Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶେଷ ହେଲା ମହାରାଷ୍ଟ୍ରର ମହାନାଟକ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ
ଜାତୀୟ ଖବର

ଶେଷ ହେଲା ମହାରାଷ୍ଟ୍ରର ମହାନାଟକ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ

June 30, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଶେଷ ହେଲା ମହାରାଷ୍ଟ୍ରର ମହାନାଟକ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ

ନୂଆଦିଲ୍ଲୀ: ଶେଷ ହେଲା ମହାରାଷ୍ଟ୍ରର ମହାନାଟକ। ପ୍ରାୟ ଏକ ସପ୍ତାହ ଧରି ଚାଲିଥିବା ରାଜନୈତିକ ଅଶାନ୍ତିର ଅନ୍ତ ଘଟିଛି। ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେହିପରି ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍  ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଗୁରୁବାର ସନ୍ଧ୍ୟାରେ ରାଜଭବନରେ ରାଜ୍ୟପାଳ ଭଗତ ସିଂ କୋଶାରି ଶପଥ ପାଠ କରାଇଥିଲେ।

ମହାରାଷ୍ଟ୍ରର ରାଜନୈତିକ ଅସ୍ତିରତା ଚରମ ସୀମାରେ ପହଞ୍ଚିଥିଲା। ଉଦ୍ଦବ ଠାକରେ ତାଙ୍କର ପଦବୀ ସୁରକ୍ଷିତ ରଖିବା ସହଜ ହୋଇନଥିଲା। ଏପରିକି ରାଜ୍ୟରେ ଶାସନ ଭାର କିଏ ଗ୍ରହଣ କରିବ ସେ ନେଇ ସମସ୍ତେ ସନ୍ଦେହରେ ଥିଲେ।

ହେଲେ ଏକ ଅପ୍ରତ୍ୟାଶିତ ଘଟଣାରେ ଫଡନାଭିସ୍ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଏକନାଥ ସିନ୍ଦେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଥିଲେ। ସିନ୍ଦେ ଏବଂ ଫଡନାଭିସ୍ ରାଜଭବନରେ ରାଜ୍ୟପାଳ ଭାଗବତ ସିଂ କୋଶାରିଙ୍କୁ ଭେଟିବାକୁ ଯାଇ କିଛି ସମୟ ପରେ ଏହି ଘୋଷଣା କରାଯାଇଥିଲା।

ଏହାପରେ ସମସ୍ତେ ନିଶ୍ଚିତ ହେଲେ ଯେ, ବିଜେପି ସମର୍ଥନରେ ସିନ୍ଦେ ଶାସନ କରିବେ। ଏହାପରେ ଅମିତ ସାହା ଟୁଇଟ କରି ଜଣାଇ ଦେଲେ ଯେ, ଫଡନାଭିସ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହେବେ। ଫଳରେ ଉଭୟ ସିନ୍ଦେ ଏବଂ ଫଡନାଭିସ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ଏକନାଥ ସିନ୍ଦେ ଦେବେନ୍ଦ୍ର ଫଡନାଭିସ୍ ମହାରାଷ୍ଟ୍ର ରାଜନୀତି ଶପଥ ଗ୍ରହଣ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରିକ୍ସ ସମ୍ମିଳନୀ ଅବସରରେ ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପିଏମ ମୋଦୀ

September 12, 2026

ଉଡ଼ାଣ ପୂର୍ବରୁ ଆଖି ବୁଜିଲେ ପାଇଲଟ: ଦିଲ୍ଲୀ ହୋଟେଲରୁ ମୃତଦେହ ଉଦ୍ଧାର

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

‘ଔରଙ୍ଗଜେବଙ୍କ ଭଳି ମାନସିକତା’: ଅଖିଳେଶ ଯାଦବଙ୍କ ଉପରେ ସଙ୍ଗୀତ ସୋମଙ୍କ କଡ଼ା ଆକ୍ରମଣ

September 12, 2026
Latest News

ବ୍ରିକ୍ସ ସମ୍ମିଳନୀ ଅବସରରେ ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପିଏମ ମୋଦୀ

September 12, 2026

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026

ସୋଆରେ ଓଡ଼ିଶାର ଖାଦ୍ୟ ଐତିହ୍ୟ ଓ ପରଂପରାକୁ ନେଇ କୁଇଜ ପ୍ରତିଯୋଗିତା ଆୟୋଜିତ

September 12, 2026

ସ୍କୁଲରେ ଭିନ୍ନକ୍ଷମ ଛାତ୍ରୀଙ୍କୁ ମାଡ଼! ଶିକ୍ଷୟତ୍ରୀଙ୍କ ନାଁରେ ଥାନାରେ ଅଭିଯୋଗ

September 12, 2026

ବିକାଶର ବାସ୍ତବ ଚିତ୍ର: ଗର୍ଭବତୀଙ୍କ ପାଇଁ ଆମ୍ବୁଲାନ୍ସ ନୁହେଁ, ଭରସା ଖଟିଆ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.