Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଢେଙ୍କାନାଳର ହିତାଧିକାରୀମାନଙ୍କୁ ମହୁ ଚାଷ ତାଲିମ୍ ଓ ଟୁଲ୍ କିଟ୍ ପ୍ରଦାନ
ଆଜିର ଖବର

ଢେଙ୍କାନାଳର ହିତାଧିକାରୀମାନଙ୍କୁ ମହୁ ଚାଷ ତାଲିମ୍ ଓ ଟୁଲ୍ କିଟ୍ ପ୍ରଦାନ

July 21, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ହନି ମିଶନ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ସିଏସଆଇଆର – ନ୍ୟାସନାଲ୍ ବଟାନିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ଏନବିଆରଆଇ) ରଜନୀଗନ୍ଧା, ଗେଣ୍ଡୁ, ମଲ୍ଲୀ ଫୁଲ ଚାରା ପ୍ରଦାନ କରୁଛି ଓ କେଭିଆଇସି ମହୁ ଫେଣା ସହିତ ମହୁମାଛି କଲୋନୀ, ଆଇରନ୍ ଷ୍ଟାଣ୍ଡ, ଟୁଲକିଟ୍ ପ୍ରଦାନ କରୁଛି। ଏଥି ସହିତ କେଭିଆଇସି ମହୁ ଚାଷ ପାଇଁ  ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ୬ ଟି ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଙ୍କୁ ତାଲିମ  ପ୍ରଦାନ କରିଛନ୍ତି।

୧୦୦ ମହୁ ଫେଣା ସହିତ ମହୁମାଛି କଲୋନୀ, ଆଇରନ୍ ଷ୍ଟାଣ୍ଡ ଓ ୧୦ ସେଟର ଟୁଲକିଟ୍‌ କୁ ଆଜି ଢେଙ୍କାନାଳ ଜିଲ୍ଲାର ହରେକୃଷ୍ଣପୁର ଗ୍ରାମର ମା ଜେନାଦେଇ ଏସଏଚଜିକୁ ପ୍ରଦାନ କରାଯାଇଛି। ଏହା ସହିତ ୨୦୦୦ ରଜନୀଗନ୍ଧା ଚାରା ମଧ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀ ସମୀର କୁମାର ମହାନ୍ତି, ଷ୍ଟେଟ ଡାଇରେକ୍ଟର, କେଭିଆଇସି, ବି.ଏନ୍. ପଣ୍ଡା, ଆସିଷ୍ଟାଣ୍ଟ ଡାଇରେକ୍ଟର, କେଭିଆଇସି, ଡା. ଚନ୍ଦ୍ର ଶେଖର ମହାନ୍ତି, ସିନିୟର ପ୍ରିନସିପାଲ୍ ସାଇଣ୍ଟିଷ୍ଟ, ଡା. ସୌମିତ କୁମାର ବେହେରା, ସିଏସଆଇଆର – ନ୍ୟାସନାଲ୍ ବଟାନିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ଏନବିଆରଆଇ), ଲକ୍ଷ୍ମୌ ର ପ୍ରିନ୍‌ସିପାଲ୍ ସାଇଣ୍ଟିଷ୍ଟ, ମିସ୍ ଗୀତାଶ୍ରୀ ପାଢ଼ୀ, ଡେପୁଟି ଡାଇରେକ୍ଟର, ହର୍ଟିକଲଚର ଢେଙ୍କାନାଳ, ନିରୋଦ ଜେନା, ଡେପୁଟି ସିଇଓ, ଓରମାସ୍, ଢେଙ୍କାନାଳ ଓ ଚିତ୍ତରଞ୍ଜନ ପୁହାଣ, ମହୁଚାଷ ମାଷ୍ଟର ଟ୍ରେନର ଉପସ୍ଥିତ ରହିଥିଲେ।

ଶ୍ରୀଯୁକ୍ତ ମହାନ୍ତି, ଷ୍ଟେଟ ଡାଇରେକ୍ଟର, କେଭିଆଇସି କହିଛନ୍ତି ଯେ, କପିଳାଶ ବନ୍ୟଜନ୍ତୁ ଅଭୟାରଣ୍ୟର ପାଦ ଦେଶରେ ହରେକୃଷ୍ଣପୁର ଗ୍ରାମ ଅବସ୍ଥିତ। ଏଠାରେ ଅନେକ ପ୍ରକାର ଉଦ୍ଭିଦ ପ୍ରଜାତି ରହିଛନ୍ତି ଯାହାକି ମହୁଚାଷ ପାଇଁ ଅତ୍ୟନ୍ତ ଉପଯୋଗୀ। ସେ ମହୁଚାଷୀମାନଙ୍କୁ ଅଧିକ ମହୁମାଛି କଲୋନୀ ସୃଷ୍ଟି ଉପରେ ଧ୍ୟାନ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। ଶ୍ରୀମତୀ ଗୀତାଶ୍ରୀ ପାଢ଼ୀ, ଡିଡିଏଚ୍ କହିଛନ୍ତି ଯେ ଉଦ୍ୟାନକୃଷି ବିଭାଗ ହିତାଧିକାରୀଙ୍କ ଠାରୁ ରଜନୀଗନ୍ଧା ଚାରା କ୍ରୟ କରିବ ଓ ଏହାକୁ ଅନ୍ୟ ସ୍ଥାନକୁ ପ୍ରେରଣ କରାଯିବ। ଡା. ଚନ୍ଦ୍ର ଶେଖର ମହାନ୍ତି, ଏନବିଆରଆଇ କହିଛନ୍ତି ଯେ ମହୁ ଚାଷ ଓ ଫୁଲ ଚାଷର ସମନ୍ବୟ ଦ୍ବାରା ହିତାଧିକାରୀଙ୍କ ଆୟ ବୃଦ୍ଧି କରାଯାଇପାରିବ।

ସିଏସଆଇଆର ସ୍ବୟଂ ସହାୟକ ଗୋଷ୍ଠୀ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026

ବନାନ ସଂଶୋଧନ : ମତାମତ ମାଗିଲେ ସରକାର

April 22, 2026

ଝାରସୁଗୁଡା ଦେଶର ସବୁଠୁ ଉତ୍ତପ୍ତ ସହର

April 22, 2026

ଇଥାନଲ୍ ଉପରେ ନିୟମ ପରିବର୍ତ୍ତନ କଲେ ସରକାର, ମହଙ୍ଗା ବିମାନ ଯାତ୍ରା ହେବ ଶସ୍ତା !

April 22, 2026
Latest News

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026

ବନାନ ସଂଶୋଧନ : ମତାମତ ମାଗିଲେ ସରକାର

April 22, 2026

ଝାରସୁଗୁଡା ଦେଶର ସବୁଠୁ ଉତ୍ତପ୍ତ ସହର

April 22, 2026

ଇଥାନଲ୍ ଉପରେ ନିୟମ ପରିବର୍ତ୍ତନ କଲେ ସରକାର, ମହଙ୍ଗା ବିମାନ ଯାତ୍ରା ହେବ ଶସ୍ତା !

April 22, 2026

ଟ୍ରମ୍ପ ଦେଲେ ଖୁସି ଖବର: ଇରାନ ସହିତ ହୋଇପାରେ ଶାନ୍ତି ଆଲୋଚନା

April 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.