Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜାତୀୟ ଗୁଇନ୍ଦା ଗ୍ରୀଡ୍‌ର ବେଙ୍ଗାଲୁରୁ ପରିସରକୁ ଉଦଘାଟନ କଲେ ମନ୍ତ୍ରୀ ଅମିତ ଶାହ
ଜାତୀୟ ଖବର

ଜାତୀୟ ଗୁଇନ୍ଦା ଗ୍ରୀଡ୍‌ର ବେଙ୍ଗାଲୁରୁ ପରିସରକୁ ଉଦଘାଟନ କଲେ ମନ୍ତ୍ରୀ ଅମିତ ଶାହ

May 3, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଜାତୀୟ ଗୁଇନ୍ଦା ଗ୍ରୀଡ୍‌ର ବେଙ୍ଗାଲୁରୁ ପରିସରକୁ ଉଦଘାଟନ କଲେ ମନ୍ତ୍ରୀ ଅମିତ ଶାହ

ବେଙ୍ଗାଲୁର: କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ବେଙ୍ଗାଲୁରୁ ଠାରେ ଜାତୀୟ ଗୁଇନ୍ଦା ଗ୍ରୀଡ୍‌ ବା ନେସନାଲ ଇଣ୍ଟେଲିଜେନ୍ସ ଗ୍ରୀଡ୍‌ (NATGRID) ପରିସରକୁ ଉଦଘାଟନ କରିଛନ୍ତି । ଉଦଘାଟନୀ ସମାରୋହରେ ଉଦବୋଧନ ଦେଇ ଶ୍ରୀ ଅମିତ ଶାହ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଦେଶ ଓ ଦେଶବାସୀଙ୍କ ସୁରକ୍ଷା ମୋଦୀ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା । ମୋଦୀ ଜୀଙ୍କ ନେତୃତ୍ୱରେ ଭାରତ ସରକାର ପ୍ରଥମ ଦିନରୁ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି । ସବୁ ଏଜେନ୍ସିଗୁଡ଼ିକ ମଧ୍ୟରେ ସମନ୍ବୟ ପ୍ରତିଷ୍ଠା କରିବା କ୍ଷେତ୍ରରେ NATGRIDର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି ।

କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ କହିଥିଲେ ଯେ, ତଥ୍ୟ, ପରିଧି ଓ ଜଟଳିତା ଦୃଷ୍ଟିରୁ ପୂର୍ବର ସୁରକ୍ଷା ଆହ୍ବାନ ତୁଳନାରେ ଆଜି ସୁରକ୍ଷା ଆବଶ୍ୟକତା ବେଶ୍‌ ବଦଳି ଯାଇଛି । ତେଣୁ ଆଇନଗତ ଏବଂ ସୁରକ୍ଷା ଏଜେନ୍ସିମାନଙ୍କୁ ବିଶ୍ବସନୀୟ ଉତ୍ସରୁ ପ୍ରାପ୍ତ ସୂଚନା ସ୍ୱୟଂକ୍ରିୟ ପଦ୍ଧତିରେ ସୁରକ୍ଷିତ ଓ ତତ୍କାଳ ଯୋଗାଇ ଦେବାର ଆବଶ୍ୟକତା ରହିଛି । ତଥ୍ୟ (ଡେଟା) ସଂଗ୍ରହ କରୁଥିବା ସଂଗଠନଗୁଡ଼ିକ ଠାରୁ ସୂଚନା ପ୍ରାପ୍ତ କରିବା ଲାଗି ଏକ ଆଧୁନିକ  ଏବଂ ଅଭିନବ ସୂଚନା ପ୍ରଯୁକ୍ତି ପ୍ଲାଟଫର୍ମ ବିକଶିତ ଓ ପରିଚାଳନା କରିବାର ଦାୟିତ୍ୱ ସରକାର NATGRIDକୁ ଅର୍ପଣ କରିଛନ୍ତି।

ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ, ଖୁବ୍‌ଶୀଘ୍ର କେନ୍ଦ୍ର ସରକାର ବେଆଇନ ଅର୍ଥ କାରବାର, ଆତଙ୍କବାଦୀମାନଙ୍କୁ ଫଣ୍ଡିଂ, ନକଲି ମୁଦ୍ରା, ନିଶା ଦ୍ରବ୍ୟ, ବୋମା ବିସ୍ଫୋରଣ ଧମକ, ବେଆଇନ ଅସ୍ତ୍ରଶସ୍ତ୍ର ଚୋରା କାରବାର ଏବଂ ଅନ୍ୟ ଆତଙ୍କବାଦୀ ଗତିବିଧିକୁ ଅନୁଧ୍ୟାନ କରିବା ଲାଗି ଏକ ଜାତୀୟ ଡେଟାବେସ୍‌ ବିକଶିତ କରିବେ । ସେ କହିଥିଲେ ଯେ ଗୁଇନ୍ଦା ଏବଂ ଆଇନ ସଂସ୍ଥାଗୁଡ଼ିକ ଏବେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସହ ଜଡ଼ିତ ବାଧା ଦୂର କରିବା ସହିତ ସେଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ବ୍ୟବହାର କରିବା ଲାଗି ସକ୍ଷମ ହେବା ଉଚିତ୍‌ । ତଥ୍ୟ ବିଶ୍ଳେଷଣ ବା ଡେଟା ଆନାଲିଟିକ୍ସ ଏବଂ ସୂଚନା ପ୍ରଯୁକ୍ତି ସହାୟତାରେ ଏଜେନ୍ସିଗୁଡ଼ିକୁ କାମ କରିବାର ବର୍ତ୍ତମାନର ପଦ୍ଧତିରେ ବ୍ୟାପକ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ । ସେ ଆଶା ବ୍ୟକ୍ତ କରିଥିଲେ ଯେ NATGRID ଡେଟାର ବିଭିନ୍ନ ଉତ୍ସକୁ ଯୋଡ଼ିବାର ଉତ୍ତରଦାୟିତ୍ୱକୁ ଭଲ ଭାବେ ନିର୍ବାହ କରିବ ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ‘‘NATGRIDରେ ନିରନ୍ତର ଉନ୍ନତି ପାଇଁ ଏକ ଅନ୍ତରୀଣ ବ୍ୟବସ୍ଥା ରହିବା ଆବଶ୍ୟକ, ଦେଶ ଭିତରେ ହେଉଥିବା ବିଭିନ୍ନ ଅପରାଧ ପଛରେ ରହିଥିବା ଅପରାଧିକ ଉଦ୍ଦେଶ୍ୟକୁ ନେଇ ଏକ ଡାଟାବେସ ପ୍ରସ୍ତୁତ କରିବା ଲାଗି NATGRIDରେ ଏକ ଅଧ୍ୟୟନ ଗୋଷ୍ଠୀ ରହିବା ଉଚିତ୍‌ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ସଂକଳ୍ପ ଅନୁରୂପ NATGRIDକୁ ସି-ଡ୍ୟାକ୍‌ କାର୍ଯ୍ୟକାରୀ କରୁଛି । ସେ କହିଥିଲେ ଯେ, ତ୍ୱରିତ ଓ ପ୍ରଭାବୀ ବିଶ୍ଳେଷଣ ପାଇଁ ସୂଚନାକୁ ସୀମିତ କରି ରଖିବା ଉଚିତ୍‌ ନୁହେଁ କାରଣ ଏହାଦ୍ବାରା ସୂଚନାର ବିଶ୍ଳେଷଣ ଏବଂ ଠିକ୍‌ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସମ୍ଭବ ହୁଏ ନାହିଁ । ଶ୍ରୀ ଶାହା କହିଥିଲେ ଯେ, ସୁଗମ, ସୁଲଭ, ଉପଲବ୍ଧ, ଉତ୍ତରଦାୟୀ ଏବଂ କାର୍ଯ୍ୟକ୍ଷମ ଯୋଗ୍ୟ ବିନ୍ଦୁ ପ୍ରତି ଧ୍ୟାନ ଦେଇ ସୂଚନାର ବିଶ୍ଳେଷଣ କରାଯିବା ଗୁରୁତ୍ୱପୂର୍ଣ୍ଣ । ଶ୍ରୀ ଅମିତ ଶାହା କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀ ଜୀ ପୁଲିସ ମହାନିର୍ଦ୍ଦେଶକମାନଙ୍କ ସମ୍ମିଳନୀରେ ଘୋଷଣା କରିଥିବା ପୁଲିସ ପ୍ରଯୁକ୍ତି ମିଶନକୁ ଯଥାଶୀଘ୍ର ଆରମ୍ଭ କରାଯିବ ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶାହା NATGRIDର କର୍ମଚାରୀଙ୍କୁ ସେମାନଙ୍କର ଉପଲବ୍ଧି ପାଇଁ ଅଭିନନ୍ଦନ ଜଣାଇଥିଲେ ଏବଂ NATGRIDକୁ ପରବର୍ତ୍ତୀ ସ୍ତର ପର୍ଯ୍ୟନ୍ତ ନେଇଯିବା ଲାଗି ପ୍ରୟାସ ବଢ଼ାଇବା ନିମନ୍ତେ ପ୍ରୋତ୍ସାହିତ କରିଥିଲେ । ସେ ଆଶାବ୍ୟକ୍ତ କରିଥିଲେ ଯେ NATGRID ଗୁଇନ୍ଦା ବିଭାଗ ପାଇଁ ଏକ ମଜବୁତ ମୂଳଦୁଆ ନିର୍ମାଣ କରିବ । ଆତଙ୍କବାଦୀ ସଂଗଠନ ଏବଂ ସେମାନଙ୍କର ସମର୍ଥକମାନଙ୍କ ବିରୋଧରେ ଲଢ଼େଇ ପାଇଁ ଏକ ଅତ୍ୟାଧୁନିକ ଟୁଲ୍ସ ଉପଲବ୍ଧ କରାଇବ।

ଏହି ପ୍ରଣାଳୀକୁ ଉପଯୋଗ କରିବା କ୍ଷେତ୍ରରେ ସାବଧାନତା ଏବଂ ବିବେକ ଉପଯୋଗ କରିବା ଲାଗି ଶ୍ରୀ ଅମିତ ଶାହା ସବୁ ବ୍ୟବହାରକାରୀ ଏଜେନ୍ସିମାନଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ ସଠିକ୍‌ ଉଦ୍ଦେଶ୍ୟ ପାଇଁ ଏହି ପ୍ରଣାଳୀର ଉପଯୋଗ କରାଯିବା ଉଚିତ୍‌। ସେ କହିଥିଲେ ଯେ, ଏହି ପ୍ରଣାଳୀରୁ ପ୍ରାପ୍ତ ହେଉଥିବା ତଥ୍ୟ ଦକ୍ଷତାରେ ସୁଧାର ପାଇଁ ଉପଯୋଗ ହେବା ଉଚିତ୍‌। ସେ ଜୋର ଦେଇ କହିଥିଲେ ଯେ ତଥ୍ୟର ଗୋପନୀୟତା ଏବଂ ସୁରକ୍ଷା ଅତ୍ୟନ୍ତ ସମ୍ବେଦନଶୀଳ ବିଷୟ । ଏହି ଉପଲକ୍ଷେ ସେ ଆବାସନା ଦେଇ କହିଥିଲେ ଯେ ଯେକୌଣସି ସମୟରେ ଏହି ବ୍ୟବସ୍ଥା ମାଧ୍ୟମରେ କୌଣସି ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟ ଯେପରି କେହି ଜାଣିପାରିବେ ନାହିଁ ତାହା ସୁନିଶ୍ଚିତ କରିବା ଲାଗି ଆବଶ୍ୟକ ପ୍ରୋଟକଲ ବ୍ୟବସ୍ଥା କରାଯାଇଛି।

ଉଦଘାଟନୀ ସମାରୋହରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶ୍ରୀ ବସବରାଜ ବୋମାଇ, କର୍ଣ୍ଣାଟକ ଗୃହ ମନ୍ତ୍ରୀ ଶ୍ରୀ ଅରାଗା ଜ୍ଞାନେନ୍ଦ୍ର, ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିଶିଥ ପ୍ରମାଣିକ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସଚିବ ମଧ୍ୟ ଉପସ୍ଥିତ ଥିଲେ ।

NATGRIDର ସିଇଓ କହିଥିଲେ ଯେ NATGRID ସଲୁଶନର ସେବା ୧୧ଟି କେନ୍ଦ୍ରୀୟ ଏଜେନ୍ସି ଏବଂ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପୁଲିସ ପାଇଁ ଉପଲବ୍ଧ ହେବ । ଏହା ବ୍ୟବହାରକାରୀ ଏଜେନ୍ସିମାନଙ୍କୁ  ଡେଟା ହୋଲ୍ଡର୍ସଙ୍କ ସହିତ ଯୋଡ଼ିବ, ଯାହାଫଳରେ ଗୁଇନ୍ଦା ସେବା ଓ ଯାଞ୍ଚ ପାଇଁ ଜରୁରି ରିୟଲ ଟାଇମ୍‌ ସୂଚନା ଉପଲବ୍ଧ ହୋଇପାରିବ । NATGRID ସଲ୍ୟୁଶନର ବିକାଶ ପାଇଁ ପୁଣେ ସି-ଡ୍ୟାକକୁ ପ୍ରଯୁକ୍ତି ଭାଗିଦାର ଭାବେ ରଖାଯାଇଥିବା ବେଳେ  ଯୋଜନା ପରିଚାଳନା ପରାମର୍ଶଦାତା ଭାବେ ଆଇଆଇଟି, ଭିଲାଇକୁ ଯୋଡ଼ାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 20, 2026

ହୀରାପଥର ଖଣି ଚିହ୍ନଟ ହୋଇଥିବା ବିଧାନସଭାରେ ଲିଖିତ ଉତ୍ତର ଦେଲେ ଇସ୍ପାତ ଓ ଖଣି ମନ୍ତ୍ରୀ

March 20, 2026

ଆଜି ହେଉଛି ପଖାଳ ଦିବସ: ଜାଣନ୍ତୁ ଏହା କାହିଁକି ପାଳନ କରନ୍ତି ଓଡିଆ?

March 20, 2026

ଆଜି ମାର୍ଚ୍ଚ ୨୦ ତାରିଖ ଶୁକ୍ରବାର ଖୋଲିବ ଏହି ରାଶିଗୁଡିକର ଭାଗ୍ୟ

March 20, 2026
Latest News

ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତି ସମ୍ପର୍କରେ ରାଜସ୍ୱ ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

March 20, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 20, 2026

ମୁଖ୍ୟମନ୍ତ୍ରୀଙ୍କ ସହିତ ଆଉଟସୋର୍ସିଙ୍ଗ ମହାସଂଘର ଆଲୋଚନା ସଫଳ: ଆନ୍ଦୋଳନ ସ୍ଥଗିତ

March 20, 2026

SIR କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗ: ଜଣେ ସହକାରୀ ଶିକ୍ଷୟିତ୍ରୀ ନିଲମ୍ବିତ

March 20, 2026

ହୀରାପଥର ଖଣି ଚିହ୍ନଟ ହୋଇଥିବା ବିଧାନସଭାରେ ଲିଖିତ ଉତ୍ତର ଦେଲେ ଇସ୍ପାତ ଓ ଖଣି ମନ୍ତ୍ରୀ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.