Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆରମ୍ଭ ହେଲା ଭାରତୀୟ ସୂଚନା ସେବା ଅଧିକାରୀଙ୍କ ତୃତୀୟ ବାର୍ଷିକ ସମ୍ମିଳନୀ
ଆଜିର ଖବର

ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆରମ୍ଭ ହେଲା ଭାରତୀୟ ସୂଚନା ସେବା ଅଧିକାରୀଙ୍କ ତୃତୀୟ ବାର୍ଷିକ ସମ୍ମିଳନୀ

July 16, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ବିଜ୍ଞାନ ଭବନରେ ଭାରତୀୟ ସୂଚନା ସେବା ଅଧିକାରୀ ମାନଙ୍କର ତୃତୀୟ ବାର୍ଷିକ ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ, ସୂଚନା ଏବଂ ପ୍ରସାରଣ ସଚିବ, ଅପୂର୍ବ ଚନ୍ଦ୍ରା ଏବଂ ପ୍ରମୁଖ ମହାନିର୍ଦ୍ଦେଶକ, ଜୟଦୀପ ଭଟ୍ଟନାଗର, ସତ୍ୟେନ୍ଦ୍ର ପ୍ରକାଶ, ବେଣୁଧର ରେଡ୍ଡୀ ଏବଂ ମାୟଙ୍କ କୁମାର ଅଗ୍ରୱାଲ୍ ଉପସ୍ଥିତ ଥିଲେ। ଏହି ଦୁଇ ଦିବସୀୟ  ସମ୍ମିଳନୀରେ ସାରା ଦେଶର ଭାରତୀୟ ସୂଚନା ସେବାର ବରିଷ୍ଠ ଅଧିକାରୀ ଭାଗ ନେଇଛନ୍ତି।

କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ, ଶ୍ରୀ ଅନୁରାଗ ଠାକୁର ନିଜର ଅଭିଭାଷଣରେ 5ସି ବା ପାଂଚଟି ପ୍ରମୁଖ ବିଷୟକୁ ରେଖାଙ୍କିତ କରିଛନ୍ତି, ଯେଉଁ ଗୁଡିକୁ ସରକାରୀ ଯୋଗାଯୋଗ କ୍ଷେତ୍ରରେ ପ୍ରୟୋଗ କରିବାର ଆବଶ୍ୟକତା ରହିଛି । ଏଥିରେ – ନାଗରିକ – କେନ୍ଦ୍ରିତ ଏବଂ ଅନୁକମ୍ପାମୂଳକ ଯୋଗାଯୋଗ ବ୍ୟବସ୍ଥା, ଲକ୍ଷ୍ୟଭୁକ୍ତ ଶ୍ରୋତାଙ୍କ ପାଇଁ ବାର୍ତ୍ତା, ସହଭାଗୀତା ଏବଂ ନିରନ୍ତର ମାନସ ମନ୍ଥନ  ତଥା କ୍ଷମତା ବୃଦ୍ଧି ଭଳି ପ୍ରସଙ୍ଗ ଅନ୍ତର୍ଭୁକ୍ତ ଅଟେ । ଏହା ଉପରେ ସେ ବିସ୍ତୃତ ଭାବେ କହିଥିଲେ ଯେ, ନାଗରିକ ମାନଙ୍କୁ ଧ୍ୟାନରେ ରଖି ସମସ୍ତ ଯୋଗାଯୋଗ ପ୍ରାସଙ୍ଗିକ ହେବା ଉଚିତ୍ । ଏହା ସହିତ ସରକାରୀ ସଂସ୍ଥା, ଅନ୍ୟାନ୍ୟ ଅନୁଷ୍ଠାନ ଏବଂ ଘରୋଇ କ୍ଷେତ୍ର ସମେତ ସମସ୍ତ ହିତଧାରକ ମାନଙ୍କ ସହିତ ସହଯୋଗ ବୃଦ୍ଧି କରିବାର ମହତ୍ୱକୁ ମଧ୍ୟ ରେଖାଙ୍କିତ କରିଥିଲେ । ସେ କହିଥିଲେ ଯେ, ଯୋଗାଯୋଗ ଏକ ଦ୍ରୁତ ବେଗରେ ବଦଳୁଥିବା କ୍ଷେତ୍ର ଅଟେ, ଯେଉଁଠାରେ ନକଲି ଖବର ଭଳି ଆହ୍ୱାନ ରହିଛି । ଯୋଗାଯୋଗକାରୀ ସର୍ବଦା ବିଶ୍ଵସନୀୟ ଏବଂ ଗ୍ରହଣଯୋଗ୍ୟ ହେବା ମହତ୍ୱପୂର୍ଣ୍ଣ ଅଟେ, ଯେମିତି କୋଭିଡ୍ ମହାମାରୀ ସମୟରେ ଦେଖା ଯାଇଥିଲା ।

ଶ୍ରୀ ଅନୁରାଗ ସିଂହ ଠାକୁର ନକଲି ଖବରକୁ ମୁକାବିଲା କରିବା ନିମନ୍ତେ ଫ୍ୟାକ୍ଟ ଚେକ୍ ୟୁନିଟ୍‌ ଗୁଡିକର ବିସ୍ତାର ଏବଂ ଦିବ୍ୟାଙ୍ଗ ଲୋକ ମାନଙ୍କ ନିମନ୍ତେ ସୁଲଭରେ ଉପଲବ୍ଧ ହେବା ଭଳି ପରିବର୍ତନକାରୀ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଆଇଆଇଏସ୍ ଅଧିକାରୀ ମାନଙ୍କର ଭୂମିକାର ଭୁରି ଭୁରି ପ୍ରଶଂସା କରିଥିଲେ । ସେ ନୂତନ ଗଣମାଧ୍ୟମ ପ୍ରଯୁକ୍ତି ସମୂହ, ସଂସ୍ଥା ନିର୍ମାଣ ଏବଂ ରାଜ୍ୟ ସରକାର ମାନଙ୍କ ସହିତ ସମନ୍ୱୟର ମହତ୍ୱ ଉପରେ ଆଲୋକପାତ କରିବା ସହିତ ଅନ୍ତିମ ବ୍ୟକ୍ତି ନିକଟରେ ଲାଭ ପହଂଚାଇବା ପାଇଁ ସରକାରୀ ଯୋଗାଯୋଗର ପ୍ରଭାବ କ୍ଷେତ୍ରରେ ଅଧିକ ପରିବର୍ତ୍ତନ ଆଣିବା ନିମନ୍ତେ ବିଚାର ଏବଂ ପଦକ୍ଷେପ ଗୁଡିକୁ ମଧ୍ୟ ସାମନାରେ ରଖିଥିଲେ ।

ସେ ସମସ୍ତ ଅଧିକାରୀମାନଙ୍କୁ ୧୩୦ କୋଟି ଲୋକ ମାନଙ୍କୁ ଯୋଗାଯୋଗ ରୂପରେ ନିଜର ଭୂମିକାର ମହତ୍ୱକୁ ଚିହ୍ନାଇବା ନିମନ୍ତେ ଆହ୍ୱାନ ଦେଇଥିଲେ । କେନ୍ଦ୍ର ମନ୍ତ୍ରୀ ଲୋକ ମାନଙ୍କ ନିକଟରେ ନିଜର ପହଂଚ ବଢ଼ାଇବା ନିମନ୍ତେ ସମକାଳିନ ଯୋଗାଯୋଗ ଏବଂ ଗପ କହିବାର କଳାର ମହତ୍ୱକୁ ରେଖାଙ୍କିତ କରିଥିଲେ । ସେ କହିଥିଲେ ଯେ, ସଂସ୍ଥା ନିର୍ମାଣ, ଗୋଷ୍ଠୀ ଗଠନ ଏବଂ ଅଧିକାରୀ ମାନଙ୍କର ପ୍ରେରଣା ମଧ୍ୟ ସମାନ ରୂପରେ ମହତ୍ୱପୂର୍ଣ୍ଣ ଅଟେ ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ, ଶ୍ରୀ ଅପୂର୍ବ ଚନ୍ଦ୍ରା କହିଥିଲେ କୋଭିଡ୍ – ୧୯ ମହାମାରୀ ସମୟରେ ସରକାରୀ ଯୋଗାଯୋଗ ବ୍ୟବସ୍ଥା ଲୋକ ମାନଙ୍କୁ ଆଶ୍ୱସ୍ତ କରିଥିଲା ଏବଂ ସେମାନଙ୍କ ମନରୁ ଭୟକୁ ଦୂର କରିବାରେ ସଫଳ ରହିଥିଲା । ଏହା ଟୀକାକରଣ ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଭଳି କଲ୍ୟାଣକାରୀ ପଦକ୍ଷେପ ଗୁଡିକ ସମ୍ପର୍କରେ ଲୋକ ମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିଥିଲା ।  ସେ କହିଥିଲେ ଯେ, ଅନେକ ଦେଶ ତୁଳନାରେ, ଭାରତରେ ଟୀକାକୁ ନେଇ ଦ୍ୱିଧା ନାହିଁ, ଯାହା ଫଳରେ ଏହି ୨୦୦ କୋଟି ଟୀକା ଡୋଜ୍‌ର ମାଇଲ୍ ଖୁଂଟ ହାସଲ୍ କରା ଯାଇପାରିଥିଲା ।

ପ୍ରମୁଖ ମହାନିର୍ଦ୍ଦେଶକ ଶ୍ରୀ ଜୟଦୀପ ଭଟ୍ଟନାଗର ନିଜର ମନ୍ତବ୍ୟରେ କହିଥିଲେ ଯେ, ସୂଚନା ସେବାର ମୁଖ୍ୟ ଉପାଦାନ ହେଉଛି ସଶକ୍ତିକରଣ ଏବଂ ବ୍ୟାପକତା, ନାଗରିକ କେନ୍ଦ୍ରିତ ୨୪ x ୭ ଯୋଗାଯୋଗ ବ୍ୟବସ୍ଥା, ବ୍ୟବହାର ପରିବର୍ତନକାରୀ ଯୋଗାଯୋଗ ଏବଂ ନକଲି ଓ ଭୁଲ୍ ଖବର ଗୁଡିକର ମୁକାବିଲା କରିବା ଦିଗରେ କାର୍ଯ୍ୟ କରିବା ଅଟେ ।

ଯୋଗାଯୋଗ କ୍ଷେତ୍ର ସ୍ୱାଭାବିକ ରୂପରେ ଗତିଶୀଳ ଅଟେ ବୋଲି ସ୍ୱୀକାର କରି ଏହି  ଦୁଇ ଦିବସୀୟ ସମ୍ମିଳନୀରେ ଭବିଷ୍ୟତର ଆହ୍ୱାନ ସମୂହ ଏବଂ ଅତ୍ୟାଧୁନିକ ଯୋଗାଯୋଗ ରୋଡମ୍ୟାପ୍ ଉପରେ ବିଚାର ବିମର୍ଶ କରାଯିବ । ଦୁଇ ଦିନର ଏହି ଅଧିବେଶନରେ ‘କମ୍ୟୁନିକେସନ୍ ଫର୍ ଇଣ୍ଡିଆ @୨୦୪୭’, ପ୍ରୋଜେକ୍ଟିଂ ଇଣ୍ଡିଆ ଆବ୍ରୋଡ୍ ୱିଥ୍ ଫୋକସ୍ ଅନ୍ ଜି୨୦’, ‘ଇଭଲଭିଂ ରୋଲ୍ ଅଫ୍ ଗଭର୍ଣ୍ଣମେଂଟ କମ୍ୟୁନିକେସନ’ ଭଳି ପ୍ରସଙ୍ଗ ଉପରେ ପ୍ରମୁଖ ବକ୍ତା, ଅଭିଷେକ ସିଂହ, ମାଇଁ ଗଭ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅରିନ୍ଦମ୍ ବାଗ୍‌ଚୀ, ଯୁଗ୍ମ ସଚିବ (ଏକ୍ସପି)ଏମ୍‌ଇଏ ଏବଂ ଅମିତାଭ କାନ୍ତ ସେମାନଙ୍କର ବକ୍ତବ୍ୟ ରଖିବେ।

ସମ୍ମିଳନୀର ଦ୍ୱିତୀୟ ଦିବସରେ ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୁଖ୍ୟ ଅଭିଭାଷଣ ପ୍ରଦାନ କରିବେ। ଶେଷ ଅଧିବେଶନକୁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡଃ ଏଲ୍ ମୁରୁଗନ୍ ସମ୍ବୋଧିତ କରିବେ।

ନୂଆଦିଲ୍ଲୀ ବାର୍ଷିକ ସମ୍ମିଳନୀ ବିଜ୍ଞାନ ଭବନ ଭାରତୀୟ ସୂଚନା ସେବା ଅଧିକାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ନିଟ୍ ପରୀକ୍ଷା ଦୁର୍ନୀତି ପ୍ରତିବାଦରେ ପ୍ରଦେଶ ଯୁବ କଂଗ୍ରେସର ଭୁବନେଶ୍ବରରେ ବିକ୍ଷୋଭ

May 15, 2026

Puri Rourkela Train Cancelled: ବାତିଲ ହେଲା ପୁରୀ ରାଉରକେଲା ଏକ୍ସପ୍ରେସ୍ ଟ୍ରେନ

May 15, 2026

CM Grievance Cell: ମଇ ୧୮ ଓ ୨୫ ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

May 15, 2026

ସର୍ବନିମ୍ନ ସ୍ତରରେ ଭାରତୀୟ ଟଙ୍କା

May 15, 2026
Latest News

ନିଟ୍ ପରୀକ୍ଷା ଦୁର୍ନୀତି ପ୍ରତିବାଦରେ ପ୍ରଦେଶ ଯୁବ କଂଗ୍ରେସର ଭୁବନେଶ୍ବରରେ ବିକ୍ଷୋଭ

May 15, 2026

Puri Rourkela Train Cancelled: ବାତିଲ ହେଲା ପୁରୀ ରାଉରକେଲା ଏକ୍ସପ୍ରେସ୍ ଟ୍ରେନ

May 15, 2026

CM Grievance Cell: ମଇ ୧୮ ଓ ୨୫ ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

May 15, 2026

ସର୍ବନିମ୍ନ ସ୍ତରରେ ଭାରତୀୟ ଟଙ୍କା

May 15, 2026

Odisha DA Hike Announced: ବଢିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.