ଆଜି ପାଞ୍ଚ ଦିନ ପାଇଁ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published: Apr 29, 2022, 8:00 am IST

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଞ୍ଚ ଦିନିଆ ନୂଆଦିଲ୍ଲୀ ଗସ୍ତ କରିବେ। ସେ ଆସନ୍ତାକାଲି ନୂଆଦିଲ୍ଲୀରେ ଆୟୋଜିତ ମୁଖ୍ୟ ବିଚାରପତି ଏବଂ ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ଯୋଗ ଦେବେ। ଏହି ସମ୍ମିଳନୀରେ ଭାରତର ମୁଖ୍ୟ ବିଚାରପତି ଏବଂ ପ୍ରଧାନମନ୍ତ୍ରୀ ଯୋଗଦେବେ।

ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ଅନୁସାରେ ଆଜି ଦିନ ଗୋଟାଏ ବେଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିବେ। ୩୦ ତାରିଖରେ ବିଚାରପତି ସମ୍ମିଳନୀ, ୧ ତାରିଖରେ କୌଣସି ସରକାରୀ କାର‌୍ୟ୍ୟକ୍ରମ ନ ଥିବା ବେଳେ ୨ ତାରିଖରେ ସେ ଓଡିଶା ପ୍ରକଳ୍ପ ଉପରେ ସମୀକ୍ଷା କରିବେ। ସେ ଆସନ୍ତା ୩ ତାରିଖରେ ଭୁବନେଶ୍ବର ଫେରିବେ।

Related posts