Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ମନ୍ତ୍ରୀଙ୍କ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଶିଳ୍ପାନୁଷ୍ଠାନ ପରିଦର୍ଶନ
ବିଶେଷ ଖବର

ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ମନ୍ତ୍ରୀଙ୍କ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଶିଳ୍ପାନୁଷ୍ଠାନ ପରିଦର୍ଶନ

April 30, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ମନ୍ତ୍ରୀଙ୍କ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଶିଳ୍ପାନୁଷ୍ଠାନ ପରିଦର୍ଶନ

ଭୁବନେଶ୍ୱର: ଆଜି ରାଜ୍ୟ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ, ଶକ୍ତି ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସାଧାରଣ ଉଦ୍ୟୋଗ ଶିଳ୍ପ( ପବ୍ଲିକ୍ ସେକ୍ଚର ୟୁନିଟ) ପରିଦର୍ଶନ କରି ସେଗୁଡିକର ଦ୍ୱାରା ଉତ୍ପାଦନ, ବିକ୍ରୟ, ମାର୍କେଟିଂ ଓ ସରକାରୀ ପ୍ରୋତ୍ସାହନର ସ୍ଥିତି ସମୀକ୍ଷା କରିବା ସହିତ ଉଦ୍ୟୋଗୀମାନଙ୍କ ସହିତ ସେମାନଙ୍କରସମସ୍ୟାର ସମାଧାନ ସଂପର୍କରେ ଆଲୋଚନା କରିଥିଲେ।

ମନ୍ତ୍ରୀ କ୍ୟାପଟେନ ମିଶ୍ର ଖୋର୍ଦ୍ଧା ଜିଲ୍ଲାର ଜାଆଁଳା ଓ ଜଟଣୀସ୍ଥିତ ସାଧାରଣ ଉଦ୍ୟୋଗ, ଖୋର୍ଦ୍ଧା ଖାଦ୍ୟ ପ୍ରକ୍ରିୟାକରଣ ପାର୍କ ସ୍ଥିତ ଇଣ୍ଡୋନେସିଆନ୍ ଫୁଡସ୍ ପ୍ରା.ଲିଃ., ବିଜୟା ଗ୍ୟାସ ଆଇ.ଆଇ.ଡି. ସେଣ୍ଟର ଖୋର୍ଦ୍ଧା, ଖୋର୍ଦ୍ଧା ଶିଳ୍ପାଂଚଳରେ ଥିବା ସେଂଚୁଆରୀ ଫାଇବର ପ୍ଲେଟସ୍ ପ୍ରାଇଭେଟ୍ ଲିଃ, ଡେରାସ୍ ଫୁଡ୍ ପାର୍କ ସ୍ଥିତ ବି-ଓ୍ୱାନ୍ ବିଜନେସ୍ ହାଉସ୍ ପରିଦର୍ଶନ କରିଥିଲେ।

ଏହି ଗସ୍ତ ପରିପ୍ରେକ୍ଷୀରେ ମନ୍ତ୍ରୀ ଜାଣିବାକୁ ପାଇଥିଲେ ଯେ ସେଂଚୁଆରୀ ଫାଇବର ପ୍ଲେଟସ୍ ପ୍ରାଇଭେଟ୍ ଲିଃ,୧୫.୦୩ କୋଟି ଟଙ୍କା ଅର୍ଥ ବିନିଯୋଗରେ୨୦୧୫ରୁ କାର‌୍ୟ୍ୟକ୍ଷମ ହୋଇଛି ଓ ଏଥିରେ ୧୦୮ ଜଣ କର୍ମନିଯୁକ୍ତି ପାଇଛନ୍ତି। ଏହି ମଧ୍ୟମ ଉଦ୍ୟୋଗରେ ବିଭିନ୍ନ ପ୍ରକାର ମାଟ୍ରେସ,ସ୍ପ୍ରିଂ ମାଟ୍ରେସ, ଫୋମ ମ୍ୟାଟ୍ରେସ ଆଦି ଉତ୍ପାଦନ କରାଯାଉଛି । ସେହିପରି ୩୦.୮୭ କୋଟି ଟଙ୍କା ନିବେଶରେ ୨୦୧୪ରୁ କାର‌୍ୟ୍ୟକରୁଥିବା ବୃହତ୍ ଉଦ୍ୟୋଗ ଶ୍ରେଣୀର ଇଣ୍ଡୋନେସିଆନ୍ ଫୁଡସ୍ ପ୍ରା.ଲିଃରେ ୨୬୫ ଜଣ କର୍ମନିଯୁକ୍ତି ପାଇଥିବା ବେଳେ ୨୦୧୮ ରେ ଏହାର ଉତ୍ପାଦନ କ୍ଷମତାକୁ ସଂପ୍ରସାରିତ କରାଯାଇ ଏଥିରେ ଆଉ ଅଧିକ ୮୫ ଜଣ କର୍ମନିଯୁକ୍ତି ପାଇଛନ୍ତି।

ସେହିପରି ୨୪.୦୯ କୋଟି ଟଙ୍କା ନିବେଶରେ ବାର୍ଷିକ ୬୦୦୦ ମେଟ୍ରିକ ଟନ୍ ଚିଙ୍ଗୁଡି ପ୍ରକ୍ରିୟାକରଣ କ୍ଷମତା ରଖୁଥିବା ଡେରାସ୍ ସ୍ଥିତ ବି.ଓ୍ୱାନ୍. ବିଜନେସ ପ୍ରା. ଲିଃ. ରେ ୨୦୦ ଜଣ କର୍ମନିଯୁକ୍ତି ପାଇଥିବା ବେଳେ ବାର୍ଷିକ ୧୦ ହଜାର ୫୦୦ ମେଟ୍ରିକ୍ ଟନ ପ୍ରକ୍ରିୟାକରଣ କ୍ଷମତା ରଖୁଥିବା ୨୫.୦୯ କୋଟି ଟଙ୍କା ନିବେଶରେ ସ୍ଥାପିତ ଏହାର ଦ୍ୱିତୀୟ ୟୁନିଟ୍ ରେ ୬୦୦ ଜଣ କର୍ମନିଯୁକ୍ତି ପାଇଛନ୍ତି ।

ସମସ୍ତ ଉଦ୍ୟୋଗ ପରିଦର୍ଶନ କରି ମନ୍ତ୍ରୀ କ୍ୟାପଟେନ୍ ମିଶ୍ର ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଶିଳ୍ପଦ୍ୟୋଗ ଗୁଡିକର ନିରନ୍ତର ଅଭିବୃଦ୍ଧି ନିମନ୍ତେ ସେସବୁର ନିୟମିତ ଅନୁଧ୍ୟାନ କରିଯେଉଁସବୁ ସରକାରୀ ସହାୟତା ଓ ସହଯୋଗର ଆବଶ୍ୟକତା ରହିଛି, ସେ ସଂପର୍କରେ ସହାୟତା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବିଜୟାଗ୍ୟାସ୍ ପାଇଁ ୧.୦୦୮ ଏକର ଜାଗା ଯୋଗାଇ ଦିଆଯାଇଛି। ଏଠାରେ ମେଡିକାଲ ଅକ୍ସିଜେନ୍, ଶିଳ୍ପପାଇଁ ଅକ୍ସିଜେନ୍ ଓ ନାଇଟ୍ରୋଜେନ୍ ଗ୍ୟାସ ଉତ୍ପାଦିତ ହେଉଛି। ୧.୭୧ କୋଟି ନିବେଶରେ ଏହା ୨୦୧୪ ମସିହାରୁ କାର‌୍ୟ୍ୟ କରୁଥିବା ବେଳେ କୋଭିଡ୍-୧୯ ସମୟରେ ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାକୁ ମେଡିକାଲ ଅକ୍ସିଜେନ୍ ଯୋଗାଇବାରେ ଏହା ଉଲ୍ଲେଖନୀୟ ଯୋଗଦାନ କରିଥିଲା। ଉଦ୍ୟୋଗୀମାନଙ୍କ ସହ ଆଲୋଚନା ପରିପ୍ରେକ୍ଷୀରେ ଏମଏସଏମଇ କ୍ଷେତ୍ରରେ ଯୁବ ଉଦ୍ୟୋଗୀମାନଙ୍କ ପାଇଁ ବ୍ୟାପକ ସୁଯୋଗ ରହିଛି ଓ ଏହାର ସୁବିଧା ନେବାକୁ କ୍ୟାପଟେନ୍ ମିଶ୍ର କହିଛନ୍ତି।

ଏହି ପରିଦର୍ଶନ ସମୟରେ ଶିଳ୍ପ ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ, ଏକ୍ସପୋର୍ଟ ପ୍ରମୋଶନ ଓ ମାର୍କେଟିଂ ନିର୍ଦ୍ଦେଶକ, ଜେନେରାଲ ମ୍ୟାନେଜର, ଜିଲ୍ଲା ଶିଳ୍ପକେନ୍ଦ୍ର,ଭୁବନେଶ୍ୱର ଏବଂ ସଂପୃକ୍ତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଉଦ୍ୟୋଗ ପରିଦର୍ଶନ ପରେ ମନ୍ତ୍ରୀ କ୍ୟାପଟେନ ମିଶ୍ର କଟକ ଗସ୍ତ କରି ଭାରତ ମସଲା ପ୍ରା.ଲିମିଟେଡ୍ ପରିଦର୍ଶନ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତି ସମ୍ପର୍କରେ ରାଜସ୍ୱ ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

March 20, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 20, 2026

ମୁଖ୍ୟମନ୍ତ୍ରୀଙ୍କ ସହିତ ଆଉଟସୋର୍ସିଙ୍ଗ ମହାସଂଘର ଆଲୋଚନା ସଫଳ: ଆନ୍ଦୋଳନ ସ୍ଥଗିତ

March 20, 2026

SIR କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗ: ଜଣେ ସହକାରୀ ଶିକ୍ଷୟିତ୍ରୀ ନିଲମ୍ବିତ

March 20, 2026
Latest News

ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତି ସମ୍ପର୍କରେ ରାଜସ୍ୱ ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

March 20, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 20, 2026

ମୁଖ୍ୟମନ୍ତ୍ରୀଙ୍କ ସହିତ ଆଉଟସୋର୍ସିଙ୍ଗ ମହାସଂଘର ଆଲୋଚନା ସଫଳ: ଆନ୍ଦୋଳନ ସ୍ଥଗିତ

March 20, 2026

SIR କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗ: ଜଣେ ସହକାରୀ ଶିକ୍ଷୟିତ୍ରୀ ନିଲମ୍ବିତ

March 20, 2026

ହୀରାପଥର ଖଣି ଚିହ୍ନଟ ହୋଇଥିବା ବିଧାନସଭାରେ ଲିଖିତ ଉତ୍ତର ଦେଲେ ଇସ୍ପାତ ଓ ଖଣି ମନ୍ତ୍ରୀ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.