ମୁମ୍ବାଇ: ରବିବାର ଦିନ ଆଇପିଏଲରେ ଦୁଇଟିମ୍ୟାଚ୍ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍ ସନରାଇଜର୍ସ ହାଇଦ୍ରାବାଦ (SRH) ଏବଂ ପଞ୍ଜାବ କିଙ୍ଗସ୍ (PBKS) ମଧ୍ୟରେ ହୋଇଥିଲା। ଏଥିରେ ହାଇଦ୍ରାବାଦ ପଞ୍ଜାବକୁ ୭ ୱିକେଟରେ ପରାସ୍ତ କରି ବିଜୟର ଗତି ବଜାୟ ରଖିଛି। ଦ୍ୱିତୀୟ ମ୍ୟାଚ୍ ଗୁଜୁରାଟ ଟାଇଟାନ୍ସ (ଜିଟି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (CSK) ମଧ୍ୟରେ ଖେଳାଯାଇଥିଲା। ଏଥିରେ ଗୁଜୁରାଟ ଚେନ୍ନାଇକୁ ୩ ୱିକେଟରେ ପରାସ୍ତ କରିଛି। ଏହି ଦୁଇଟି ମ୍ୟାଚ୍ ର ଫଳାଫଳ ହେତୁ, ଆଇପିଏଲ୍ ର ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ ଆସିଛି। ଯେଉଁଠାରେ ଗୁଜୁରାଟର ଦଳ ଶୀର୍ଷରେ ଅଛି, ସେଠାରେ ଅନେକ ଦଳର ସ୍ଥାନ ବଦଳି ଯାଇଛି। ଆଇପିଏଲ ପଏଣ୍ଟ ଟେବୁଲର ସର୍ବଶେଷ ସ୍ଥିତି ବିଷୟରେ ଆସନ୍ତୁ ଜାଣିବା…
| .ନଂ | ଦଳ | ମ୍ୟାଚ | ବିଜୟ | ପରାଜୟ | ନେଟ ରନ ରେଟ | ପଏଣ୍ଟସ୍ |
| ୧ | ଗୁଜୁରାଟ | ୬ | ୫ | ୧ | ୦.୩୯୫ | ୧୦ |
| ୨ | ଲକ୍ଷ୍ନୌ | ୬ | ୪ | ୨ | ୦.୨୯୬ | ୮ |
| ୩ | ବେଙ୍ଗୁଲୁରୁ | ୬ | ୪ | ୨ | ୦.୧୪୨ | ୮ |
| ୪ | ହାଇଦ୍ରାବାଦ | ୬ | ୪ | ୨ | -୦.୦୭୭ | ୮ |
| ୫ | ରାଜସ୍ଥାନ | ୫ | ୩ | ୨ | ୦.୩୮୯ | ୬ |
| ୬ | କୋଲକୋତା | ୬ | ୩ | ୩ | ୦.୨୨୩ | ୬ |
| ୭ | ପଞ୍ଜାବ | ୬ | ୩ | ୩ | ୦.୧୦୯ | ୬ |
| ୮ | ଦିଲ୍ଲୀ | ୫ | ୨ | ୩ | ୦.୨୧୯ | ୪ |
| ୯ | ଚେନ୍ନାଇ | ୬ | ୧ | ୫ | -୦.୬୩୮ | ୨ |
| ୧୦ | ମୁମ୍ବାଇ | ୬ | ୦ | ୬ | -୧.୦୪୮ | ୦ |
ଅରେଞ୍ଜ କ୍ୟାପ:
| କ୍ର.ନଂ | ବ୍ୟାଟ୍ସମ୍ୟାନ | ମ୍ୟାଚ | ରନ |
| ୧ | ଜୋସ ବଟଲର | ୫ | ୨୭୨ |
| ୨ | କେ ଏଲ ରାହୁଲ | ୬ | ୨୩୫ |
| ୩ | ହାର୍ଦ୍ଦିକ ପାଣ୍ଡ୍ୟା | ୫ | ୨୨୮ |
ପର୍ପଲ କ୍ୟାପ:
| କ୍ର.ନଂ | ବୋଲର | ମ୍ୟାଚ | ୱିକେଟ |
| ୧ | ଟି ନଟରାଜନ | ୬ | ୧୨ |
| ୨ | ୟୁଜବେନ୍ଦ୍ର ଚହଲ | ୫ | ୧୨ |
| ୩ | ଆବେଶ ଖାନ | ୬ | ୧୧ |



