Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶିକ୍ଷା ଓ ଗବେଷଣା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ସୋଆ ଏବଂ ସିଫା ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
ଆଜିର ଖବର

ଶିକ୍ଷା ଓ ଗବେଷଣା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ସୋଆ ଏବଂ ସିଫା ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

August 24, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଆଇସିଏଆର୍‌-ସେଂଟ୍ରାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫ୍ରେଶ୍‌ୱାଟର୍ ଆକ୍ୱାକଲ୍‌ଚର୍ (ସିଫା) ମଧ୍ୟରେ ବିଭିନ୍ନ ବିଷୟରେ ଶିକ୍ଷା ପ୍ରଦାନ ଓ ଗବେଷଣା ନିମନ୍ତେ ବୁଧବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ହର୍ବାଲ୍ ବାୟୋମେଡିସିନ୍‌ସ, ନାନୋଟେକ୍ନୋଲୋଜି, ମେରାଇନ୍ ଆଣ୍ଡ ଫ୍ରେଶ୍ ୱାଟର୍ ଇକୋ ସିଷ୍ଟମ୍ସ, ଆଂଟି-ମାଇକ୍ରୋବାଇଆଲ୍ ରେଜିଷ୍ଟାନ୍ସ, ଇମ୍ୟୁନୋଲୋଜି ଆଣ୍ଡ ଟ୍ରାନ୍ସଲେସ୍‌ନାଲ୍ ମେଡିସିନ୍ ରିସର୍ଚ୍ଚ ଇତ୍ୟାଦି କ୍ଷେତ୍ରରେ ଦୁଇଟି ଅନୁଷ୍ଠାନ ମଧ୍ୟରେ ଶିକ୍ଷା ଓ ଗବେଷଣା କାର୍ଯ୍ୟ କରାଯିବ।
ସୋଆର ଉପ-କୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଏବଂ ଆଇସିଏଆର୍‌-ସିଫାର ନିର୍ଦ୍ଦେଶକ ଡକ୍ଟର ସରୋଜ କୁମାର ସ୍ୱାଇଁ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ।

ଏହି ଅବସରରେ ସୋଆ ରେଜିଷ୍ଟ୍ରାର ପ୍ରଫେସର ପ୍ରଧାନ ଏହି ଏମ୍‌ଓୟୁ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ଉଚ୍ଚମାନର କାର୍ଯ୍ୟ ସମ୍ପାଦିତ ହୋଇପାରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି।
ଏହି ଅବସରରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ବିଜୟ କୁମାର ସାହୁ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ୍‌, ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ସୁଦାମ ଚରଣ ସି, ଫାର୍ମସ୍ୟୁଟିକ୍ସ ବିଭାଗର ପ୍ରଫେସର ଗୈାତମ ରଥ ଓ ଡକ୍ଟର ବିନୀତ କୁମାର ରାଏ, ଫାର୍ମାକଗ୍ନୋସି ବିଭାଗର ପ୍ରଫେସର ଗୌତମ ଘୋଷ, ଫାର୍ମାକଲୋଜି ବିଭାଗର ପ୍ରଫେସର ଦୁର୍ଗାମାଧବ କର ଓ ଡକ୍ଟର ବିଶ୍ୱନାଥ କର ଏବଂ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପ୍ରଫେସର ସନ୍ତୋଷ କୁମାର ସ୍ୱାଇଁ ଏବଂ ଡକ୍ଟର ଦେବସ୍ମିତା ଦୁବେ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ସେହିପରି ଆଇସିଏଆର୍‌-ସିଫା ପକ୍ଷରୁ ଫିସ୍ ଜେନେଟିକ୍ସ ଆଣ୍ଡ ବାୟୋଟେକ୍ନୋଲୋଜି ଡିଭିଜନ୍‌ର ମୁଖ୍ୟ ଡକ୍ଟର ପରମାନନ୍ଦ ଦାସ, ପ୍ରିନ୍ସିପାଲ୍ ସାଇନ୍‌ଟିଷ୍ଟ ଡକ୍ଟର ମୃଣାଲ୍ ସାମନ୍ତ ଏବଂ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ସହିତ ଆଇସିଏଆର୍‌-ସିଫାର କର୍ତୃପକ୍ଷ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଥିଲେ।

ବୁଝାମଣା ସ୍ୱାକ୍ଷରିତ ଶିକ୍ଷା ଓ ଅନୁସନ୍ଧାନ ଶିକ୍ଷା ଓ ଗବେଷଣା
Share. Facebook Twitter LinkedIn Email WhatsApp Copy Link

Related Posts

ବିସ୍ତୃତ ରାଶିଫଳ: ଜୁନ ୩୦ ତାରିଖ ମଙ୍ଗଳବାରରେ ଏହି ସାତୋଟି ରାଶିର ବ୍ୟକ୍ତି ହେବେ ମାଲେମାଲ

June 30, 2026

ପେଟ୍ରୋଲ ଓ ଡିଜେଲ ବିକ୍ରି ଏବଂ ବଣ୍ଟନ ଉପରେ ଅସ୍ଥାୟୀ କଟକଣା ପ୍ରତ୍ୟାହୃତ

June 30, 2026

ସଂଶୋଧିତ ପୁସ୍ତକ ଯୋଗାଇ ଦିଆଯିବ – ମନ୍ତ୍ରୀ

June 29, 2026

ବାଣପୁରରେ ଯୁବକଙ୍କ ମୃତ୍ୟୁ ମାମଲା: ହେପାଜତ ହିଂସା ଅଭିଯୋଗକୁ ଖଣ୍ଡନ କଲା ପୋଲିସ, ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା

June 29, 2026
Latest News

ବିକଶିତ ଗ୍ରାମ-ବିକଶିତ ଭାରତ’ ପାଇଁ ପ୍ରସ୍ତୁତ ହେଲା ସହଭାଗୀ ରୋଡମ୍ୟାପ୍

June 30, 2026

ବିସ୍ତୃତ ରାଶିଫଳ: ଜୁନ ୩୦ ତାରିଖ ମଙ୍ଗଳବାରରେ ଏହି ସାତୋଟି ରାଶିର ବ୍ୟକ୍ତି ହେବେ ମାଲେମାଲ

June 30, 2026

ପେଟ୍ରୋଲ ଓ ଡିଜେଲ ବିକ୍ରି ଏବଂ ବଣ୍ଟନ ଉପରେ ଅସ୍ଥାୟୀ କଟକଣା ପ୍ରତ୍ୟାହୃତ

June 30, 2026

ସଂଶୋଧିତ ପୁସ୍ତକ ଯୋଗାଇ ଦିଆଯିବ – ମନ୍ତ୍ରୀ

June 29, 2026

ବାଣପୁରରେ ଯୁବକଙ୍କ ମୃତ୍ୟୁ ମାମଲା: ହେପାଜତ ହିଂସା ଅଭିଯୋଗକୁ ଖଣ୍ଡନ କଲା ପୋଲିସ, ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା

June 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.