Facebook Twitter LinkedIn Email WhatsApp Copy Link

Related Posts

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

ଟି-୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କଲା ଜିମ୍ବାୱେ

February 19, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଜିଓ ପକ୍ଷରୁ ‘ନେସନ୍‌-ଫର୍ଷ୍ଟ ଏଆଇ ଷ୍ଟାକ୍‌’ର ରୂପରେଖ ପ୍ରଦର୍ଶିତ

February 19, 2026

ଭାରତୀୟ ବିମାନ ସେବା ବିରୋଧରେ ବଡ଼ ନିଷ୍ପତ୍ତି: ଏୟାରସ୍ପେସ୍ ବନ୍ଦ କଲା ବାଂଲାଦେଶ 

February 19, 2026
Latest News

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

ଟି-୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କଲା ଜିମ୍ବାୱେ

February 19, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଜିଓ ପକ୍ଷରୁ ‘ନେସନ୍‌-ଫର୍ଷ୍ଟ ଏଆଇ ଷ୍ଟାକ୍‌’ର ରୂପରେଖ ପ୍ରଦର୍ଶିତ

February 19, 2026

ଭାରତୀୟ ବିମାନ ସେବା ବିରୋଧରେ ବଡ଼ ନିଷ୍ପତ୍ତି: ଏୟାରସ୍ପେସ୍ ବନ୍ଦ କଲା ବାଂଲାଦେଶ 

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.