Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୫ବର୍ଷ ରେ ଓଡ଼ିଶା ହେବ ୧ନମ୍ବର: ସମୃଦ୍ଧ ଓଡିଶା
ଆଜିର ଖବର

୫ବର୍ଷ ରେ ଓଡ଼ିଶା ହେବ ୧ନମ୍ବର: ସମୃଦ୍ଧ ଓଡିଶା

May 9, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଗାମୀ ୫ ବର୍ଷ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଛି ସମୃଦ୍ଧ ଓଡିଶା। ଏହି ୫ ବର୍ଷରେ ଓଡିଶାକୁ ଭାରତର ଏକ ନମ୍ବର ରାଜ୍ୟ ଭାବେ ଗଢି ତୋଳିବାକୁ ଦଳ ରଣନୀତି ପ୍ରସ୍ତୁତ କରିଛି।

ଆଜି ଭୁବନେଶ୍ୱର ଠାରେ ଆୟୋଜିତ ଦଳର ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀରେ ସଭାପତି ଡଃ ଯତୀଶ ଚନ୍ଦ୍ର ମହାନ୍ତି ଏହା ପ୍ରକାଶ କରିଛନ୍ତି। ଆଗାମୀ ନିର୍ବାଚନରେ ଦଳକୁ ବହୁ ସଂଖ୍ୟାରେ ଜିତାଇବାକୁ ସେ ନିବେଦନ କରିବା ସହ ମାତ୍ର ୫ ବର୍ଷରେ ଓଡିଶାର ରୂପରେଖ ବଦଳାଇବାକୁ ପ୍ରତିଶୃତି ଦେଇଛନ୍ତି ସମୃଦ୍ଧ ଓଡିଶା ସଭାପତି ଡଃ ମହାନ୍ତି। ରାଜ୍ୟରୁ ଗରିବୀ ଓ ବେକାରୀ ଦୂର କରିବା ସହ ବେରୋଜଗାରୀରୁ ମୁକ୍ତି ପାଇଁ ରାଜ୍ୟର ଏକ କୋଟି ଚାକିରୀ ଓ ଆତ୍ମନିଯୁକ୍ତିର ବ୍ୟବସ୍ଥା ଉପରେ ସେ ଦୃଢୋକ୍ତି ଦେଖାଇଛନ୍ତି। ଓଡିଶାର ଭବିଷ୍ୟତ ଯୁବପିଢୀର ସର୍ବାଙ୍ଗୀନ ବିକାଶକୁ ଅଗ୍ରାଧିକାର ଦେବା ସହ ରାଜନୈତିକ ଦଳମାନଙ୍କର ଆକ୍ରୋଶ ଓ ପୁଲିସ୍ ପ୍ରଶାସନର ମିଥ୍ୟା କେଶରୁ ଯୁବପିଢୀଙ୍କୁ ସୁରକ୍ଷା ଦେବ ସମୃଦ୍ଧ ଓଡିଶା।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦଳ ତରଫରୁ ମାଗଣା ବିଜୁଳି ଓ ପାଣି ଦେବା ବଦଳରେ ପ୍ରତି ପରିବାରର ମାସିକ ରୋଜଗାର ୨୦ ହଜାର ଟଙ୍କାକୁ ବଢାଇ ସମସ୍ତ ଶୁଳ୍କ ଲୋକେ ନିଜେ ଦେବାକୁ ବ୍ୟବସ୍ଥା କରିବ ଦଳ। ରାଜ୍ୟରୁ ଦୁର୍ନୀତି ଦୂର ହେବ ଓ ସବୁ ବିଧାୟକ ସାଂସଦ ଓ ରାଜନୈତିକ ପଦାଧିକାରୀ ପ୍ରତି ୬ ମାସରେ ଜନସାଧାରଣଙ୍କର ସାମ୍ନାରେ ହାଜର ହୋଇ ନିଜ ସାଧୁତାର ପ୍ରମାଣ ଦେବେ। ମୋଟାମୋଟି ଭାବେ ସ୍ୱଚ୍ଛ, ନିର୍ମଳ, ସୁଶାସନ ଦେବା ପାଇଁ ସମୃଦ୍ଧ ଓଡିଶା ଚେଷ୍ଟା କରିବ ବୋଲି ସଭାପତି ଡଃ ଯତୀଶ ଚନ୍ଦ୍ର ମହାନ୍ତି ଘୋଷଣା କରିଛନ୍ତି।

ଆଜିର ସାମ୍ବାଦିକ ସମ୍ମିଳନୀରେ ବିଜେପିର ବରିଷ୍ଠ ନେତା ତଥା ଓଡିଶା ସରକାରଙ୍କ ଉଦ୍ୟୋଗ ବିଭାଗର ପୂର୍ବତନ ସଚିବ ପଞ୍ଚାନନ ଦାସ, ଅଧ୍ୟାପକ ଡଃ ପ୍ରଦୀପ୍ତ ବାରିକ୍‌, ସିଣ୍ଡିକେଟ୍ ବ୍ୟାଙ୍କର ପୂର୍ବତନ ଡିଜିଏମ୍ ହରିଶ ପ୍ରଧାନ, ଶିକ୍ଷାବିତ୍ ଡଃ ମିନାକ୍ଷୀ ଦାସ, ବିଜେପିର ଯୁବନେତା ନୀଳକଣ୍ଠ ରେଡ୍ଡୀ, ବିଜେଡିର ନାରୀନେତ୍ରୀ ବିସ୍ମିତା ଦାସ ଓ ଅନ୍ୟମାନେ ସମୃଦ୍ଧ ଓଡିଶା ଦଳରେ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଦଳର ମୁଖ୍ୟ ପରାମର୍ଶଦାତା ଜଷ୍ଟିସ୍ ଉମାଚରଣ ମିଶ୍ର, ବରିଷ୍ଠ ଉପସଭାପତି ମନୋରଞ୍ଜନ ଦାସ, ନନ୍ଦ ହାଂସଦାଃ, ସାଧାରଣ ସଂପାଦକ ନିରାକାର ବେଉରା, ଶରତ ଜେନା, ଆଡ୍‌ଭୋକେଟ୍ ସୁଶାନ୍ତ ମହାପାତ୍ର, ସନ୍ଦୀପ୍ ବାଗ୍‌, ପରେଶ ଭଞ୍ଜ ଓ ବିଭିନ୍ନ ଜିଲ୍ଲା ସଂଗଠକ ବିନାୟକ ଶତପଥୀ, ଆରିଫ୍ ଖାନ୍‌, ସୂର୍ଯ୍ୟ ନାରାୟଣ ଗୌଡ, ସନ୍ତୋଷ ମଲ୍ଲିକ୍‌, ଟିକୁ ମଲ୍ଲ, ରମେଶ ପ୍ରସାଦ ସ୍ୱାଇଁ, ଶ୍ରୀକାନ୍ତ ଦାସ ଓ ଚିନ୍ମୟ ସାହୁ ପ୍ରମୁଖଙ୍କୁ ଦଳର ସଭାପତି ସମୃଦ୍ଧ ଓଡିଶାର ବାର୍ତ୍ତାକୁ ପ୍ରତ୍ୟେକ ପରିବାର ପାଖରେ ପହଞ୍ଚାଇବା ପାଇଁ ଆହ୍ୱାନ ଦେଇଥିଲେ।

ସମୃଦ୍ଧ ଓଡିଶା
Share. Facebook Twitter LinkedIn Email WhatsApp Copy Link

Related Posts

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ବାଂଲାଦେଶକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଏସିଆ କପ୍ ଜିତିଲା ଭାରତ

February 22, 2026
Latest News

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.