Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଷ୍ଟାର୍ଟଅପ୍‌ ଇକୋସିଷ୍ଟମକୁ ସହାୟତା ପାଇଁ ରାଜ୍ୟମାନଙ୍କ ମାନ୍ୟତା ପ୍ରତିଯୋଗିତାର ଫଳାଫଳ ଘୋଷଣା
ବିଶେଷ ଖବର

ଷ୍ଟାର୍ଟଅପ୍‌ ଇକୋସିଷ୍ଟମକୁ ସହାୟତା ପାଇଁ ରାଜ୍ୟମାନଙ୍କ ମାନ୍ୟତା ପ୍ରତିଯୋଗିତାର ଫଳାଫଳ ଘୋଷଣା

July 4, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ
ରୁଷରୁ ତେଲ କିଣିବା ବନ୍ଦ କରିବ ଭାରତ, ଜାଣନ୍ତୁ କ'ଣ କହିଲେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ? 

ନୂଆଦିଲ୍ଲୀ: ଷ୍ଟାର୍ଟଅପ୍‌ ଇକୋସିଷ୍ଟମକୁ ସହାୟତା କରିବା କ୍ଷେତ୍ରରେ ରାଜ୍ୟମାନଙ୍କର ମାନ୍ୟତା (ରାଙ୍କିଙ୍ଗ) ପ୍ରତିଯୋଗିତାର ତୃତୀୟ ସଂସ୍କରଣ ପ୍ରକାଶ ପାଇଛି। କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ, ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ବୟନ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଆଜି ନୂଆଦିଲ୍ଲୀ ଠାରେ ଏହି ରାଙ୍କିଙ୍ଗର ଫଳାଫଳ ଘୋଷଣା କରିଛନ୍ତି। ଏହି ରାଙ୍କିଙ୍ଗ ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ମାନଙ୍କୁ ୫ଟି ବର୍ଗରେ ବିଭକ୍ତ କରାଯାଇଥିଲା। ଶ୍ରେଷ୍ଠ (ବେଷ୍ଟ) ପ୍ରଦର୍ଶକାରୀ, ଶୀର୍ଷ (ଟପ୍‌) ପ୍ରଦର୍ଶନକାରୀ, ଅଗ୍ରଣୀ (ଆସ୍ପାୟାରିଂ) ଏବଂ ଆକାଂକ୍ଷୀ ଅଗ୍ରଣୀ (ଆସ୍ପାୟରିଂ ଲିଡର୍ସ) ଏବଂ ବିକାଶଶୀଳ (ଇମର୍ଜିଂ) ଷ୍ଟାର୍ଟଅପ୍‌ ଇକୋସିଷ୍ଟମ।

ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ବର୍ଗରେ ଦିଲ୍ଲୀ ଜାତୀୟ ରାଜଧାନୀ କ୍ଷେତ୍ରକୁ ସାମିଲ କରାଯାଇଥିଲା । ଏହି ବର୍ଗରେ ଗୁଜରାଟ ଏବଂ କର୍ଣ୍ଣାଟକ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ମାନ୍ୟତା ପାଇଛନ୍ତି । ଅନ୍ୟପକ୍ଷରେ ଶୀର୍ଷ ପ୍ରଦର୍ଶକାରୀ ରାଜ୍ୟ ଭାବେ ଓଡ଼ିଶା ସମେତ କେରଳ, ମହାରାଷ୍ଟ୍ର ଏବଂ ତେଲଙ୍ଗାନା ପୁରସ୍କୃତ ହୋଇଛନ୍ତି । କେନ୍ଦ୍ର ଶାସିତ ପ୍ରଦେଶ ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟମାନଙ୍କ ମଧ୍ୟରେ ଜମ୍ମୁ ଓ କଶ୍ମୀର ଶୀର୍ଷ ପ୍ରଦର୍ଶନକାରୀ କେନ୍ଦ୍ର ଶାସିତ ପ୍ରଦେଶ ମାନ୍ୟତା ପାଇଛି ।

ସେହିପରି ଅଗ୍ରଣୀ ବର୍ଗରେ ଆସାମ, ପଞ୍ଜାବ, ତାମିଲନାଡ଼ୁ, ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶ ବିଜେତା ହୋଇଛନ୍ତି । ଏହି ବର୍ଗର ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କ ମଧ୍ୟରେ ଆଣ୍ଡାମାନ ଓ ନିକୋବାର ଦ୍ବୀପସମୂହ, ଅରୁଣାଚଳ ପ୍ରଦେଶ ଏବଂ ଗୋଆ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି । ଆକାଂକ୍ଷୀ ଅଗ୍ରଣୀ ବର୍ଗର ରାଜ୍ୟମାନଙ୍କ ମଧ୍ୟରେ ଛତିଶଗଡ଼, ଦିଲ୍ଲୀ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନକୁ ପୁରସ୍କାର ମିଳିଛି । ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କ ମଧ୍ୟରେ ଚଣ୍ଡିଗଡ଼, ଦାଦ୍ରା ଓ ନଗର ହାଭେଳୀ, ଡାମନ ଓ ଡିଉ, ହିମାଚଳ ପ୍ରଦେଶ, ମଣିପୁର, ନାଗାଲାଣ୍ଡ, ପୁଡୁଚେରୀ ଏବଂ ତ୍ରିପୁରା ଆକାଂକ୍ଷୀ ଅଗ୍ରଣୀ ବର୍ଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି ।

ଏହି ରାଙ୍କିଙ୍ଗ ପାଇଁ ପୁରସ୍କାର ଘୋଷଣା କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଓଏନଡିସି (ଡିଜିଟାଲ ବାଣିଜ୍ୟ ପାଇଁ ଓପନ ନେଟୱର୍କ) ନିକଟରେ ହଜାର ହଜାର ଷ୍ଟାର୍ଟଅପ୍‌ ଗଢ଼ିବାର ସାମର୍ଥ୍ୟ ରହିଛି ।  ବିଗତ କିଛି ଦିନ ମଧ୍ୟରେ ଭାରତରେ ୟୁପିଆଇକୁ ବ୍ୟାପକ ସଫଳତା ମିଳିଛି । ଆସନ୍ତା ୫ ବର୍ଷ ମଧ୍ୟରେ ଭାରତରେ ଇ-କମର୍ସ ଅଧିକ ଲୋକାଭିମୁଖି ହୋଇପାରିବ । ଦେଶରେ ହଜାର ହଜାର ଷ୍ଟାର୍ଟଅପ୍‌ ଏବଂ ଶତାଧିକ ୟୁନିକର୍ଣ୍ଣ ସୃଷ୍ଟି ହେବେ । ଓଏନଡିସି ନିକଟରେ ଅପାର କ୍ଷମତା ରହିଛି । ଏହା ଜରିଆରେ ଦେଶରେ ଆଗାମୀ ଦିନରେ ୧୦୦ ବିଲିୟନ କିମ୍ବା ଏକ ଟ୍ରିଲିୟନ ଆକାରର ତିନୋଟି କମ୍ପାନୀ ପରିବର୍ତ୍ତେ ୧ ବିଲିୟନ ଡଲାର କ୍ଷମତା ବିଶିଷ୍ଟ ହଜାର ହଜାର କମ୍ପାନୀ ସୃଷ୍ଟି ହେବେ ।

ଭାରତୀୟ ଇକୋସିଷ୍ଟମରେ କାର୍ଯ୍ୟ କରିବା ଲାଗି ଅନୁକୂଳ ପରିବେଶ ସୃଷ୍ଟି କରିବା ଲାଗି ରାଜ୍ୟମାନେ ପଡ଼ୋଶୀ ରାଜ୍ୟ ସହଭାଗିତାରେ ପରସ୍ପର ଠାରୁ ଶିକ୍ଷାଲାଭ କରିପାରିବେ । ସରକାରୀ ଇ-ମାର୍କେଟ ପ୍ଲେସ୍‌ (ଜିଇଏମ) ପ୍ଲାଟଫର୍ମରେ ଅଧିକ ସଂଖ୍ୟାରେ ଷ୍ଟାର୍ଟଅପ୍‌ ସାମିଲ ହେବା ଆବଶ୍ୟକ ବୋଲି ସେ ଆହ୍ବାନ କରିଥିଲେ । ସେ କହିଥିଲେ ଯେ ଏବେ ଜିଇଏମ ପ୍ଲାଟଫର୍ମରେ ସେବା କ୍ଷେତ୍ରକୁ ସାମିଲ କରାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବୁ ଷ୍ଟାର୍ଟଅପ୍‌ ସଂକ୍ରାନ୍ତ ଯୋଜନାର ଲାଭ ଉଠାଇ ଜିଲ୍ଲା ସ୍ତରରେ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ବିକାଶ କରିବା ଉପରେ ଧ୍ୟାନ ଦେବା ଲାଗି ସେ ଜୋର ଦେଇଥିଲେ । କ୍ରିକେଟ୍‌ କ୍ଷେତ୍ରରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଉଦାହରଣ ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଦେଶରେ ଷ୍ଟାର୍ଟଅପ୍‌ ଇକୋସିଷ୍ଟମକୁ ଅନୁରୂପ ଭାବେ ଅଧିକ ଲୋକାଭିମୁଖୀ କରିବାର ଆବଶ୍ୟକତା ରହିଛି ।

ଏହି କାର୍ଯ୍ୟକ୍ରମରେ ଉଦ୍ୟୋଗ ପ୍ରୋତ୍ସାହନ ଏବଂ ଅନ୍ତରୀଣ ବ୍ୟାପାର ବିଭାଗ (ଡିପିଆଇଆଇଟି) ସଚିବ ଶ୍ରୀ ଅନୁରାଗ ଜୈନ ସରକାରଙ୍କ ବିଭିନ୍ନ ଯୋଜନା ଯେପରିକି ଜନଧନ, ଆଧାର, ମୋବାଇଲ (ଜାମ୍‌), ଡିଜିଟାଲ ଇଣ୍ଡିଆ, ଗତିଶକ୍ତି, ଇଜ୍‌ ଅଫ୍‌ ଡୁଇଂ ବିଜନେସ ଆଦିର ଉଦାହରଣ ଦେଇଥିଲେ ।

ଜାତୀୟ ଷ୍ଟାର୍ଟଅପ୍‌ ପରାମର୍ଶଦାତା ପରିଷଦର ସଦସ୍ୟ ମନୋଜ କୋହଲୀ ନୂଆ ପ୍ରଶିକ୍ଷଣ ଏବଂ ମାର୍ଗଦର୍ଶନ କାର୍ଯ୍ୟକ୍ରମ ମାର୍ଗ ବିଷୟରେ କହିଥିଲେ । ଭାରତରେ ଷ୍ଟାର୍ଟଅପଗୁଡ଼ିକ ପାଇଁ ଏକ ଟୁଲ୍‌ ବିକଶିତ କରିବା ଉଦ୍ଦେଶ୍ୟରେ ଏହି ପୋର୍ଟାଲ ବିକଶିତ କରାଯାଇଛି । ପ୍ରଶିକ୍ଷକଙ୍କ ସହ ଯୋଡ଼ି ହେବା ଲାଗି ଦେଶର ପ୍ରତ୍ୟେକ କୋଣରେ ଏହି ପୋର୍ଟାଲକୁ ଆକ୍ସେସ କରାଯାଇ ପାରିବ ।

ଡିପିଆଇଆଇଟିର ଯୁଗ୍ମ ସଚିବ ଶ୍ରୀମତୀ ଶ୍ରୁତି ସିଂ କହିଥିଲେ ଯେ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ବିକାଶରେ ରାଜ୍ୟମାନଙ୍କର ପ୍ରମୁଖ ଭୂମିକା ରହିଛି । ଆଜି ସାରା ଦେଶରେ ୨୭ଟି ରାଜ୍ୟ ପାଖରେ ସେମାନଙ୍କର ଆଞ୍ଚଳିକ ଭାଷାରେ ପୋର୍ଟାଲ ରହିଛି ।

ସାରା ଦେଶରେ ଷ୍ଟାର୍ଟଅପ୍‌ ପ୍ରତିଷ୍ଠା ପାଇଁ ସୁବିଧା ଦେବା ଏବଂ ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହିତ କରିବା ଲାଗି ୨୦୧୮ ପରଠାରୁ ଡିପିଆଇଆଇଟି ପକ୍ଷରୁ ରାଜ୍ୟମାନଙ୍କର ଷ୍ଟାର୍ଟଅପ୍‌ ରାଙ୍କିଙ୍ଗ ପ୍ରତିଯୋଗିତା ଆୟୋଜନ କରାଯାଉଛି । ତୃତୀୟ ସଂସ୍କରଣର ରାଙ୍କିଙ୍ଗ ପ୍ରସ୍ତୁତ କରିବା ଲାଗି ୧ ଅକ୍ଟୋବର ୨୦୧୯ ଠାରୁ ୩୧ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ଅବଧିକୁ ବିଚାରକୁ ନିଆଯାଇଥିଲା । ଏହାପରେ ୬ ମାସରୁ ଅଧିକ ସମୟ ଧରି ବିଭିନ୍ନ ଦସ୍ତାବିଜ ଆଧାରିତ ପ୍ରମାଣ ଯାଞ୍ଚ କରାଯାଇଥିଲା । ୧୯ଟି ସରକାରୀ ବିଭାଗ ଏବଂ ୨୯ଟି ଅଣ ସରକାରୀ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ଅଂଶୀଦାରଙ୍କୁ ନେଇ ମୂଲ୍ୟାୟନ କମିଟିର ୧୪ଟି ବୈଠକ ଆୟୋଜନ କରାଯାଇଥିଲା । ୨୬ଟି କାର୍ଯ୍ୟବିନ୍ଦୁକୁ ନେଇ ପ୍ରସ୍ତୁତ ୭ଟି ବ୍ୟାପକ ସଂସ୍କାର କ୍ଷେତ୍ରରେ ପ୍ରତିଯୋଗୀ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କର ପ୍ରଦର୍ଶନକୁ ମୂଲ୍ୟାୟନ କରାଯାଇଥିଲା। ଏହି ଅବସରରେ ଜାତୀୟ ଷ୍ଟାର୍ଟଅପ୍‌ ରିପୋର୍ଟ ଏବଂ ରାଜ୍ୟ ନିର୍ଦ୍ଦିଷ୍ଟ ରିପୋର୍ଟ ଜାରି କରାଯାଇଥିଲା।

ପୀୟୂଷ ଗୋୟଲ
Share. Facebook Twitter LinkedIn Email WhatsApp Copy Link

Related Posts

ସୁଜାତାଙ୍କୁ ବିଜେଡିରେ ସାମିଲ କରି ନବୀନ ପଟ୍ଟନାୟକ କହିଦେଲେ ଏକ ବଡ କଥା..

June 25, 2026

ବିଜେଡିରେ ସାମିଲ ହେଲେ ସୁଜାତା କାର୍ତ୍ତିକେୟନ ରାଉତ, ନବୀନ ଘୋଷଣା କରି କହିଲେ..

June 25, 2026

ମୋଦି ସରକାରଙ୍କ ମନ୍ତ୍ରୀମଣ୍ଡଳ ବିସ୍ତାରକୁ ନେଇ ଚର୍ଚ୍ଚା: ଜାଣନ୍ତୁ କାହା ଉପରେ ଝୁଲୁଛି ଖଣ୍ଡା?

June 25, 2026

ଶଙ୍ଖ ଭବନରେ ବିଜେଡି ବୈଠକ, କିଛି ସମୟ ପରେ ସୁଜାତା ମିଶିବା ନେଇ ହେବ ଘୋଷଣା

June 25, 2026
Latest News

୩ଟି ଫର୍ମାଟରେ ନମ୍ବର-୧ ଅଲରାଉଣ୍ଡର କିଏ?: ଦେଖନ୍ତୁ ICC ରାଙ୍କିଙ୍ଗ

June 25, 2026

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଉଠାଇଲେ ସମସ୍ତ ଏଲପିଜି କଟକଣା

June 25, 2026

ନେତ୍ର AEW&C କୁ ମିଳିଲା FOC: ଆହୁରି ସୁଦୃଢ ହେବ ଭାରତୀୟ ବାୟୁସେନା

June 25, 2026

ଭାରତ ପାଇଁ ଖୁସି ଖବର: ହରମୁଜ୍ ପ୍ରଣାଳୀ ପାର ହେଲା ୩୦ଟି ଜାହାଜ

June 25, 2026

ଡାଇବେଟିସ ରୋଗୀଙ୍କ ପାଇଁ ଏହା ଏକ ବଡ ଔଷଧ, ନିୟମିତ ସେବନରେ ରକ୍ତ ଶର୍କରାକୁ କରେ ନିୟନ୍ତ୍ରଣ

June 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.