Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏଣିକି ଓଡିଶାର ସାଂସ୍କୃତିକ ଦଳ ଅନଲାଇନରେ କରିପାରିବେ ପଂଜିକରଣ, ବ୍ୟବସ୍ଥାର ଶୁଭାରମ୍ଭ
ବିଶେଷ ଖବର

ଏଣିକି ଓଡିଶାର ସାଂସ୍କୃତିକ ଦଳ ଅନଲାଇନରେ କରିପାରିବେ ପଂଜିକରଣ, ବ୍ୟବସ୍ଥାର ଶୁଭାରମ୍ଭ

September 7, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଏଣିକି ଓଡିଶାର ସାଂସ୍କୃତିକ ଦଳ ଅନଲାଇନରେ କରିପାରିବେ ପଂଜିକରଣ, ବ୍ୟବସ୍ଥାର ଶୁଭାରମ୍ଭ

ଭୁବନେଶ୍ବର: ରାଜ୍ୟ ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗରେ କମ୍ପୁଟରୀକୃତ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥାର ଆଜି ଶୁଭାରମ୍ଭ ହୋଇଛି। ଏହି ବ୍ୟବସ୍ଥା ଫଳରେ ଏଣିକି ବିଭିନ୍ନ ଉତ୍ସବରେ ସାସ୍କୃତିକ କାର‌୍ୟ୍ୟକ୍ରମ ପାଇଁ ସଂସ୍କୃତି ବିଭାଗକୁ ଆବେଦନ କରୁଥିବା ଅନୁଷ୍ଠାନ ଓ ବିଭିନ୍ନ ଉତ୍ସବରେ ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଷଣ କରିବାକୁ ଇଚ୍ଛୁକ ଥିବା ସାଂସ୍କୃତିକ ଦଳଙ୍କ ପାଇଁ ମନୋନୟନ କାର‌୍ୟ୍ୟ ସହଜ ହେବ।

କାର୍ଯ୍ୟକ୍ରମରେ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗଦେଇ ଆଜି ଏହି କମ୍ପୁଟରୀକୃତ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଏହି ବ୍ୟବସ୍ଥାରେ କମ୍ପୁଟରଯୋଗେ ଆବଶ୍ୟକ ତଥ୍ୟ ଭରିବା ପରେ କିପରି କାର୍ଯ୍ୟାଦେଶ ସ୍ୱୟଂକ୍ରିୟ ଭାବେ ସୃଷ୍ଟି ହୋଇପାରୁଛି ତାହା ଅନୁଧ୍ୟାନ କରିବା ସହ ବ୍ୟବସ୍ଥାର ସାଂସ୍କୃତିକ କାର‌୍ୟ୍ୟକ୍ରମ ପାଇଁ ଆବେଦନ କରିଥିବା ଆରାଧନା ନୃତ୍ୟ ଏକାଡେମୀ ,ସୁନ୍ଦରପଦା ଏବଂ କାର‌୍ୟ୍ୟକ୍ରମ ପରିବେଷଣ କରିବାକୁ ଥିବା ଓମକାର ଭଜନ ସଂଧ୍ୟା ଅନୁଷ୍ଠାନକୁ କାର‌୍ୟ୍ୟାଦେଶ ପ୍ରଦାନ କରି ମନ୍ତ୍ରୀ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଯେ, ବିଜ୍ଞାନ ଓ ବୈଷୟିକ ବିଜ୍ଞାନ କ୍ଷେତ୍ରରେ ଦିନକୁ ଦିନ ବ୍ୟାପକ ପରିବର୍ତ୍ତନ ଘଟୁଛି। ଏହାର ବ୍ୟବହାର ଜାଣିବା ଏବେ ସମସ୍ତଙ୍କ ପାଇଁ ଅପରିହାର‌୍ୟ୍ୟ ହୋଇପଡିଛି। ସେହିପରି ସଂସ୍କୃତି ବିଭାଗରେ ସାଂସ୍କୃତିକ ଦଳ ମାନଙ୍କ ପାଇଁ ଅନ୍ ଲାଇନ୍ ବ୍ୟବସ୍ଥାରେ ବିଭିନ୍ନ କାର୍ଯ୍ୟକ୍ରମପରିଚାଳନା କାଗଜପତ୍ର ବ୍ୟବହାର ଓ ସମୟର କମ୍ ଉପଯୋଗ ହେବା ସାଙ୍ଗକୁଏହା କାର‌୍ୟ୍ୟରେ ସ୍ୱଚ୍ଛତା ଆଣିବାରେ ଅଧିକ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ।

ଆମ ରାଜ୍ୟରେ ପ୍ରାୟ ପାଂଚ ହଜାରରୁ ଊର୍ଦ୍ଧ୍ୱ ସାଂସ୍କୃତିକ ଦଳ ବିଭାଗରେ ସେମାନଙ୍କର ଅନୁଷ୍ଠାନ ପଞ୍ଜୀକୃତ କରିଛନ୍ତି। ଉଭୟ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଆବେଦନ କରୁଥିବା ଅନୁଷ୍ଠାନ ଓ କାର‌୍ୟ୍ୟକ୍ରମ ପରିବେଷଣ କରୁଥିବା ଅନୁଷ୍ଠାନମାନେ ଏହାଦ୍ୱାରା ଉପକୃତ ହେବା ସହିତ ଜନସାଧାରଣଙ୍କ ନିକଟରେ ଏହାର ସୁଫଳ ଯେପରି ନ୍ୟାୟପୂର୍ଣ୍ଣ ଉପାୟରେ ଖୁବ୍ ଶୀଘ୍ର ପହଁଚିବ, ଏହା ଉପରେ ମନ୍ତ୍ରୀ ଶ୍ରୀ ପାତ୍ର ଗୁରୁତ୍ୱାରୋପ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢୀ ଯୋଗଦେଇ କହିଲେ ଯେ, ଏହି ବ୍ୟବସ୍ଥା ଅନୁସାରେ ଇଚ୍ଛୁକ ଥିବା ସାଂସ୍କୃତିକ ଅନୁଷ୍ଠାନ ମାନେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଜରିଆରେ ସେମାନଙ୍କର ନାମ ପଞ୍ଜିକରଣ କରିଛନ୍ତି। ସାସ୍କୃତିକ ଅନୁଷ୍ଠାନମାନେ ଏକ ହଜାର ଟଙ୍କା ଦେଇ ପ୍ରଥମେ ନିଜ ଅନୁଷ୍ଠାନର ନାମ ଓ ସେମାନଙ୍କର କାର‌୍ୟ୍ୟାବଳୀ ସଂପର୍କରେ ଅନ୍ ଲାଇନ୍ ଯୋଗେ ପଂଜୀକରଣ କରିଛନ୍ତି। ପଂଜୀକୃତ ଅନୁଷ୍ଠାନଗୁଡିକର ନିୟମିତ ଅଡିସନ କରାଯାଉଛି।

ଯୋଗ୍ୟ ବିବେଚିତ ଅନୁଷ୍ଠାନଗୁଡିକୁ କାର‌୍ୟ୍ୟକ୍ରମ ପରିବେଷଣ ପାଇଁ ଚୂଡାନ୍ତ ତାଲିକାରେ ରଖାଯାଉଛି ଓ ଚୟନ ହୋଇନଥିବା ଅନୁଷ୍ଠାନଗୁଡିକୁ ପରବର୍ତ୍ତୀ ସମୟରେ ଭଲ ପ୍ରଦର୍ଶନ କରିବା ପରେ ସୁଯୋଗ ରହିଛି। ଅଦ୍ୟାବଧି ପ୍ରାୟ ୧୬୦୦ରୁ ଊର୍ଦ୍ଧ୍ୱ ସାଂସ୍କୃତିକ ଅନୁଷ୍ଠାନ ବିଭିନ୍ନ କାର‌୍ୟ୍ୟକ୍ରମରେ ଯୋଗଦେବା ପାଇଁ ନାମ ଚୟନ ହୋଇସାରିଛି। ଏହି ବ୍ୟବସ୍ଥା ଅନୁସାରେ କ୍ରମାନ୍ୱୟରେ ଗୋଟିଏ ଅନୁଷ୍ଠାନ ବା ସାଂସ୍କୃତିକ ଦଳକୁ କାର‌୍ୟ୍ୟକ୍ରମ ଦିଆନଯାଇ ନିୟମିତ ଆବର୍ତ୍ତନ ଭିତ୍ତିରେ କାର‌୍ୟ୍ୟକ୍ରମ ଦିଆଯିବ।

ଏହାଦ୍ୱାରା ସାଂସ୍କୃତିକ ଦଳ ପରିଚାଳନାରେ ସମାନତା, ସ୍ୱଚ୍ଛତା ଓ ସୁବିଧାଜନକ ହେବ। ଏଥି ସହିତ ଉଭୟ ଅନୁଷ୍ଠାନ ପାଇଁ ମତାମତ ସଂଗ୍ରହ ବ୍ୟବସ୍ଥା ରହିଛି। ତତ୍ ସହିତ ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଷଣ କରିଥିବା ଅନୁଷ୍ଠାନୁଗୁଡିକୁ ଶୀଘ୍ର ପ୍ରାପ୍ୟ ପ୍ରଦାନରେ ସହଜ ହେବ। ଏହି ବ୍ୟବସ୍ଥା କେବଳ ବ୍ୟକ୍ତିକୈନ୍ଦ୍ରିକ ନହୋଇ ଜନସାଧାରଣଙ୍କ ସାମଗ୍ରିକ ସୁବିଧା ପାଇଁ ସହଜ ହୋଇଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ କହିଥିଲେ। କାର୍ଯ୍ୟକ୍ରମରେ ବିଭାଗର ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ଯୋଗଦେଇ କହିଲେ ଯେ, ବାରମାସରେ ବିଭିନ୍ନ ସମୟରେ ଓଡିଶାରେ ପର୍ବପର୍ବାଣୀ ପାଳିତ ହେଉଥିବା ବେଳେ ବିଭିନ୍ନ ସମୟରେ ଆୟୋଜକ କମିଟିମାନେ ସଂସ୍କୃତି ବିଭାଗରୁ ସାଂସ୍କୃତିକ ଦଳ ପାଇବା ନିମନ୍ତେ ତଥ୍ୟଗତ ଅଭାବରୁ ଠିକ୍ ସମୟରେ ସୁଯୋଗ ପାଇପାରନ୍ତି ନାହିଁ।

ଏହି ବ୍ୟବସ୍ଥା ଫଳରେ ସାଂସ୍କୃତିକ କାର‌୍ୟ୍ୟକ୍ରମ ପାଇଁ ଆବେଦନକାରୀ ଅନୁଷ୍ଠାନ ଓ ସବୁ କଳାକାର କଳା ପ୍ରଦର୍ଶନର ସମାନ ସୁଯୋଗ ପାଇପାରିବେ ବୋଲି ଶ୍ରୀ ଦାସ କହିଥିଲେ। କାର‌୍ୟ୍ୟକ୍ରମରେ ଲୁମିନସ ଇନଫୋଓ୍ୱେଜ୍ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ତନ୍ମୟ ମହାନ୍ତି ଯୋଗଦେଇ ପାୱାର ପଏଣ୍ଟ ମାଧ୍ୟମରେ ଏହି ଅନ୍ ଲାଇନ୍ କମ୍ପୁଟରୀକୃତ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା ସଂପର୍କରେ ବିଶଦ୍ ଭାବେ ବୁଝାଇଥିଲେ।

ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ କୁମାର ଆଚାଯ୍ୟ ଧନ୍ୟବାଦ ଅର୍ପଣ ପୂର୍ବକ ସ୍ୱଚ୍ଛତା ଅବଲମ୍ବନ କରି ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିଚାଳନା ବ୍ୟବସ୍ଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର‌୍ୟ୍ୟକ୍ରମର ଅନ୍ତର୍ଭୁକ୍ତ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଆ ବିଭାଗର ଉପ ଶାସନ ସଚିବ ଶ୍ରୀ ସଂଜୟ କୁମାର ମିଶ୍ରଙ୍କ ସମେତ ସମେତ ବିଭାଗର ବିଭିନ୍ନ ଶାଖାର ଉଚ୍ଚ କର୍ତ୍ତୃପକ୍ଷ, ସମସ୍ତ ପଦାଧିକାରୀ, କର୍ମଚାରୀ, ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।ଓଡିଆ ଭାଷା ପ୍ରତିଷ୍ଠାନର କାର‌୍ୟ୍ୟକ୍ରମ ସଂଯୋଜକ ଡଃ. ଫଣୀନ୍ଦ୍ର ଭୂଷଣ ନନ୍ଦ କାର‌୍ୟ୍ୟକ୍ରମ ସଂଯୋଜନା କରିଥିଲେ ।

ସାଂସ୍କୃତିକ ଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ସ୍ୱତନ୍ତ୍ର: ଜାଣନ୍ତୁ କ’ଣ ରହିଛି ଏହାର ପରମ୍ପରା?

December 16, 2025

ସୋଆ ପକ୍ଷରୁ ପଠାଣି ସାମନ୍ତଙ୍କ ୧୯୦ତମ ଜନ୍ମଜୟନ୍ତୀ ପାଳିତ

December 15, 2025

୨୭ତମ ଖୋର୍ଦ୍ଧା ଜିଲ୍ଲା ଭାରତ ସ୍କାଉଟ୍ ଗାଇଡ୍ କ୍ୟାମ୍ପୋରି ଉଦଘାଟିତ

December 15, 2025

ଓଡ଼ିଶା ପୁଲିସକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ନୂତନ ୱେବସାଇଟ୍‌କୁ ଲୋକାର୍ପଣ କଲେ ଡିଜିପି

December 15, 2025
Latest News

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ସ୍ୱତନ୍ତ୍ର: ଜାଣନ୍ତୁ କ’ଣ ରହିଛି ଏହାର ପରମ୍ପରା?

December 16, 2025

ଆଜି ୧୬ ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

December 16, 2025

ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି

December 15, 2025

ସୋଆ ପକ୍ଷରୁ ପଠାଣି ସାମନ୍ତଙ୍କ ୧୯୦ତମ ଜନ୍ମଜୟନ୍ତୀ ପାଳିତ

December 15, 2025

୨୭ତମ ଖୋର୍ଦ୍ଧା ଜିଲ୍ଲା ଭାରତ ସ୍କାଉଟ୍ ଗାଇଡ୍ କ୍ୟାମ୍ପୋରି ଉଦଘାଟିତ

December 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.