ଭୁବନେଶ୍ବରର ଏକ ଔଷଧ ଦୋକାନରେ ଭୟାବହ ଅଗ୍ନିକାଣ୍ଡ

Published: Aug 1, 2022, 1:46 pm IST

ଭୁବନେଶ୍ବର: ଆଜି ସକାଳେ ଭୁବନେଶ୍ବରର ଏକ ଔଷଧ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଘଟଣାଟି ଘଟିଛି ଭୁବନେଶ୍ବରର କେସୁରିଆ ମଙ୍ଗରାଜପୁର। ତୁରନ୍ତ ସେଠାରେ ଅଗ୍ନିଶମ ଗାଡି ପହଁଚି ନିଆଁକୁ ଆୟତ କରିଥିଲା। ନଚେତ ଯେତେ ଜୋରରେ ଏହି ନିଆଁ ବାହାରିଥିଲା ବହୁତ ବଡ ଅଘଟଣ ଘଟିବାର ସମ୍ଭାବନା ରହିଥିଲା।

ଘଟଣାରୁ ଜଣାପଡିଛି ଯେ, କେଶୁରିଆ ବଜାରରେ ଏହି ଔଷଧ ଦୋକାନଟି ଅବସ୍ଥିତ। ସକାଳେ ଲୋକେ ଦୋକାନ ଭିତରୁ ଧୂଆଁ ବାହାରୁ ଥିବାର ଲକ୍ଷ୍ୟ କରି ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଅଗ୍ନିଶମ ଗାଡି ଆସି ନିଆଁକୁ ଆୟତ କରିଥିଲା। ଏହି ଅଗ୍ନିକାଣ୍ଡ ଦ୍ବାରା ଦୋକାନରେ ଥିବା ବହୁ ଔଷଧପତ୍ର ପୋଡି ନଷ୍ଟ ହୋଇଯାଇଛି। ତେବେ ଏଥିରେ କୌଣସି ମୃତାହତ ହୋଇ ନାହାଁନ୍ତି। ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ ଘଟିଥିବାର ଅନୁମାନ କରାଯାଉଛି।

Related posts