Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖଡଗପୁର ଏବଂ ହିଜଲି ଷ୍ଟେସନ ମଧ୍ୟରେ ଆଧୁନିକୀକରଣ କାର୍ଯ୍ୟ ପାଇଁ ପ୍ରଭାବିତ ହେବ ଟ୍ରେନ୍ ସେବା
ଆଜିର ଖବର

ଖଡଗପୁର ଏବଂ ହିଜଲି ଷ୍ଟେସନ ମଧ୍ୟରେ ଆଧୁନିକୀକରଣ କାର୍ଯ୍ୟ ପାଇଁ ପ୍ରଭାବିତ ହେବ ଟ୍ରେନ୍ ସେବା

May 13, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପୂର୍ବତଟ ରେଳପଥର ବଡ ଘୋଷଣା: ନିୟମିତ ଟ୍ରେନ୍‌ରେ ଅତିରିକ୍ତ କୋଚ୍ ସଂଯୋଗ ଏବଂ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା
ପୂର୍ବତଟ ରେଳପଥର ବଡ ଘୋଷଣା: ନିୟମିତ ଟ୍ରେନ୍‌ରେ ଅତିରିକ୍ତ କୋଚ୍ ସଂଯୋଗ ଏବଂ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା

ଭୁବନେଶ୍ବର: ହାଓଡ଼ା-ଚେନ୍ନାଇ ଏବଂ ହାଓଡ଼ା-ମୁମ୍ବାଇ ମୁଖ୍ୟ ରେଳ ମାର୍ଗରେ ସୁଗମ ଟ୍ରେନ୍ ଚଳାଚଳ ଏବଂ ଅସୁବିଧାଜନକ ବାଧାଗୁଡିକୁ ଦୃଷ୍ଟିରେ ରଖି ଖଡଗପୁର ଏବଂ ହିଜଲି ଷ୍ଟେସନ୍ ମଧ୍ୟରେ ତୃତୀୟ ଲାଇନ ନିର୍ମାଣ କରାଯାଉଛି। ଏହି ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ନନ ଇଣ୍ଟର ଲକିଙ୍ଗ କାର୍ଯ୍ୟ ସହିତ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହାତକୁ ନିଆଯାଇଛି। ଫଳସ୍ୱରୂପ, ଏହି ମାର୍ଗ ଦ୍ବୟରେ ଟ୍ରେନ ସେବା କିଛି ମାତ୍ରାରେ ପ୍ରଭାବିତ ହେବ। ଏହା ଯୋଗୁଁ କେତେକ ଟ୍ରେନ୍ ବାତିଲ୍, ଆଂଶିକ ବାତିଲ୍, ପୁନଃ ସମୟ ନିର୍ଦ୍ଧାରଣ, ନିୟନ୍ତ୍ରଣ ଏବଂ ମାର୍ଗ ପରିବର୍ତ୍ତନ ଇତ୍ୟାଦି ନିମ୍ନଲିଖିତ ଭାବରେ ପରିଚାଳିତ ହେବ।

ଟ୍ରେନ୍ ର ବାତିଲ୍:

01. 12704/12703 ସିକନ୍ଦରାବାଦ-ହାଓଡ଼ା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସ ସିକନ୍ଦରାବାଦରୁ 21 ମଇରେ ଏବଂ ହାଓଡ଼ାରୁ 22 ମଇ 2022 ରେ ବାତିଲ ରହିବ।

02. 12821/12822 ଶାଲିମାର-ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ 22 ମଇ 2022 ରେ ଉଭୟ ଉଭୟ ପାର୍ଶ୍ୱରୁ ବାତିଲ ରହିବ।

03. 12245/12246 ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ଦୁରନ୍ତ ଏକ୍ସପ୍ରେସ 22 ମଇ 2022 ରେ ହାଓଡ଼ାରୁ ଏବଂ 24 May 2022 ରେ ଯଶୋବନ୍ତପୁରରୁ ବାତିଲ ରହିବ।

04. 18046/18045 ହାଇଦ୍ରାବାଦ-ଶାଲିମାର-ହାଇଦ୍ରାବାଦ ଇଷ୍ଟ କୋଷ୍ଟ ଏକ୍ସପ୍ରେସ 21 ମଇରେ ହାଇଦ୍ରାବାଦରୁ ଏବଂ 22 ମଇ 2022 ରେ ଶାଲିମାରରୁ ବାତିଲ ରହିବ।

05. 12073/12074 ହାଓଡ଼ା-ଭୁବନେଶ୍ୱର-ହାଓଡ଼ା ଜନ ଶତାବ୍ଦୀ ଏକ୍ସପ୍ରେସ 22 ମଇ 2022 ଦିନ ଉଭୟ ପାର୍ଶ୍ୱରୁ ବାତିଲ ରହିବ।

06. 22855/22856 ସାନ୍ତ୍ରାଗଛି-ତିରୁପତି-ସାନ୍ତ୍ରାଗଛି ଏକ୍ସପ୍ରେସ 22 ମଇରେ ସାନ୍ତ୍ରାଗଛିରୁ ଏବଂ 23 ମଇ 2022 ରେ ତିରୁପତିରୁ ବାତିଲ ରହିବ।

07. 12842/12841 ଚେନ୍ନାଇ-ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ 21 ମଇରେ ଚେନ୍ନାଇରୁ ଏବଂ 22 ମଇ 2022 ରେ ଶାଲିମାରରୁ ବାତିଲ ରହିବ।

08. 18043/18044 ହାଓଡ଼ା-ଭଦ୍ରକ୍-ହାଓଡ଼ା ଏକ୍ସପ୍ରେସ 21 ଓ 22 ମଇରେ ହାଓଡ଼ା ଠାରୁ ଏବଂ 22 ଓ 23 ମଇ 2022 ରେ ଭଦ୍ରକ୍ ରୁ ବାତିଲ ରହିବ।

09. 18410/18409 ପୁରୀ-ଶାଲିମାର-ପୁରୀ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ 21 ମଇରେ ପୁରୀରୁ ଏବଂ 22 ମଇ 2022 ରେ ଶାଲିମାରରୁ ବାତିଲ ରହିବ।

10. 18037/18038 ହାଓଡ଼ା-ଯାଜପୁର କେନ୍ଦୁଝର ରୋଡ଼-ହାଓଡ଼ା MEMU ଏକ୍ସପ୍ରେସ 22 ମଇ 2022 ରେ ଉଭୟ ପାର୍ଶ୍ୱରୁ ବାତିଲ ରହିବ।

11. 18021/18022 ଖଡ଼ଗ୍ପୁର-ଖୋର୍ଦ୍ଧା ରୋଡ୍-ଖଡ଼ଗ୍ପୁର ଏକ୍ସପ୍ରେସ 22 ମଇ 2022 ରେ ଉଭୟ ପାର୍ଶ୍ୱରୁ ବାତିଲ ରହିବ।

12. 12864/12863 ଯଶୋବନ୍ତପୁର-ହାଓଡ଼ା-ଯଶୋବନ୍ତପୁର ଏକ୍ସପ୍ରେସ 21 ମଇରେ ଯଶୋବନ୍ତପୁରରୁ ଏବଂ 22 ମଇ 2022 ରେ ହାଓଡ଼ାରୁ ବାତିଲ ରହିବ।

ଟ୍ରେନର ଆଂଶିକ ବାତିଲ୍:

A. 22 ମଇ 2022 ରେ ଉଭୟ ପାର୍ଶ୍ୱରୁ 08063/08064 ଖଡ଼ଗ୍ପୁର-ଭଦ୍ରକ-ଖଡ଼ଗ୍ପୁର ମେମୁ ପାସେଞ୍ଜର ସ୍ପେସିଆଲ ହିଜଲି ଓ ଭଦ୍ରକ ମଧ୍ୟରେ ଚଳାଚଳ କରିବ ଏବଂ ହିଜଲି ଓ ଖଡ଼ଗ୍ପୁର ମଧ୍ୟରେ ବାତିଲ ରହିବ।

B. 22 ମଇ 2022 ରେ ଉଭୟ ପାର୍ଶ୍ୱରୁ 12861/12862 ହାଓଡ଼ା-ଟିଟିଲାଗଡ଼ / କଣ୍ଟାବାଞ୍ଜି-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ରାଉରକେଲା ଓ ଟିଟିଲାଗଡ଼ / କଣ୍ଟାବାଞ୍ଜି ମଧ୍ୟରେ ଚଳାଚଳ କରିବ ଏବଂ ରାଉରକେଲା ଏବଂ ଖଡ଼ଗ୍ପୁର ମଧ୍ୟରେ ବାତିଲ ରହିବ।

ଟ୍ରେନ ସମୟ ପରିବର୍ତ୍ତନ:

22 ମଇ 2022 ରେ ହାଓଡ଼ାରୁ ଛାଡୁଥିବା 12663 ହାଓଡ଼ା-ତିରୁଚିରାପଲ୍ଲି ଏକ୍ସପ୍ରେସ ଏହାର ନିର୍ଧାରିତ ସମୟ ଠାରୁ 4 ଘଣ୍ଟା 05 ମିନିଟ୍ ବିଳମ୍ବରେ ଛାଡିବ।

ଟ୍ରେନର ମାର୍ଗ ପରିବର୍ତ୍ତନ:

A. ନ୍ୟୁ ତିନସୁକିଆରୁ 20 ମଇ 2022 ରେ ଛାଡ଼ିବାକୁଥିବା 22502 ନ୍ୟୁ ତିନସୁକିଆ-ବାଙ୍ଗାଲୋର ଏକ୍ସପ୍ରେସ ଭଟ୍ଟନଗର ଏବଂ ଖଡ଼ଗପୁର ମାର୍ଗ ପରିବର୍ତ୍ତେ ଦୁର୍ଗାପୁର-ଆସନସୋଲ-ଆଦ୍ରI-ମିଦନାପୁର-ହିଜଲୀ ମାର୍ଗ ଦେଇ ଚଳାଚଳ କରିବ। ହିଜଲିରେ ଏହା 2 ମିନିଟ୍ ରହଣି କରିବ।

B. ବାଙ୍ଗାଲୋରରୁ 20 ମଇ 2022 ରେ ଛାଡ଼ିବାକୁଥିବା 12509 ବାଙ୍ଗାଲୋର-ଗୌହାଟୀ ଏକ୍ସପ୍ରେସ ଭଟ୍ଟନଗର ଏବଂ ଖଡ଼ଗପୁର ମାର୍ଗ ପରିବର୍ତ୍ତେ ଦୁର୍ଗାପୁର-ଆସନସୋଲ-ଆଦ୍ରI-ମିଦନାପୁର-ହିଜଲୀ ମାର୍ଗ ଦେଇ ଚଳାଚଳ କରିବ। ହିଜଲିରେ ଏହା 2 ମିନିଟ୍ ରହଣି କରିବ।

C. ସିକନ୍ଦରାବାଦରୁ 21 ମଇ 2022 ରେ ଛାଡ଼ିବାକୁଥିବା 12513 ସିକନ୍ଦରାବାଦ-ଗୌହାଟୀ ଏକ୍ସପ୍ରେସ ଭଟ୍ଟନଗର ଏବଂ ଖଡ଼ଗପୁର ମାର୍ଗ ପରିବର୍ତ୍ତେ ଦୁର୍ଗାପୁର-ଆସନସୋଲ-ଆଦ୍ରI-ମିଦନାପୁର-ହିଜଲୀ ମାର୍ଗ ଦେଇ ଚଳାଚଳ କରିବ। ହିଜଲିରେ ଏହା 2 ମିନିଟ୍ ରହଣି କରିବ।

D. 21 ମଇ 2022 ରେ ପୁରୀରୁ ଛାଡ଼ିବାକୁଥିବା 15643 ପୁରୀ-କାମାକ୍ଷା ଏକ୍ସପ୍ରେସ ହିଜଲି – ଖଡ଼ଗ୍ପୁର – ହାଓଡ଼ା ମାର୍ଗ ପରିବର୍ତ୍ତେ ଆସାନସୋଲ-ଆଦ୍ରI-ହିଜଲି ମାର୍ଗ ଦେଇ ଚଳାଚଳ କରିବ। ହିଜଲିରେ ଏହା 2 ମିନିଟ୍ ରହଣି କରିବ।

E. 21 ମଇ 2022 ରେ ଅଗରତାଲା ଠାରୁ ଛାଡ଼ିବାକୁଥିବା 12504 ଅଗରତାଲା-ବାଙ୍ଗାଲୋର କ୍ୟାଣ୍ଟ ଏକ୍ସପ୍ରେସ ଭଟ୍ଟନଗର ଏବଂ ଖଡ଼ଗପୁର ମାର୍ଗ ପରିବର୍ତ୍ତେ ଦୁର୍ଗାପୁର-ଆସନସୋଲ-ଆଦ୍ରI-ମିଦନାପୁର-ହିଜଲୀ ମାର୍ଗ ଦେଇ ଚଳାଚଳ କରିବ। ହିଜଲିରେ ଏହା 2 ମିନିଟ୍ ରହଣି କରିବ।

ଟ୍ରେନ ସେବା ନିୟନ୍ତ୍ରଣ:

A. 21 ମଇ 2022 ରେ ଚେନ୍ନାଇରୁ ଛାଡିବାକୁ ଥିବା 12840 ଚେନ୍ନାଇ-ହାୱଡ଼ା ମେଲ ଏବଂ ଯଶୋବନ୍ତପୁର ଠାରୁ ଛାଡ଼ିବାକୁଥିବା 21253 ଯଶୋବନ୍ତପୁର-ଭାଗଲପୁର ଅଙ୍ଗ ଏକ୍ସପ୍ରେସ ଯଥାକ୍ରମେ ଦକ୍ଷିଣ ପୂର୍ବ ଏବଂ ପୂର୍ବତଟ ରେଳପଥ ମଧ୍ୟରେ ନିୟନ୍ତ୍ରିତ ହେବ।

B. 21 ମଇ 2022 ରେ କନ୍ୟାକୁମାରୀରୁ ଛାଡିବାକୁ ଥିବା 12666 କନ୍ୟାକୁମାରୀ-ହାଓଡ଼ା ଏକ୍ସପ୍ରେସ୍ ଦକ୍ଷିଣ ପୂର୍ବ ରେଳପଥ ପରିସୀମା ମଧ୍ୟରେ ନିୟନ୍ତ୍ରିତ ହେବ।

ଆଧୁନିକୀକରଣ କାର୍ଯ୍ୟ ଖଡ଼ଗପୁର ଟ୍ରେନ୍ ସେବା ହାଓଡ଼ା-ଚେନ୍ନାଇ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ- ଇସ୍ରାଏଲ ମିଳିତ ବିବୃତ୍ତି

February 27, 2026

ଆଜି ହେଉଛି ଫେବୃୟାରୀ ୨୭ ତାରିଖ ଶୁକ୍ରବାର: ଏହି ରାଶି ପ୍ରତି ମା’ ସନ୍ତୋଷୀଙ୍କ ରହିଛି ଆଶୀର୍ବାଦ

February 27, 2026

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026
Latest News

ଭାରତ- ଇସ୍ରାଏଲ ମିଳିତ ବିବୃତ୍ତି

February 27, 2026

ଆଜି ହେଉଛି ଫେବୃୟାରୀ ୨୭ ତାରିଖ ଶୁକ୍ରବାର: ଏହି ରାଶି ପ୍ରତି ମା’ ସନ୍ତୋଷୀଙ୍କ ରହିଛି ଆଶୀର୍ବାଦ

February 27, 2026

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.