Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ହେ..ମହାବାହୁ, ହେ..ମହାବାହୁ.. ଏ ସବୁ ତୁମରି ଲୀଳା ପ୍ରଭୃ, ମୁଁ କିଛି ନୁହେଁ
ଜାତୀୟ ଖବର

ହେ..ମହାବାହୁ, ହେ..ମହାବାହୁ.. ଏ ସବୁ ତୁମରି ଲୀଳା ପ୍ରଭୃ, ମୁଁ କିଛି ନୁହେଁ

June 4, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ହେ..ମହାବାହୁ, ହେ..ମହାବାହୁ.. ଏ ସବୁ ତୁମରି ଲୀଳା ପ୍ରଭୃ, ମୁଁ କିଛି ନୁହେଁ

ଭୁବନେଶ୍ବର: ବହୁ ବିବାଦୀୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟଙ୍କ ସୁପ୍ରିମ ରାୟ ଆସିବା ପରେ ଅଧିକାଂଶ ଖୁସି ପ୍ରକଟ କରିଛନ୍ତି। ରୋକଠୋକ ଭାବେ ସୁପ୍ରିମ କୋର୍ଟ ଏହି ପ୍ରକଳ୍ପ ଉପରେ କୌଣସି ରହିତାଦେଶ ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି। ସେଥିପାଇଁ ସୁପ୍ରିମକୋର୍ଟରେ ଯେଉଁ ଆବେଦନ ହୋଇଥିଲା କୋର୍ଟ ତାହାକୁ ରଦ୍ଦ କରିଦେଇଛନ୍ତି।

ଆବେଦନକାରୀ ସେମାନଙ୍କ ଆବେଦନରେ ମୁଖ୍ୟ ଦୁଇଟି କଥା ଉଲ୍ଲେଖ କରିଥିଲେ। ତାହାଥିଲା ଯେ, ଏହି ପ୍ରକଳ୍ପ ଶହେ ମିଟର ପରିଧୀ ଭିତରେ କରାଯାଉଛି। ଯାହାଦ୍ବାରା ମନ୍ଦିର ପ୍ରତି ବିପଦ ଆସିବ ବୋଲି କୁହାଯାଇଥିଲା। କୋର୍ଟ ଏଥିରେ ତୁରନ୍ତ ହସ୍ତକ୍ଷେପ କରି ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରନ୍ତୁ ବୋଲି ଆବେଦନ କରିଥିଲେ। ଦ୍ବିତୀୟରେ ଏହି ପ୍ରକଳ୍ପର ଅନୁମୋଦନ ଭାରତ ପ୍ରତ୍ନତତ୍ବ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇ କରିବା ଉଚିତ। ହେଲେ ତାହା କରାଯାଇ ନାହିଁ କି ଅନୁମତି ନିଆଯାଇ ନାହିଁ। ତେଣୁ ଏହି ପ୍ରକଳ୍ପ ବେଆଇନି।

ଏହି ଦୁଇଟି କାରଣକୁ ସରକାରଙ୍କ ପକ୍ଷରୁ ଉଚିତ ଯବାବ ପ୍ରଦାନ କରାଯାଇଥିଲା। ସେଥିରେ କୁହାଯାଇଥିଲା ଯେ ପ୍ରକଳ୍ପ କାର୍ଯ୍ୟ ପୂର୍ବ ନିର୍ଦ୍ଧାରିତ ସ୍ଥାନରୁ ଘୁଞ୍ଚାଇ ଦିଆଯାଇଛି। ଫଳରେ ଏଏସଆଇର ଶହେ ମିଟର ପରିଧୀ ମଧ୍ୟରେ କୌଣସି ନିର୍ମାଣ କାର୍ଯ୍ୟ କରାଯିବ ନାହିଁ। ଦ୍ବିତୀୟରେ ଏଏସଆଇ ସହିତ ରାଜ୍ୟ ସରକାର ମିଳିତ ଭାବେ ଏହି ପ୍ରକଳ୍ପ କାର୍ଯ୍ୟ କରିବେ ବୋଲି ଦର୍ଶାଇଥିଲେ। ଅନ୍ୟପକ୍ଷରେ ଏଏସଆଇ ତରଫରୁ ମଧ୍ୟ ଏଥିରେ ସହମତି ପ୍ରଦାନ କରାଯାଇଥିଲା।

ଏହା ଶୁଣିବା ପରେ କୋର୍ଟ ଆବେଦନକାରୀଙ୍କ ଉପରେ ଉତକ୍ଷିପ୍ତ ହୋଇପଡିଥିଲେ। ଏପରି ଅଯଥା ପିଆଇଏଲ କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। କୋର୍ଟ ତାଙ୍କର ରାୟରେ ଏହି ଆବେଦନକୁ ରଦ୍ଦ କରିବା ସହିତ ଆବେଦନକାରୀ କୋର୍ଟର ଅଯଥା ସମୟ ନଷ୍ଟ କରୁଛନ୍ତି ବୋଲି କହିଥିଲେ। ଫଳରେ ଉଭୟଙ୍କୁ ଦଣ୍ଡ ସ୍ବରୁପ ଏକ ଲକ୍ଷ ଟଙ୍କା ଜରିମାନ ମଧ୍ୟ କରିଛନ୍ତି।

ଦୁଇ ଆବେଦନକାରୀ କିଛି ବ୍ୟକ୍ତି ବିଶିଷ୍ଠ ବ୍ୟକ୍ତିଙ୍କୁ ପ୍ରରୋଚନାରେ ନିଜ ନାମ କମାଇବା ପାଇଁ କୋର୍ଟ ଦ୍ବାର ଖଟଖଟ କଲେ। ଏହାର ଫଳ ମଧ୍ୟ ଭୋଗିଲେ। ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ଅନୁସାରେ ପ୍ରଭୃ ଜଗନ୍ନାଥ ଯାହା କହିବାକୁ ଚାହୁଁଥିଲେ ତାହା ବିଚାରପତିଙ୍କ ତୁଣ୍ଡରେ କୁହାଇଲେ। ସେଥିପାଇଁ ଏତିକି କୁହାଯାଇପାରେ ଯେ, ହେ ପ୍ରଭୃ ଏହି ଲୀଳା ଆପଣଙ୍କର, ଆମେ ନିମିଷେ ମାତ୍ର।

ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026

ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି

August 1, 2026

ମହାନଦୀ ଜଳ ବିବାଦ, ଆସନ୍ତା ଦୀପାବଳୀ ବେଳକୁ ଶୁଭ ଖବର ମିଳିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

August 1, 2026
Latest News

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.