Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଶାସନ ଶୁଣିଲାନି, ଗାଁ ଲୋକେ ମିଶି ତିଆରି କଲେ ତିନୋଟି କାଠ ପୋଲ
ଆଜିର ଖବର

ପ୍ରଶାସନ ଶୁଣିଲାନି, ଗାଁ ଲୋକେ ମିଶି ତିଆରି କଲେ ତିନୋଟି କାଠ ପୋଲ

September 9, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ସରକାର ଗାଁ ମାନଙ୍କର ବିକାଶ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏଥି ସକାଶେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କୌଣସି କାମରେ ଆସୁନି। ରାଜନୈତିକ ନେତା ମାନେ ଗାଁ କୁ ଗାଁ ଯାଇ ଅଭାବ ଅସୁବିଧା ସଂପର୍କରେ ବୁଝା ସୁଝା କରିବା ଏଠି ସାତ ସପନ। କେବଳ କିଛି ଠିକାଦାର ସେମାନଙ୍କର ହାତବାରିସୀ ସାଜିଛନ୍ତି। ଯେଉଁଠି ବିକାଶ ହେବା କଥା ସେଇଠି କାମ ହେଉନି। ଏଥି ସକାଶେ ଅତୀତରେ ନାକଟିଦେଉଳ ବ୍ଲକ୍ ରେ ମାଓ ମାନଙ୍କର ସଂଗଠନ ଗଢି ଉଠିଥିଲା। ମାଓ କବଳରେ ନାକଟିଦେଉଳ ଅତୀତରେ ଥିଲା। ମାଓ ମାନଙ୍କ ପାଇଁ ବହୁ ରାସ୍ତା, ପୋଲ ହୋଇଥିବା ବେଳେ ମାଓ ସଂଗଠନ ନିରବି ଯିବାରୁ ସବୁ ଫସର ଫାଟିଯାଇଛି।

ସେମିତି ଗାଁ ରହିଛି ନାକଟିଦେଉଳ ବ୍ଲକ୍‌ରେ ଯେଉଁ ଗାଁ କୁ ବର୍ଷା ଦିନେ ଯିବାକୁ ରାସ୍ତା ନାହିଁ କି ପୋଲ ବି ନାହିଁ। ସେଇ ଗାଁ ଗୁଡିକ ହେଲା କେଲୋ ବଳମ୍ ପଂଚାୟତର ବେତଝରଣ, ଧଳତଇଲା, ଡିମିରିିକୁଦା, ରଞା, ଗଞାବାହାଳ ଏବଂ ନୂତନ ଗଞାବାହାଳ। ଏହି ଗ୍ରାମ ଗୁଡିକ ବର୍ଷା ଦିନରେ ବ୍ଲକ୍ ପ୍ରଶାସନ ଠାରୁ ବିଚ୍ଛିନ୍ନ ହୋଇପଡେ ନାଳ ଥିବାରୁ। ଗ୍ରାମବାସୀ ବାଧ୍ୟ ହୋଇ ପାଖା ପାଖି ୨୫ ରୁ ୩୦ କିଲୋମିଟର ଦେଇ ନାକଟିଦେଉଳ ବ୍ଲକ୍ କୁ ଆସିଥାନ୍ତି। ଏହି ଗ୍ରାମ ଗୁଡିକର ମୁଖ୍ୟ ପ୍ରତିବନ୍ଧକ ହେଲା ଝରଝରି ନାଳ। ସେଇ ଗୋଟିଏ ନାଳ ଏହି ଗାଁ ଗୁଡିକୁ ୩ ଟି ସ୍ଥାନରେ ପ୍ରତିବନ୍ଧକ ସୃଷ୍ଟି କରୁଛି।

ଗାଁ ଲୋକମାନେ ବାଧ୍ୟହୋଇ ତିନୋଟି ସ୍ଥାନରେ ପୋଲ ନିର୍ମାଣ କରି ବ୍ଲକ୍ କାର୍ଯ୍ୟାଳୟକୁ ଯିବା ଆସିବା କରୁଛନ୍ତି। ଏହି କାଠ ପୋଲ ପାଇଁ ବ୍ଲକ୍ ପ୍ରଶାସନ ଗୋଟିଏ ବି ଟଙ୍କା ଦେଇ ନ ଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଏହି ଗାଁ ଗୁଡିକର ଲୋକଙ୍କ କଥା କୌଣସି ନେତା ଶୁଣୁ ନ ଥିବା ଅଭିଯୋଗ ହେଉଛି। ଭୋଟ ଆସିଲେ ହାତୀ ଦେବୁ ଘୋଡା ଦେବୁ କହି ନେତା ମାନେ ଭୋଟ ଭିକ୍ଷା କରି ପାଂଚ ବର୍ଷ ପର୍ଯ୍ୟନ୍ତ ଆଉ ଦେଖା ଦିଅନ୍ତି ନାହିଁ। ବର୍ଷା ହେଲେ ଏହି ଗାଁ ଗୁଡିକର ପାଖା ପାଖି ୭୦୦ ଲୋକ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସେଇ ନାଳ ଉପରେ ପୋଲ ନିର୍ମାଣ ହେଲେ ବ୍ଲକ୍ ଏବଂ ଡାକ୍ତରଖାନାକୁକୁ ଆସିବା ପାଇଁ ୯ କିଲୋମିଟର କମିଯିବ।

ଏହି ଗାଁ ଗୁଡିକରେ ପିଇବା ପାଣିର ଘୋର ଅଭାବଦେଖା ଯାଇଛି। ବର୍ଷା ଦିନେ ଗାଁ ଗୁଡିକୁ ଆମ୍ବଲାନସ୍ ଆସିପାରେ ନାହିଁ। ଆମ୍ବୁଲାନସ୍ ଆସୁପାରି ନ ଥିବାରୁ ରୋଗୀ ମୃତ୍ୟୁ ମୁଖରେ ପଡେ। ଗାଁ ରେ ଥିବା ଛାତ୍ରଛାତ୍ରୀମାନେ ପାଠ ପଢାରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି।

ଏହି ଗାଁ ଗୁଡିକ କିପରି ବର୍ଷା ଦିନେ ସୁବିଧାରେ ଯାଇ ପାରିବେ ପ୍ରଶାସନ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ପ୍ରଶାସନ ଧ୍ୟାନ ନ ଦେବାରୁ ଗ୍ରାମବାସୀ ବାଧ୍ୟ ହୋଇ ୩ ଟି ସ୍ଥାନରେ କାଠ ପୋଲ ନର୍ମାଣ କରି ବିପଦସଙ୍କୁଳ ଅବସ୍ଥାରେ ଯିବା ଆସିବା କରିୁୁଛନ୍ତି। ସରକାର ଏହି ଗାଁ ସଂଯୋଗ କରୁଥିବା ଝର୍‌ଝରି ନାଳ ଉପରେ ପୋଲ ନିର୍ମାଣ କରିବାକୁ ଗ୍ରାମବାସି ଦାବୀ କରିଛନ୍ତି। ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ପଛାଇବେ ନାହିଁ ବୋଲି ଗ୍ରାମବାସୀମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

ରେଢାଖୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ରେଢ଼ାଖୋଲ ବିଜୁ ଜନତା ଦଳ ପକ୍ଷରୁ ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମ ଜୟନ୍ତୀ

March 5, 2026

ଜନଗଣନା-୨୦୨୭ ପାଇଁ ‘ପ୍ରଗତି’ ଏବଂ ‘ବିକାଶ’ ମାସ୍କଟ୍‌ର ଶୁଭାରମ୍ଭ କଲେ ଅମିତ ଶାହ

March 5, 2026

ଆମେରିକା ଇରାନ ସଂଘର୍ଷ: ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଇରାନ ଓ ଓମାନ ବୈଦେଶିକ ମନ୍ତ୍ରୀଙ୍କ ସହିତ ହେଲେ କଥା

March 5, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୧ତମ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

March 5, 2026
Latest News

ରେଢ଼ାଖୋଲ ବିଜୁ ଜନତା ଦଳ ପକ୍ଷରୁ ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମ ଜୟନ୍ତୀ

March 5, 2026

ଜନଗଣନା-୨୦୨୭ ପାଇଁ ‘ପ୍ରଗତି’ ଏବଂ ‘ବିକାଶ’ ମାସ୍କଟ୍‌ର ଶୁଭାରମ୍ଭ କଲେ ଅମିତ ଶାହ

March 5, 2026

ଆମେରିକା ଇରାନ ସଂଘର୍ଷ: ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଇରାନ ଓ ଓମାନ ବୈଦେଶିକ ମନ୍ତ୍ରୀଙ୍କ ସହିତ ହେଲେ କଥା

March 5, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୧ତମ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

March 5, 2026

ବିହାର ରାଜନୀତିରେ ରୋଚକ ସ୍ଥିତି, ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର

March 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.