Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜନଜାତିଙ୍କ ପାରମ୍ପରିକ କଳାନୈପୁଣ୍ୟକୁ ନେଇ ପ୍ରଦର୍ଶନୀ, ଚିତ୍ରଶିଳ୍ପୀ ଓ କାରିଗରଙ୍କ ସମ୍ମାନ ସମାରୋହ
ବିଶେଷ ଖବର

ଜନଜାତିଙ୍କ ପାରମ୍ପରିକ କଳାନୈପୁଣ୍ୟକୁ ନେଇ ପ୍ରଦର୍ଶନୀ, ଚିତ୍ରଶିଳ୍ପୀ ଓ କାରିଗରଙ୍କ ସମ୍ମାନ ସମାରୋହ

April 19, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଜନଜାତିଙ୍କ ପାରମ୍ପରିକ କଳାନୈପୁଣ୍ୟକୁ ନେଇ ପ୍ରଦର୍ଶନୀ, ଚିତ୍ରଶିଳ୍ପୀ ଓ କାରିଗରଙ୍କ ସମ୍ମାନ ସମାରୋହ

ଭୁବନେଶ୍ୱର: ଜନଜାତି ଶିଳ୍ପୀ ଓ କାରିଗରଙ୍କ ମଧ୍ୟରେ ବହୁ ପ୍ରତିଭା ରହିଛି । ଜନଜାତିମାନେ ପାରମ୍ପରିକ କଳାନୈପୁଣ୍ୟ ମାଧ୍ୟମରେ ପରମ୍ପରା ଓ ସଂସ୍କୃତିକୁ ସାଇତି ରଖିଥାନ୍ତି । ପରମ୍ପରାକୁ ସମ୍ମାନ ଦେବାର ଅନୁରାଗ ସେମାନଙ୍କ ମଧ୍ୟରେ ରହିଛି ।

ଜନଜାତି ଚିତ୍ରଶିଳ୍ପୀ ଓ କାରିଗରଙ୍କ ନିମନ୍ତେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଜନଜାତି ଚିତ୍ରକଳା ଓ କଳାବସ୍ତୁ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କ ସମ୍ବର୍ଦ୍ଧନା ସମାରୋହ ଆଜି ପୂର୍ବାହ୍ନରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଶ୍ରୀ ଆର୍‌. ବାଲ୍‌କ୍ରିଷ୍ଣନ୍‌ ଉଦ୍‌ଘାଟନ କରିଥିଲେ ।

ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ଓଡ଼ିଶାର ଆଦିବାସୀ ସଂସ୍କୃତି ବିଶ୍ୱର ଅନନ୍ୟ ଓ ସ୍ୱତନ୍ତ୍ର ବୋଲି ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ, ଓଡ଼ିଶାର ଜଗନ୍ନାଥ ସଂସ୍କୃତି ମହାନ । ଓଡ଼ିଶା ବିକାଶର ଏକ ମଡ଼େଲ ବୋଲି ସେ ପ୍ରକାଶ କରିଥିଲେ । ଓଡ଼ିଶାର ଆଦିବାସୀ ଅଞ୍ଚଳରେ ଏବଂ ଆଦିବାସୀମାନଙ୍କ ନିମନ୍ତେ ଦୀର୍ଘବର୍ଷ ଧରି କାର୍ଯ୍ୟକରି ଅନେକ ଗୁଢ଼ତଥ୍ୟ ବିଷୟରେ ଜ୍ଞାନଲାଭ କରିଥିବାରୁ ସେ ନିଜକୁ ଧନ୍ୟ ମନେ କରିଥିଲେ ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା କହିଲେ ଯେ, ଜନଜାତି ଚିତ୍ରଶିଳ୍ପୀ ଓ କାରିଗରମାନଙ୍କ ମଧ୍ୟରେ ଏଭଳି ପ୍ରତିଯୋଗିତା ଏକ ବଡ଼ ପ୍ଲାଟ୍‌ଫର୍ମ ସୃଷ୍ଟି କରିପାରିବ । ଏହାକୁ ଅଧିକ ସଶକ୍ତ କରିବା ପାଇଁ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିବ । ଏହା ସେମାନଙ୍କର ସ୍ୱୀୟ କଳାନୈପୁଣ୍ୟତାକୁ ସଂରକ୍ଷଣ ଦେବା ସହିତ ସେମାନଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୋଇପାରିବ । ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରି ଓତା କହିଥିଲେ ଯେ ଚଳିତ ବର୍ଷଠାରୁ ଜନଜାତି ଚିତ୍ରଶିଳ୍ପୀ ଓ କାରିଗରମାନଙ୍କ ମଧ୍ୟରେ ଏଭଳି ପ୍ରତିଯୋଗିତା ଆରମ୍ଭ କରାଯାଇଛି । ତୃଣମୂଳ ସ୍ତରରୁ ଏହି ପ୍ରତିଭା ଚୟନ କରାଯାଇଛି ।

ଆଜି ସମ୍ବର୍ଦ୍ଧନା ସମାରୋହ ପୂର୍ବରୁ ମୁଖ୍ୟ ଅତିଥି ପିଭିଟିଜି ଗ୍ୟାଲେରିର ଭିତରେ ଥିବା ପ୍ରୋଜେକ୍‌ସନ୍‌ ମ୍ୟାପିଂ କକ୍ଷର ଶୁଭ ଉଦ୍‌ଘାଟନ କରିବା ସହ କୃତୀ ଚିତ୍ରଶିଳ୍ପୀ ଓ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ଜନଜାତି ଚିତ୍ରକଳା ପ୍ରଦର୍ଶନୀକୁ ପରିଦର୍ଶନ କରିଥିଲେ ଓ ଏହାର ଭୂୟସୀ ପ୍ରଶଂସା କରିଥିଲେ ।

ଓଡ଼ିଶାର ଆଇଟିଡ଼ିଏ ତଥା ମାଇକ୍ରୋପ୍ରୋଜେକଫ ଅଞ୍ଚଳରୁ ବଛାହୋଇ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ତଥା ତୃତୀୟ ସ୍ଥାନ ଲାଭ କରିଥିବା ୧୪୬ଟି ଆଦିବାସୀ ଚିତ୍ରକଳା ଓ କଳାସାମଗ୍ରୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସ୍ଥାନ ପାଇଥିଲା । ୧୨୪ ଜଣ ଆଦିବାସୀ ପ୍ରତିଭାଙ୍କ ମଧ୍ୟରୁ ୨୬ ଜଣ କନିଷ୍ଠ ବର୍ଗରେ ଓ ୭୩ ଜଣ ବରିଷ୍ଠ ବର୍ଗ ଚିତ୍ରକଳାରେ ଅଂଶଗ୍ରହଣ କରିଥିଲେ ।

ଏହି ପ୍ରତିଯୋଗିତାରେ ସମସ୍ତ ୧୨୪ ଜଣ କାରିଗର ଓ ଚିତ୍ରଶିଳ୍ପୀ, ଓଡ଼ିଶାର ୨୫ଟି ଜନଜାତି ଗୋଷ୍ଠୀ(ଉପଗୋଷ୍ଠୀ ସମେତ) ପ୍ରତିନିଧିତ୍ୱ କରିଥିଲେ । ବରିଷ୍ଠ ବିଭାଗରେ ଚିତ୍ରକଳାରେ ଯୁଗ୍ମ ଭାବରେ ପ୍ରଥମ ପୁରସ୍କାର ରବିନାଥ ଶବର ଓ ଜୁନେଶ ଗମାଙ୍ଗୋ, ଦ୍ୱିତୀୟ ପୁରସ୍କାର ଲିପ୍‌ସା ସମାଦ ଓ ଗୋରେଖ ଚନ୍ଦ୍ର ନାୟକ, ତୃତୀୟ ପୁରସ୍କାର ପରମାନନ୍ଦ କାଇନ୍ଦା ଓ ମାନସ ରଞ୍ଜନ ନାଏକଙ୍କୁ ପ୍ରଦାନ କରାଯାଇଥିଲା।

କନିଷ୍ଠ ବର୍ଗରେ ଚିତ୍ରକଳାରେ ପ୍ରଥମ ପୁରସ୍କାର ଯୁଗ୍ମ ଭାବେ ଉମେଶ କୁମାର ହେମ୍ବ୍ରମ୍‌ ଓ ଲକ୍ଷ୍ମୀ ମାରାଣ୍ଡି, ଦ୍ୱିତୀୟ ପୁରସ୍କାର ଓମ୍‌ ଅଙ୍କିତ୍‌ ବରିହା ଓ ଗୌିତମ ସିଂ ଏବଂ ତୃତୀୟ ପୁରସ୍କାର ସାବିତ୍ରୀ ମାଝୀ ଓ ଅଲୁପା ଶବର ପାଇଥିଲେ ।
ସେହିଭଳି କଳାବସ୍ତୁ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ସମରାଏ ମୁର୍ମୁ ଓ ସାବେନ୍‌ ମାଙ୍କେଡିଆ, ଦ୍ୱିତୀୟ ପୁରସ୍କାର ବସନ୍ତ କୁମାର ହାଂସଦା ଓ ସୁମତି ମହାପାତ୍ର ପାଇଥିଲେ । ତୃତୀୟ ପୁରସ୍କାର ଚନ୍ଦ୍ରସେନ ମାଝୀ ଓ ରିନ୍‌ଡ଼ି ମୁର୍ମୁ ପାଇଥିଲେ । ଏହି ଅବସରରେ ଜନଜାତି ଚିତ୍ରକଳା ଓ କଳାସାମଗ୍ରୀ ପ୍ରତିଯୋଗୀ ବିବରଣୀ ପୁସ୍ତିକା ଉନ୍ମୋଚିତ ହୋଇଥିଲା ।

ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ, ଭାରତ ସରକାରଙ୍କ ସହଭାଗିତାରେ ଏସ୍‌ସିଏସ୍‌ଟିଆର୍‌ଟିଆଇ, ଓଡ଼ିଶା ସରକାର, ଓଡ଼ିଶାର ଜନଜାତିଙ୍କ ବିରଳ ଚିତ୍ର ଓ କଳାବସ୍ତୁର ପ୍ରଚାର ଓ ପ୍ରସାର ପାଇଁ ବିହିତ ପଦକ୍ଷେପ ନେଇଛନ୍ତି । ନିଜସ୍ୱ ଜ୍ଞାନକୌଶଳ ଆଧାରରେ ଜନଜାତିଙ୍କ ମୌଳିକ ବସ୍ତୁ ସଂସ୍କୃତିର ସଂରକ୍ଷଣ ପାଇଁ ଏହା ଏକ ଅଭିନବ ପ୍ରୟାସ ।

ରାଜ୍ୟସ୍ତରୀୟ ଜନଜାତି ଚିତ୍ରଶିଳ୍ପୀ ଓ କାରିଗରମାନେ ସମ୍ବର୍ଦ୍ଧିତ ହେବା ଫଳରେ ସେମାନଙ୍କର ଖ୍ୟାତି ପ୍ରସାରିତ ହେବ ଓ ସେମାନେ ଜୀବନ ନିର୍ବାହ ପାଇଁ ଅର୍ଥ ଉପାର୍ଜନ କରିବାକୁ ସକ୍ଷମ ହେବେ । ଏହି ସମାରୋହ ଶେଷରେ ବିଭାଗୀୟ ନିର୍ଦ୍ଦେଶକ ଗୁହା ପୁନମ୍‌ ତାପସ କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।

ଜନଜାତି
Share. Facebook Twitter LinkedIn Email WhatsApp Copy Link

Related Posts

ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର

July 12, 2026

କେବେ ହର୍ମୁଜ୍ ପ୍ରଣାଳୀ ଖୋଲିବ ଇରାନ?: ଡୋନାଲ୍ଡ ଟ୍ରମ୍ପଙ୍କ ଆଗରେ ଏହି ସର୍ତ୍ତ ରଖିଲା IRGC 

July 12, 2026

ନେଇ ଯାଆ..ରେ ମେଘ ମୋତେ..ଗୀତର ଗାୟିକା ଏସ ଜାନକୀ ଆଉ ନାହାଁନ୍ତି, ୮୮ ବର୍ଷ ବୟସରେ ପରଲୋକ

July 12, 2026

ସରକାରଙ୍କ ବିଭିନ୍ନ ସଫଳତାର ଗାଥାକୁ ନେଇ ପ୍ରକାଶିତ ଦୁଇଟି ବିଶେଷ ପୁସ୍ତକ ବାଣ୍ଟିଲେ ଉପ ମୁଖ୍ୟମନ୍ତ୍ରୀ

July 12, 2026
Latest News

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

July 12, 2026

ଭାରତ-ଇଣ୍ଡୋନେସିଆ ସମ୍ପର୍କ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କଲେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ

July 12, 2026

ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର

July 12, 2026

କେବେ ହର୍ମୁଜ୍ ପ୍ରଣାଳୀ ଖୋଲିବ ଇରାନ?: ଡୋନାଲ୍ଡ ଟ୍ରମ୍ପଙ୍କ ଆଗରେ ଏହି ସର୍ତ୍ତ ରଖିଲା IRGC 

July 12, 2026

ଅପହରଣ ପରେ ୧ ଲକ୍ଷ ଟଙ୍କାରେ ବିକ୍ରି ହେଲା ନାବାଳିକା: ୫ ଗିରଫ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.