Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ତାଳଚେର ମେଡ଼ିକାଲ କଲେଜକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତି ସ୍ୱାଗତଯୋଗ୍ୟ: ଧର୍ମେନ୍ଦ୍ର ପ୍ରଧାନ
ବିଶେଷ ଖବର

ତାଳଚେର ମେଡ଼ିକାଲ କଲେଜକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତି ସ୍ୱାଗତଯୋଗ୍ୟ: ଧର୍ମେନ୍ଦ୍ର ପ୍ରଧାନ

May 13, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: ତାଳଚେର ସ୍ଥିତ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ ଏଣ୍ଡ୍ ରିସର୍ଚ୍ଚ(ମିମସାର)କୁ ଓଡ଼ିଶା ସରକାର ଓ ମହାନଦୀ କୋଲଡ ଫିଲ୍ଡ(ଏମସିଏଲ) ସମନ୍ୱୟ ରକ୍ଷା କରି ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ରାଜ୍ୟ ସରକାରଙ୍କ ଦ୍ୱାରା ତାଳଚେର ମେଡିକାଲ କଲେଜ ପରିଚାଳନା ନିଷ୍ପତି ପ୍ରସଙ୍ଗ ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ତାଳଚେର ଠାରେ ଏମସିଏଲ ଦ୍ୱାରା ନିର୍ମିତ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ ଏଣ୍ଡ୍ ରିସର୍ଚ୍ଚକୁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ହସ୍ତକ୍ଷେପ ପରେ ଓଡ଼ିଶା ସରକାର, ଏମସିଏଲର ସହଯୋଗରେ କାର୍ଯ୍ୟକାରୀ କରିବା ପାଇଁ ନେଇଥିବା ନିଷ୍ପତି ସ୍ୱାଗତଯୋଗ୍ୟ। ସମସ୍ତଙ୍କୁ ଉତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ଦେଶର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ମେଡ଼ିକାଲ କଲେଜ ସ୍ଥାପନା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନା ରହିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ତାଳଚେର ଠାରେ ଭାରତ ସରକାରଙ୍କ ଏମସିଏଲ ଦ୍ୱାରା ୪୯୨ କୋଟି ଟଙ୍କା ବ୍ୟୟରେ ଏହି ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯାଉଛି।

ଓଡ଼ିଶା ସରକାର ଓ ଏମସିଏଲ ସମନ୍ୱୟ ରକ୍ଷା କରି ଯଥାଶୀଘ୍ର ମେଡ଼ିକାଲକୁ କାର୍ଯ୍ୟକ୍ଷମ କରିବେ ବୋଲି ଆଶା କରୁଛି। ତାଳଚେର ମେଡିକାଲ କଲେଜ କାର୍ଯ୍ୟକାରୀ ହେବା ଦ୍ୱାରା ଅନୁଗୋଳ ଜିଲ୍ଲା ସମେତ ଢ଼େଙ୍କାନାଳ, ଦେବଗଡ, କେନ୍ଦୁଝର, ସୁବର୍ଣ୍ଣପୁର, ବୌଦ୍ଧ ଓ ନୟାଗଡ ଜିଲ୍ଲାର ପ୍ରାୟ ୭୦ ଲକ୍ଷ ଲୋକମାନେ ଉତମ ସ୍ୱାସ୍ଥ୍ୟ ସୁବିଧା ପାଇବା ସହ ରାଜ୍ୟର ଛାତ୍ରଛାତ୍ରୀମାନେ ମେଡ଼ିକାଲ ପଢ଼ିବାର ସୁଯୋଗ ପାଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।

ସୂଚନାଯୋଗ୍ୟ, ମହନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ ଏଣ୍ଡ ରିସର୍ଚ୍ଚ (ମିମସାର)ରେ ଏମସିଏଲ ତରଫରୁ ୧୦୦ ଏମବିବିଏସ ସିଟ୍ ଓ ୫୦୦ଟି ମେଡ଼ିକାଲ ଶଯ୍ୟା ସହ ସମସ୍ତ ଆନୁଷାଙ୍ଗିକ ବ୍ୟବସ୍ଥା କରାଯାଇଛି। ହସ୍ପିଟାଲକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବ୍ୟକ୍ତିଗତ ଭାବରେ ଭାରତ ସରକାରଙ୍କ କୋଇଲା ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ସହ ଗତ ମାର୍ଚ୍ଚ ୯ ତାରିଖରେ ତାଙ୍କୁ ପତ୍ର ଲେଖି ଓଡିଶା ସରକାରଙ୍କୁ କଲେଜର ପରିଚାଳନା ଦାୟିତ୍ୱ ଦେବା ନେଇ ଅବଗତ କରିଥିଲେ। ଓଡ଼ିଶା ସରକାରଙ୍କ ଦ୍ୱାରା ଏହି ହସ୍ପିଟାଲର ପରିଚାଳନା, ରକ୍ଷଣାବେକ୍ଷଣ, ପ୍ରଶାସନିକ ଦାୟିତ୍ୱ ନେବାକୁ ଚିଠି ଲେଖିବା ପାଇଁ ପରାମର୍ଶ ଦେଇଥିଲେ କେନ୍ଦ୍ରମନ୍ତ୍ରୀ। ଏହି ମର୍ମରେ ମେଡ଼ିକାଲ କଲେଜର ପରିଚାଳନା ଦାୟିତ୍ୱ ନେବା ପାଇଁ ଏମସିଏଲର ସିଏମଡ଼ି ଗତ ଏପ୍ରିଲ ୨୧ ତାରିଖରେ ପତ୍ର ଲେଖି ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରିଥିଲେ।

ତାଳଚେର ଧର୍ମେନ୍ଦ୍ର ପ୍ରଧାନ ମେଡିକାଲ କଲେଜ ରାଜ୍ୟ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗରେ SIRରେ କାର୍ଯ୍ୟରତ ବିଚାରପତିଙ୍କ ଉପରେ ଆକ୍ରମଣ: କଡା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

April 2, 2026

ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ

April 2, 2026

ତାମିଲନାଡୁ ନିର୍ବାଚନ: ଏଆଇଏଡିଏମକେ-ବିଜେପିର ଚିନ୍ତା ବଢାଇଲା ପ୍ରାକ୍-ନିର୍ବାଚନ ସର୍ଭେ

April 2, 2026

ଜନଗଣନା-୨୦୨୭: ବିଶ୍ୱର ସବୁଠୁ ବଡ଼ ଜନଗଣନା ଅଭିଯାନ ଆରମ୍ଭ

April 2, 2026
Latest News

ପଶ୍ଚିମବଙ୍ଗରେ SIRରେ କାର୍ଯ୍ୟରତ ବିଚାରପତିଙ୍କ ଉପରେ ଆକ୍ରମଣ: କଡା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

April 2, 2026

ଆଦିତ୍ୟ ଆଲୁମିନିୟମ୍, ଲପଙ୍ଗା ପକ୍ଷରୁ ଉଦଘାଟିତ ହେଲା  “ଜଳ ବାହିନୀ ପ୍ରକଳ୍ପ” 

April 2, 2026

ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ

April 2, 2026

‘ସୁନା ଚେନ୍’ ମାମଲା: ଏହି କ୍ରିକେଟରଙ୍କ ଅଭିଯୋଗ ପରେ ଅଭିନେତ୍ରୀଙ୍କୁ ଗିରଫ କଲା ପୋଲିସ 

April 2, 2026

ତାମିଲନାଡୁ ନିର୍ବାଚନ: ଏଆଇଏଡିଏମକେ-ବିଜେପିର ଚିନ୍ତା ବଢାଇଲା ପ୍ରାକ୍-ନିର୍ବାଚନ ସର୍ଭେ

April 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.