Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜିଠାରୁ ଆରମ୍ଭ ହେଲା ମେ ମାସ, ଜାଣନ୍ତୁ ଏହି ମାସରେ କଣ ରହିଛି ପର୍ବପର୍ବାଣୀ
ଆଜିର ଖବର

ଆଜିଠାରୁ ଆରମ୍ଭ ହେଲା ମେ ମାସ, ଜାଣନ୍ତୁ ଏହି ମାସରେ କଣ ରହିଛି ପର୍ବପର୍ବାଣୀ

May 1, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଜିଠାରୁ ଆରମ୍ଭ ହେଲା ମେ ମାସ, ଜାଣନ୍ତୁ ଏହି ମାସରେ କଣ ରହିଛି ପର୍ବପର୍ବାଣୀ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ମେ ମାସ। ଏହି ମାସରେ ରହିଛି ଅନେକ ପବିତ୍ର ଦିନ। ଯାହା ଅନେକଙ୍କୁ ଜଣା ନ ଥାଏ। ତେବେ ଏହି ମାସରେ ଏପରି ଏକ ଦିନ ଅଛି ଯାହାକୁ ସମସ୍ତେ ଅପେକ୍ଷା କରିଥାନ୍ତି। ଆସନ୍ତୁ ଜାଣିବା ଏହି ମାସରେ କଣ କଣ ପର୍ବ ପର୍ବାଣୀ ରହିଛି।

ଶ୍ରମିକ ଦିବସ- ମେ 1 ତାରିଖକୁ ସାଧାରଣତଃ ଶ୍ରମିକ ଦିବସ ଭାବେ ପାଳନ କରାଯାଇଥାଏ। ଏହି ଦିନ ସରକାରୀ ଛୁଟି ଥାଏ।

ଅକ୍ଷୟ ତୃତୀୟା- ମେ 3 ତାରିଖରେ ପଡୁଛି ଅକ୍ଷୟ ତୃତୀୟା। ଏହା ହେଉଛି ଏକ ହିନ୍ଦୁ କ୍ୟାଲେଣ୍ଡରରେ ବଡ ଦିନ। କାରଣ ଏହି ଦିନ ସମସ୍ତ ଶୁଭ କାର୍ଯ୍ୟ ଅନୁକୂଳ କରାଯାଇଥାଏ। ଲୋକମାନେ ବିଭିନ୍ନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି।

ରଥ ଅନୁକୂଳ- ମେ 3 ତାରିଖ ଅକ୍ଷୟ ତୃତୀୟାରେ ପ୍ରଭୃ ଶ୍ରୀଜଗନ୍ନାଥଙ୍କ ରଥ କାମ ଅନୁକୂଳ ହୋଇଥାଏ। ଏହି ଦିନ ଜଗନ୍ନାଥ ସଂସ୍କୃତିରେ ଶୁଭ କାମ ଆରମ୍ଭ ହେଉଥିବାରୁ ରଥ ଅନୁକୂଳ କରାଯାଇଥାଏ। ସେଥିପାଇଁ ଓଡିଆ ସଂସ୍କୃତିରେ ଏହି ଦିନ ବିଭିନ୍ନ ଶୁଭକାମ ଆରମ୍ଭ ହେବାର ପରଂପରା ରହିଛି।

ଚନ୍ଦନ ଯାତ୍ରା- ଏହି ମେ 3 ତାରିଖରେ ମଧ୍ୟ ଆରମ୍ଭ ହେବ ଚନ୍ଦନ ଯାତ୍ରା। ପ୍ରଭୃ ପୁରୀର ନରେନ୍ଦ୍ର ପୋଖରୀରେ ନୌକା ବିହାର କରିବେ।

ସୀତା ନବମୀ-  ମେ 10 ତାରିଖରେ ପଡୁଛି ସୀତା ନବମୀ। ରାମ ନବମୀରେ ପ୍ରଭୃ ଶ୍ରୀରାମ ଜନ୍ମ ଗ୍ରହଣ କରିଥିବା ବେଳେ ବୈଶାଖ ମାସ ନବମୀରେ ସୀତା ଜନ୍ମ ଗ୍ରହଣ କରିଥିଲେ। ସେଥିପାଇଁ ଏହିଦିନକୁ ସୀତା ନବମୀ ଭାବେ ପାଳନ କରାଯାଉଛି।

ନୃସିଂହ ଜନ୍ମ- ମେ 14 ତାରିଖରେ ପଡୁଛି ନୃସିଂହ ଚତୁର୍ଦ୍ଦଶୀ। ଏହି ଦିନ ସଂନ୍ଧ୍ୟା ସମୟରେ ଭଗବାନ ନୃସିଂହ ଅବତାର ଧାରଣ କରି ହିରଣ୍ୟକଷ୍ୟପୁଙ୍କୁ ବଧ କରିଥିଲେ। ଏହି ଦିନକୁ ସ୍ମରଣୀୟ କରି ରଖିବାକୁ ହିନ୍ଦୁମାନେ ନୃସିଂହ ଉପାସନା କରିଥାନ୍ତି। ଏପରିକି ସନ୍ଧ୍ୟା ସମୟରେ ଶ୍ରୀମନ୍ଦିରରେ ମଧ୍ୟ ନୃସିଂହ ଜନ୍ମନୀତି ସମ୍ପନ୍ନ ହୋଇଥାଏ।

ବୃଷ ସଂକ୍ରାନ୍ତି- ମେ 15 ତାରିଖରେ ପଡୁଛି ବୃଷ ସଂକ୍ରାନ୍ତି। ଏହି ସଂକ୍ରାନ୍ତିରେ ସୂର୍ଯ୍ୟ ଦେବ ରାଶି ପରିବର୍ତ୍ତନ କରି ବୃଷ ରାଶିରେ ପ୍ରବେଶ କରିବେ।

ଚନ୍ଦନ ପୂର୍ଣ୍ଣିମା/ ବୁଦ୍ଧ ଜୟନ୍ତୀ- ମେ 16 ତାରିଖରେ ପଡୁଛି ଚନ୍ଦନ ପୂର୍ଣ୍ଣିମା ଓ ବୁଦ୍ଧ ଜୟନ୍ତୀ। ଏହି ଦିନ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଶେଷ ପର୍ଯ୍ୟାୟରେ ପହଞ୍ଚିଥାଏ। ଏଥିସହିତ ଏହିଦିନ ବୈଦ୍ଧ ଧର୍ମାଲମ୍ବୀଙ୍କ ପାଇଁ ବଡ ପବିତ୍ର ଦିନ।

ସାବିତ୍ରୀ ବ୍ରତ- ଏଥର ସାବିତ୍ରୀ ବ୍ରତ ବା ଅମବାସ୍ୟା ମେ ମାସ 30 ତାରିଖରେ ପଡୁଛି। ଏହି ବ୍ରତ ଓଡିଆ ନାରୀମାନଙ୍କ ପାଇଁ ଏକ ବିଶେଷ ପର୍ବ। ଏହିଦିନ ସଧବା ନାରୀମାନେ ସ୍ବାମୀଙ୍କ ମଙ୍ଗଳ କାମନା କରି ମା ସାବିତ୍ରୀଙ୍କୁ ପୂଜା କରି ଉପବାସ ରହିଥାନ୍ତି।

ଅକ୍ଷୟ ତୃତୀୟା ପର୍ବପର୍ବାଣୀ ମେ ମାସ ସାବିତ୍ରୀ ବ୍ରତ
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026
Latest News

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.