Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶର ଶିକ୍ଷାନୁଷ୍ଠାନ ସହ ଯୋଡ଼ି ହେବା ପାଇଁ ନ୍ୟାସନାଲ ସାଇନ୍ସ ଫାଉଣ୍ଡେସନକୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ଦେଶର ଶିକ୍ଷାନୁଷ୍ଠାନ ସହ ଯୋଡ଼ି ହେବା ପାଇଁ ନ୍ୟାସନାଲ ସାଇନ୍ସ ଫାଉଣ୍ଡେସନକୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ

August 9, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର:  ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଭାରତ ସହ ସହଭାଗୀତାକୁ ଅଧିକ ସୁଦୃଢ଼ କରିବା ପାଇଁ ୟୁଏସ୍ ନ୍ୟାସନାଲ ସାଇନ୍ସ ଫାଉଣ୍ଡେସନ(ଏନଏସଏଫ) ଇଚ୍ଛା ପ୍ରକାଶ କରିଛି। ଆଜି ନୂଆଦିଲ୍ଲୀ ଠାରେ ଏନଏସଏଫର ନିର୍ଦ୍ଦେଶକ ଡ଼ ସେଥୁରମଣ ପଞ୍ଚନାଥନ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଏହି ବିଷୟରେ ଅବଗତ କରାଇଛନ୍ତି।   

ଏହି ଆଲୋଚନା କାଳରେ ଉଭୟ ପକ୍ଷର ବିଭିନ୍ନ କ୍ଷେତ୍ରରେ ଥିବା ଆଗ୍ରହ, ଏବଂ ଜାତୀୟ ଶିକ୍ଷା ନୀତି ୨୦୨୦ ଅନ୍ତର୍ଗତ ଏସଟିଇଏମ ଶିକ୍ଷା ତଥା ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ, ଗଣିତ ତଥା ଚାହିଦା ଥିବା ବିଭିନ୍ନ କ୍ଷେତ୍ରରେ ପାଠ୍ୟକ୍ରମ ଉପରେ ଆଲୋଚନା କରିଥିଲେ।  ଏହି ବୈଠକରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତର ଶକ୍ତି ହେଉଛି ଯୁବବର୍ଗ ଏବଂ ଏକ ସୁଦୃଢ଼ ଜ୍ଞାନର ମୂଳଦୁଆ। ଦେଶର କୋଣ ଅନୁକୋଣରେ ଥିବା ଶିକ୍ଷାନୁଷ୍ଠାନରେ ଅନେକ ପ୍ରତିଭା ରହିଛି ଏବଂ ଏହି ପ୍ରତିଭାକୁ ଚିହ୍ନି ଆଗକୁ ନେବାର ଆବଶ୍ୟକତା ରହିଛି। ଏହି ଦିଗରେ ଦେଶରେ ଥିବା ଏନଆଇଟି, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ରାଜ୍ୟ ବିଶ୍ୱବିଦ୍ୟାଳୟଙ୍କ ସହ ଅଧିକରୁ ଅଧିକ କାର୍ଯ୍ୟ କରିବା ପାଇଁ ଏନଏସଏଫକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି ଶିକ୍ଷା କ୍ଷେତ୍ର, ଔପଚାରିକ ଏବଂ ଅନୌପଚାରିକ ଦକ୍ଷତା କ୍ଷେତ୍ର ସହ ସଂଶ୍ଲିଷ୍ଟ ଥିବା ଯୁବ ବର୍ଗଙ୍କୁ ଏକବିଂଶ ଶତାବ୍ଦୀର ଆହ୍ୱାନକୁ ସାମ୍ନା କରିବା ପାଇଁ ଗୁଣାତ୍ମକ ଶିକ୍ଷା ଏବଂ ଦକ୍ଷତା ବିକାଶର ସମାନ ସୁଯୋଗ ପ୍ରଦାନ କରିବା ହେଉଛି ଆମ ସରକାରର ପ୍ରାଥମିକତା ଏବଂ ଦାୟିତ୍ୱ। ଏନଏସଏଫ ସହ କାର୍ଯ୍ୟ କରିବା ପାଇଁ ଏକ ଫ୍ରେମଓ୍ୱାର୍କ ପ୍ରସ୍ତୁତ କରିବାକୁ ଶ୍ରୀ ପ୍ରଧାନ ଶିକ୍ଷା ମନ୍ତ୍ରଣାଳୟ, ଅଖିଳ ଭାରତୀୟ ଶିକ୍ଷା ପରିଷଦ (ଏଏଆଇସିଟିଇ) କୁ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀ ପଞ୍ଚନାଥନ କହିଛନ୍ତି ଯେ ଭାରତ ଭଳି ଆମେରିକା ସରକାର ମଧ୍ୟ ଗୁଣାତ୍ମକ ଶିକ୍ଷାକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବା ପାଇଁ ଗୁରୁତ୍ୱ ଦେଉଛି। ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଏନଏସଏ ଭାରତରେ ଥିବା ଶିକ୍ଷାନୁଷ୍ଠାନ ସହ ସହଭାଗୀ ହୋଇ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ପ୍ରୋତ୍ସାହନ ଦେବା ପାଇଁ କାର୍ଯ୍ୟ କରିବ।

ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଇରାନ ଯୁଦ୍ଧ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି !

May 20, 2026

ପୁରା ଗାଁ ମିଶି ମାରିଦେଲେ : ଯୁବକଙ୍କୁ ପିଟିପିଟି ହତ୍ୟା

May 20, 2026

ବେଆଇନ ପଥର ଖଣିରେ ରେଡ

May 20, 2026

୯୯୩ କୋଟି ଟଙ୍କାର ଆରାକୋନମ-ଚେଙ୍ଗାଲପଟୁ ଦୋହରୀକରଣ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

May 20, 2026
Latest News

ଇରାନ ଯୁଦ୍ଧ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି !

May 20, 2026

ପୁରା ଗାଁ ମିଶି ମାରିଦେଲେ : ଯୁବକଙ୍କୁ ପିଟିପିଟି ହତ୍ୟା

May 20, 2026

ବେଆଇନ ପଥର ଖଣିରେ ରେଡ

May 20, 2026

୯୯୩ କୋଟି ଟଙ୍କାର ଆରାକୋନମ-ଚେଙ୍ଗାଲପଟୁ ଦୋହରୀକରଣ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

May 20, 2026

ଆଜି ମହାପ୍ରଭୁଙ୍କ ବନକଲାଗି

May 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.