Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚଳିତ ବନ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି, କହିଲା ଏପରି କଥା
ଜାତୀୟ ଖବର

ଚଳିତ ବନ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି, କହିଲା ଏପରି କଥା

September 1, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚଳିତ ବନ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି, କହିଲା ଏପରି କଥା

ଭୁବନେଶ୍ବର: ଚଳିତ ବର୍ଷ ବନ୍ୟା ସଂପୂର୍ଣ୍ଣ ଭାବେ ମନୁଷ୍ୟକୃତ ଏବଂ ରାଜ୍ୟ ସରକାର ଚାହିଁଥିଲେ ଏହାକୁ ରୋକି ପାରିଥାନ୍ତେ। ହୀରାକୁଦ ବନ୍ଧର ଉପର ଓ ତଳ ଅଂଚଳରେ ଜଳ ପରିଚାଳନାରେ ବିଫଳତା କାରଣରୁ ଚଳିତ ବନ୍ୟା ଭୟଙ୍କର ହୋଇ ପଡିଥିଲା। ସେହିପରି ବନ୍ୟା ପରବର୍ତୀ ସ୍ଥିତିର ପରିଚାଳନା ପାଇଁ ମଧ୍ୟ ରାଜ୍ୟ ସରକାର ବିଫଳ।

ସାଧାରଣ ମଣିଷପଣିଆ ଭୁଲିଯାଇଥିବା ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ଜୀବନ ସହିତ ଖେଳିଛନ୍ତି। ବନ୍ୟା ପୀଡିତଙ୍କ ପାଖରେ ନାଁ ପ୍ରଶାସନ ଓ ମନ୍ତ୍ରୀ, ନେତା ଓ ରାଜ୍ୟ ସରକାର ମଧ୍ୟ ପଂହଚି ନାହାନ୍ତି। ବିପର୍ଯ୍ୟୟ ପରେ ବିପର୍ଯ୍ୟୟ ଡାକିଆଣିବାର ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି। କୃଷିମନ୍ତ୍ରୀ କହିଲେ ୭ ଦିନରେ ରିପୋର୍ଟ ଆସିବ ଏବଂ ମୁଖ୍ୟମନ୍ତ୍ରୀ କହିଲେ ୧୫ ଦିନରେ କ୍ଷତିପୂରଣ ପ୍ରଦାନ କରାଯିବ। କିନ୍ତୁ ବର୍ତମାନ ସୁଦ୍ଧା ପ୍ରକୃତ କ୍ଷୟକ୍ଷତି ଆକଳନ କରିବାକୁ ପ୍ରଶାସନ ପହଂଚିବାରେ ବିଫଳ ହୋଇଛି ବୋଲି ଅଭିଯୋଗ କରାଯାଇଛି।

ଘୋଷଣା ସର୍ବସ୍ୱ ରାଜ୍ୟ ସରକାର ଅତୀତରେ ଘଟିଯାଇଥିବା ଫନୀ, ହୁଡ୍ ହୁଡ୍‌, ୟଶ ବାତ୍ୟା ସହାୟତା ଅର୍ଥକୁ ରାଜ୍ୟ ସରକାର କାହିଁକି ଦେଇନାହାନ୍ତି ? ସାଧାରଣ ଲୋକଙ୍କ ଜୀବନ ନେବାର ଅଧିକାର ରାଜ୍ୟ ସରକାରଙ୍କୁ କିଏ ଦେଲା? କେନ୍ଦ୍ର ଆବାସ ଯୋଜନାକୁ କାହିଁକି ରାଜ୍ୟ ସରକାର ବାଟମାଣା କରୁଛନ୍ତି ? କାହିଁକି ବନ୍ୟା ପୀଡିତଙ୍କ ପ୍ରତି ରାଜ୍ୟ ସରକାର କଞ୍ଜୁସି କରୁଛନ୍ତି ? ଏହା ଦ୍ୱାରା ରାଜ୍ୟ ସରକାର ସାମାଜିକ ଅପରାଧ କରିଛନ୍ତି ବୋଲି କହିବା ସହିତ ରାଜ୍ୟ ସରକାର ଯଥାଶୀଘ୍ର କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଓ ଋଣ ଦେବାକୁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଶ୍ରୀ ମନମୋହନ ସାମଲ ଦାବି କରିଛନ୍ତି।

ପ୍ରତ୍ୟେକ ବର୍ଷ ବନ୍ଦ ମରାମତି ଲାଗି ରାଜ୍ୟ ସରକାର ମିଛ ବିଲ୍ ପ୍ରସ୍ତୁତ କରି ଖର୍ଚ୍ଚ ଦେଖାଉଛନ୍ତି। କୌଣସି ନଦୀବନ୍ଦ କି ପୋଲର ମରାମତି ପାଇଁ କୌଣସି ଜାଗାରେ ମୁଠାଏ ମାଟି ରାଜ୍ୟ ସରକାର ପକାଇ ନଥିବାର ଗ୍ରାଉଣ୍ଡ ଜିରୋ ଅନୁଧ୍ୟାନ ସମୟରେ ସ୍ପଷ୍ଟ ଜଣାପଡିଥିଲା। ରାଜ୍ୟ ସରକାରଙ୍କ ବନ୍ୟା ନିୟନ୍ତ୍ରଣ ଲାଗି ଯୋଜନା ପ୍ରସ୍ତୁତ କରିନାହାନ୍ତି। ନଦୀ ସଂଯୋଗୀକରଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ବିରୋଧ କରୁଛନ୍ତି ? ଓଡ଼ିଶାରେ କାହିଁକି ରାଜ୍ୟ ସରକାର ବ୍ୟାରେଜ ନିର୍ମାଣ କରୁନାହାନ୍ତି ଏହାର ଜବାବ ରଖିବାକୁ ଶ୍ରୀ ସାମଲ ଦାବୀ କରିଛନ୍ତି।

ଚଳିତ ବନ୍ୟା ରାଜ୍ୟ ସରକାରଙ୍କ ଅପାରଗତା, ଦାୟୀତ୍ୱହୀନତା, ସମ୍ବେଦନହୀନତା ଆଦିକୁ ପଦାରେ ପକାଇଛି ଏବଂ ଚାର୍ଜସିଟ୍‌କୁ ନେଇ ଲୋକଙ୍କ ପାଖକୁ ବିଜେପି ଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି। ଏହି ଅବସରରେ ରାଜ୍ୟ ମୁଖପାତ୍ର ଓ ପୂର୍ବତମ ବିଧାୟକ ଶ୍ରୀ ରମାରଞ୍ଜନ ବଳିୟାରସିଂହ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ ଏବଂ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ଓଡିଶା ବନ୍ୟା ବନ୍ୟା ରାଜ୍ୟ ବିଜେପି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ବାର୍ଦ୍ଧକ୍ୟ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

September 28, 2026

ପଦକ ବିନା ଫେରିବେ ମନୁ ଭାକର: ବିଶ୍ୱ ରେକର୍ଡଧାରୀ ଇଶା ସିଂହ ଜିତିଲେ ରୌପ୍ୟ

September 28, 2026

ଗେଷ୍ଟହାଉସରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ୪ ଅଭିଯୁକ୍ତ ଗିରଫ

September 28, 2026

Maa Tara Tarini Temple: ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂ

September 28, 2026
Latest News

ବାର୍ଦ୍ଧକ୍ୟ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

September 28, 2026

ପଦକ ବିନା ଫେରିବେ ମନୁ ଭାକର: ବିଶ୍ୱ ରେକର୍ଡଧାରୀ ଇଶା ସିଂହ ଜିତିଲେ ରୌପ୍ୟ

September 28, 2026

ଗେଷ୍ଟହାଉସରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ୪ ଅଭିଯୁକ୍ତ ଗିରଫ

September 28, 2026

Maa Tara Tarini Temple: ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂ

September 28, 2026

UPI ମାମଲା: RBI ଏବଂ କେନ୍ଦ୍ରକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

September 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.