ନାଚୁଣୀ: କହ୍ନେଇପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧ ମୃତ

Published: Apr 29, 2022, 11:34 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ୧୬ ନମ୍ବର ଜାତୀୟ ରାଜପଥ କହ୍ନେଇପୁର ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଅସମର୍ଥିତ ସୂତ୍ର ମୁତାବକ ଆଜି ରାତିରେ ଚଣ୍ଡେଶ୍ୱର ଅଞ୍ଚଳର ଏକ ସ୍ବିଫ୍ଟ ଡ଼ିଜୟାର ଏବଂ ବେଲପଡା ଅଞ୍ଚଳର ଏକ ଇଣ୍ଡିଗୋ କାର ଉଭୟେ ଆଗ ପଛ ହୋଇ ଭୁବନେଶ୍ୱରରୁ ବାଲୁଗାଁ ଅଭିମୁଖେ ଆସୁଥିଲେ। ତେବେ ନାଚୁଣୀ ଫାଣ୍ଡି ନିକଟସ୍ଥ କହ୍ନେଇପୁର ଛକରେ ହଠାତ ଉଭୟ ଗାଡ଼ି ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ଇଣ୍ଡିଗୋ ଗାଡିଟି ଏକ ଦୋକନ ଭିତରେ ପଶି ବିଦ୍ୟୁତ ଖୁଣ୍ଟ ଭିତରେ ପିଟି ହୋଇଯାଇଥିଲା। ଏବଂ ଉଭୟ ଗାଡ଼ି ଛିଟିକି କରି ଦୂରରେ ପଡ଼ିଥିଲେ।

ସ୍ଥାନୀୟ ଜନସାଧାରଣ ଏବଂ ନାଚୁଣୀ ଫାଣ୍ଡି ପୋଲିସ ସାହାଯ୍ୟରେ ଉଭୟ ଗାଡିର ସମସ୍ତ ଯାତ୍ରୀଙ୍କୁ ବାଲୁଗାଁ ମେଡିକାଲ ପଠାଯାଇଥିବା ବେଳେ ଇଣ୍ଡିଗୋ ଗାଡ଼ିରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାର ଜଣାପଡିଛି। ମୃତକ ଜଣକ ଛେଡାପଦର ଗ୍ରାମର ଗାଡ଼ି ଚାଳକ ଭବାନୀ ଶଙ୍କର ଜାଲି ବୋଲି ଜଣାପଡିଛି। ବର୍ତ୍ତମାନ ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ବେହେରା ଘଟଣାର ତଦନ୍ତ ଆରମ୍ଭ କରିଦେଇଛନ୍ତି।

Related posts