Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବ ତଟ ରେଳପଥ ଦ୍ୱାରା ସ୍ମରଣୀୟ ‘ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନ’ ସପ୍ତାହ ପାଳନ
ଆଜିର ଖବର

ପୂର୍ବ ତଟ ରେଳପଥ ଦ୍ୱାରା ସ୍ମରଣୀୟ ‘ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନ’ ସପ୍ତାହ ପାଳନ

July 18, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଭାରତୀୟ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଅବସରରେ ପୂର୍ବ ତଟ ରେଳପଥ ପକ୍ଷରୁ ଜୁଲାଇ ମାସ ୧୮ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ସ୍ମରଣୀୟ ‘ଆଜାଦୀ କି ରେଳ ଗାଡି ଔର ଷ୍ଟେସନ’ ସପ୍ତାହ ପାଳନ କରାଯାଉଅଛି।  ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ରେଳପଥ ପକ୍ଷରୁ ହାତକୁ ନିଆଯାଇଅଛି। ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ରୋଡ ରେଳ ଷ୍ଟେସନରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି।

ସ୍ୱାଧୀନତା ସଂଗ୍ରାମର ବିଶାଳ ଐତିହାସିକ ପାଇକ ବିଦ୍ରୋହ ଏବଂ ଖୋର୍ଦ୍ଧା ଅଞ୍ଚଳର ଇତିହାସକୁ ମଣ୍ଡନ କରୁଥିବା ଏକ ପ୍ରଦର୍ଶନୀକୁ ଶ୍ରୀ ଶ୍ରୀବାସ୍ତବ ଉଦ୍ଘାଟନ କରିଥିବା ବେଳେ ଏହାକୁ ସ୍ମରଣୀୟ କରିବା ପାଇଁ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳର ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସର ସ୍ବେଚ୍ଛାସେବୀମାନେ ଏକ ପଥପ୍ରାନ୍ତ ନାଟକ ନାଟକ ପରିବେଷଣ କରିଥିଲେ।

ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶର ସମସ୍ତ ରେଳବାଇ ଜୋନ ଓ ରେଳ ମଣ୍ଡଳ ଦ୍ୱାରା ଆୟୋଜିତ ଦେଶବ୍ୟାପୀ ସ୍ମରଣୀୟ ‘ଆଜାଦୀ କି ରେଳ ଗାଡି ଔର ଷ୍ଟେସନ’ ସପ୍ତାହ ପାଳନ ଆଜାଦୀ କା ଅମୃତ ମହୋତ୍ସବର ଏକ ଅଂଶ। ତଦନୁସାରେ ସ୍ୱାଧୀନତା ସଂଗ୍ରାମ ସହିତ ଜଡିତ ଥିବା ଦେଶର ୭୫ ଟି ରେଳ ଷ୍ଟେସନକୁ ମନୋନୀତ କରାଯାଇଅଛି ଯେଉଁଠାରେ ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନ ଆଧାରରେ ଉପରୋକ୍ତ ଷ୍ଟେସନ ଗୁଡିକରେ ଏହି ସ୍ମରଣୀୟ ସପ୍ତାହ ପାଳନ କରାଯିବ।

ସମଗ୍ର ଦେଶରେ ମନୋନୀତ ଷ୍ଟେସନ୍ ଗୁଡିକ ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ପାଞ୍ଚଟି ଷ୍ଟେସନ୍ ମନୋନୀତ ହୋଇଛି। ସମସ୍ତ ମନୋନୀତ ଷ୍ଟେସନଗୁଡିକୁ ସପ୍ତାହ ବ୍ୟାପି ରଙ୍ଗୀନ ଆଲୋକରେ ସୁସଜ୍ଜିତ କରାଯାଇ ଆଲୋକିକରଣ କରାଯିବ। ଏହି ସମୟ ମଧ୍ୟରେ ଐତିହାସିକ ବିଷୟବସ୍ତୁକୁ ଆଧାର କରି ଷ୍ଟେସନ ମାନଙ୍କ ଠାରେ ଡିଜିଟାଲ୍ ସ୍କ୍ରିନ୍ ମାଧ୍ୟମରେ ପ୍ରଦର୍ଶିତ କରାଯିବ।

ସ୍ମରଣୀୟ ‘ଆଜାଦୀ କି ରେଳ ଗାଡି ଔର ଷ୍ଟେସନ’ ସପ୍ତାହ ଉତ୍ସବକୁ ପାଳନ କରିବା ପାଇଁ ଉପରୋକ୍ତ ଷ୍ଟେସନରେ ଦେଶଭକ୍ତି ଗୀତ, ସ୍ଥାନୀୟ ଭାଷାରେ ପଥପ୍ରାନ୍ତ ନାଟକ ମଧ୍ୟ ପରିବେଷଣ କରାଯିବ। ଷ୍ଟେସନ୍ ସମ୍ବନ୍ଧରେ କିମ୍ବା ଷ୍ଟେସନର ଇତିହାସ ସମ୍ବନ୍ଧରେ ସ୍ୱତନ୍ତ୍ର ବ୍ରାଣ୍ଡିଂ କରାଯିବ। ପୂର୍ବତଟ ରେଳପଥ ମଧ୍ୟରେ ମନୋନୀତ ଷ୍ଟେସନଗୁଡିକ ହେଉଛି ଖୋର୍ଦ୍ଧା ରୋଡ୍, କଟକ, ସାକ୍ଷୀଗୋପାଳ, ସମ୍ବଲପୁର ଏବଂ ବିଶାଖାପାଟନମ୍।

ଉଦଯାପନୀ ଦିବସରେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟଙ୍କୁ ଆମନ୍ତ୍ରଣ କରାଯାଇ ସେମାନଙ୍କ ଠାରୁ ସେମାନଙ୍କର ପରିବାରର ସ୍ୱାଧୀନତା ସଂଗ୍ରାମ ସହିତ ଜଡିତ ଥିବା କାହାଣୀକୁ ବଖାଣିବାକୁ ଅନୁରୋଧ କରାଯିବ।

ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରୟ, ରେଳପଥର ପ୍ରମୁଖ କାର୍ମୀକ ଅଧିକାରୀ ତୁଷାର କାନ୍ତି ମଣ୍ଡଳ, ପ୍ରମୁଖ ଯନ୍ତ୍ରୀ ଏନ. ଏସ. ଉଇକେ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ।

ଆଜାଦୀ କା ଅମୃତ ମହୋତ୍ସବ ପୂର୍ବ ତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

କୋରାପୁଟ ସ୍ଥିତ ସୀମା ସୁରକ୍ଷା ବଳର ହୀରକ ଜୟନ୍ତୀ ପାଳିତ

March 31, 2026

ହୋଟେଲ ଲାଇଫ୍ ଠାରେ ‘ବ୍ୟାମ୍ବୁ ଫରୱାର୍ଡ ସମିଟ୍- ଫ୍ରମ୍ ଗ୍ରାଉଣ୍ଡ ଟୁ ଗ୍ରୋଥ୍’ ଅନୁଷ୍ଠିତ

March 31, 2026

ଗତି ଶକ୍ତି ବିଶ୍ୱବିଦ୍ୟାଳୟ ଏବଂ ଡିଜିସିଏ ମଧ୍ୟରେ ରାଜିନାମା ସ୍ବାକ୍ଷରିତ

March 31, 2026

ଆଜି ମାର୍ଚ୍ଚ ୩୧ ତାରିଖ ମଙ୍ଗଳବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 31, 2026
Latest News

କୋରାପୁଟ ସ୍ଥିତ ସୀମା ସୁରକ୍ଷା ବଳର ହୀରକ ଜୟନ୍ତୀ ପାଳିତ

March 31, 2026

ହୋଟେଲ ଲାଇଫ୍ ଠାରେ ‘ବ୍ୟାମ୍ବୁ ଫରୱାର୍ଡ ସମିଟ୍- ଫ୍ରମ୍ ଗ୍ରାଉଣ୍ଡ ଟୁ ଗ୍ରୋଥ୍’ ଅନୁଷ୍ଠିତ

March 31, 2026

ଗତି ଶକ୍ତି ବିଶ୍ୱବିଦ୍ୟାଳୟ ଏବଂ ଡିଜିସିଏ ମଧ୍ୟରେ ରାଜିନାମା ସ୍ବାକ୍ଷରିତ

March 31, 2026

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026

ଆଜି ମାର୍ଚ୍ଚ ୩୧ ତାରିଖ ମଙ୍ଗଳବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.