ପାକିସ୍ତାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ବସ୍ ଏବଂ ଟ୍ୟାଙ୍କର୍ ଧକ୍କାରେ ୨୦ ମୃତ

Published: Aug 16, 2022, 11:29 am IST

ନୂଆଦିଲ୍ଲୀ: ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଖବର ପାକିସ୍ତାନରୁ ଆସୁଛି। ପାକିସ୍ତାନୀ ଖବରକାଗଜ ଅନୁଯାୟୀ ଏହି ସଡ଼କ ଦୁର୍ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି। ତେଲ ଭର୍ତ୍ତି ଏକ ଟ୍ୟାଙ୍କର୍ ସହିତ ଏକ ବସ୍ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ମୁହାଁମୁହିଁ ଧକ୍କା ହେବା ମାତ୍ରେ ଟ୍ୟାଙ୍କର୍ ଏବଂ ବସ୍ ରେ ନିଆଁ ଲାଗିଯାଇଥିଲା। ଏହି ଘଟଣା ପରେ ଅଗ୍ନିଶମ ବାହିନୀ ଦଳ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଦୁର୍ଘଟଣାରେ ୨୦ ଜଣଙ୍କ ଜୀବନ ରକ୍ଷା କରିବାରେ ବିଫଳ ହୋଇଥିଲେ।

Related posts