Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକାରେ ପ୍ରଥମ ଦିନରେ ମାଟ୍ରିକ ପରୀକ୍ଷା ଦେଲେ ୩୩୭୮ ପରୀକ୍ଷାର୍ଥୀ, ୨୩୦ ଅନୁପସ୍ଥିତ
ଆଞ୍ଚଳିକ

ଚିଲିକାରେ ପ୍ରଥମ ଦିନରେ ମାଟ୍ରିକ ପରୀକ୍ଷା ଦେଲେ ୩୩୭୮ ପରୀକ୍ଷାର୍ଥୀ, ୨୩୦ ଅନୁପସ୍ଥିତ

April 29, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଶୁକ୍ରବାର ଦିନ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ୧୪୦୦ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ବାଣପୁର ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ୧୯୭୮ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିବାର ଜଣାପଡିଛି। କରୋନା କଟକଣା ଯୋଗୁଁ ଦୀର୍ଘ ଦୁଇ ବର୍ଷ ଧରି ଅଫଲାଇନ ପରୀକ୍ଷା ହୋଇନଥିଲା। ଦୀର୍ଘ ସମୟ ବ୍ୟବଧାନ ପରେ ଅଫଲାଇନ ପରୀକ୍ଷା ଦେଉଥିବାରୁ ଛାତ୍ରଛାତ୍ରୀଙ୍କ ମନରେ ଉତ୍କଣ୍ଠା ପରିଲକ୍ଷିତ ହୋଇଥିଲା।

ପରୀକ୍ଷା କେନ୍ଦ୍ରରେ କୌଣସି ବିଶୃଙ୍ଖଳା ନହେବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଚିଲିକା ବ୍ଲକ ରେ ୧୫୦୮ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବାବେଳେ ପ୍ରଥମ ଦିନ ପରୀକ୍ଷାରେ ୧୦୮ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ।

ସେହିପରି ଭାବେ ବାଣପୁର ବ୍ଲକରେ ୨୧୦୦ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବାବେଳେ ପ୍ରଥମ ଦିନ ପରୀକ୍ଷାରେ ୧୨୨ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ। ପରୀକ୍ଷା କେନ୍ଦ୍ର ଗୁଡିକରେ କପି ରୋକିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଗଠନ ହୋଇଥିବାର ଚିଲିକା ବିଇଓ ନଳିନୀ କାନ୍ତ ମହାନ୍ତି ଏବଂ ବାଣପୁର ବିଇଓ ସନାତନ ଜାଲି ସୂଚନା ଦେଇଛନ୍ତି।

ଚିଲିକା ବାଣପୁର ବ୍ଲକ ମାଟ୍ରିକ ପରୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

Matric Exam Dates Announced: ଘୋଷଣା ହେଲା ମାଟ୍ରିକ ପରୀକ୍ଷା ତାରିଖ, ଜାଣନ୍ତୁ କେଉଁ ଦିନ କଣ

December 5, 2025

ବାଣପୁରରେ ମହିଳା ହିଂସା ବିରୋଧୀ ଅଭିଯାନ ନେଇ ସଚେତନା କାର୍ଯ୍ୟକ୍ରମ

November 30, 2025

ନେହେରୁ ସେବା ସଂଘରେ ସମ୍ବିଧାନ ଦିବସ ପାଳିତ

November 26, 2025

ବାଣପୁର କୋର୍ଟରେ ସମ୍ବିଧାନ ଦିବସ ପାଳନ ଓ ଆଲୋଚନା ଚକ୍ର ଅନୁଷ୍ଠିତ

November 26, 2025
Latest News

India Russia Summit:ବାର୍ଷିକ ଶିଖର ସମ୍ମିଳନୀରେ ଜାତୀୟ ମୁଦ୍ରା ବ୍ୟବହାର କରି ବାଣିଜ୍ୟ ବୃଦ୍ଧି ପାଇଁ ସହମତି

December 5, 2025

ପୂର୍ବ ସରକାର ଯଦି ଦୁର୍ନିତି କରିଛନ୍ତି ଦମ ଅଛି ତ ଭିଜିଲାନ୍ସ ଲଗାଅ, ବିଧାନସଭାରେ ଗର୍ଜିଲେ ବିଧାୟକ ଅରବିନ୍ଦ

December 5, 2025

ପ୍ରଫେସର କେ. ଲକ୍ଷ୍ମୀ ବାଈଙ୍କୁ କାହିଁକି ପ୍ରଶଂସା କଲେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

December 5, 2025

ଏମ୍‌ସ ଭୁବନେଶ୍ବରକୁ ୩.୪ କୋଟି ଟଙ୍କା ଦାନ କଲେ ୯୯ ବର୍ଷ ବୟସ୍କା ପ୍ରଫେସର ଲକ୍ଷ୍ମୀ ବାଈ

December 5, 2025

Putin Pays Tribute at Rajghat: ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ପୁଟିନ୍

December 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.