ଅବତରଣ ବେଳେ ତିବ୍ଦତ ଏୟାରଲାଇନ୍ସ ଦୁର୍ଘଟଣାଗ୍ରସ୍ତ: ବିମାନରେ ଲାଗିଲା ନିଆଁ, ଦେଖନ୍ତୁ ଭାଇରାଲ ଭିଡିଓ

Published: May 12, 2022, 11:04 am IST

ବେଜିଂ: ଆଜି ସକାଳେ ଚୀନର ଏକ ତିବ୍ଦତ ବିମାନରେ ଅଗ୍ନିକାଣ୍ଡ ଘଟିଛି। ବିମାନ ଅବତରଣ ସମୟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ବିମାନଟି ନିୟନ୍ତ୍ରଣ ହରାଇ ରନୱେକୁ ଅତିକ୍ରମ କରିଥିଲା। ଚୋଙ୍ଗକିଙ୍ଗ ବିମାନବନ୍ଦରରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୨୫ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି। ଏହି ବିମାନରେ୧୧୩ ଜଣ ଯାତ୍ରୀ ଥିଲେ ଏବଂ ନଅ ଜଣ କ୍ରୁ ସଦସ୍ୟ ଥିଲେ।

ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ଏହି ଘଟଣାର ଏକ ଭିଡିଓ ଫୁଟେଜରେ ଚୋଙ୍ଗକିଙ୍ଗ ଜିଆଙ୍ଗବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ତିବ୍ଦତ ବିମାନର ସମ୍ମୁଖ ଭାଗରୁ ନିଆଁ ଲାଗିଥିବାର ଦେଖାଯାଇଛି।

ଏହା ସହିତ ବିମାନରୁ ଧୂଆଁ ବାହାରୁଥିବା ମଧ୍ୟ ଦେଖାଯାଏ। ଲୋକମାନେ ପଛ ଦ୍ୱାରରୁ ଏକ ଏଭ୍ୟୁକେସନ୍ ସ୍ଲାଇଡ୍ ଦେଇ ବାହାରି ବିମାନରୁ ପଳାୟନ କରୁଥିବା ଦେଖିବାକୁ ମିଳୁଛି।

Related posts