Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ମୁମ୍ବାଇ ଇଣ୍ଡିଆନ୍‌ସର କେନ୍ଦ୍ରୀୟ ଟିମ୍‌ରେ ମାହେଲା ଜୟବର୍ଦ୍ଧନେ ଓ ଜାହିର ଖାନଙ୍କୁ ନୂତନ ଦାୟିତ୍ୱ
ଅନ୍ତରାଷ୍ଟ୍ରୀୟ

ମୁମ୍ବାଇ ଇଣ୍ଡିଆନ୍‌ସର କେନ୍ଦ୍ରୀୟ ଟିମ୍‌ରେ ମାହେଲା ଜୟବର୍ଦ୍ଧନେ ଓ ଜାହିର ଖାନଙ୍କୁ ନୂତନ ଦାୟିତ୍ୱ

September 14, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ପାଇଁ ଏକ ବିଶ୍ୱସ୍ତରୀୟ କ୍ରିକେଟ୍ ପରମ୍ପରା ଗଠନ କରିବା ଲାଗି ଏମ୍‌ଆଇ ପକ୍ଷରୁ ମାହେଲା ଜୟବର୍ଦ୍ଧନେ ଓ ଜାହିର ଖାନଙ୍କୁ ନୂଆ ଦାୟିତ୍ୱ ସହିତ ପଦୋନ୍ନତି ପ୍ରଦାନ କରାଯାଇଛି।

ମୁମ୍ବାଇ ଇଣ୍ଡିଆନ୍‌ସ ସହିତ ଏମ୍‌ଆଇ ଏମିରେଟ୍‌ସ ଓ ଏମ୍‌ଆଇ କେପ୍ ଟାଉନ୍ ମିଶିବା ପରେ ମୁମ୍ବାଇ ଇଣ୍ଡିଆନ୍ସର ପରିବାର (ୱାନ ଫାମିଲି)ର କଳେବର ବେଶ ବୃଦ୍ଧି ପାଇଛି ଯାହାର ପରିଚାଳନା ପାଇଁ ଏକ କେନ୍ଦ୍ରୀୟ ଟିମ୍‌ର ଆବଶ୍ୟକତା ଥିବା କର୍ତୃପକ୍ଷଙ୍କ ହୃଦୟଙ୍ଗମ ହୋଇଥିଲା। ସେହି ଟିମ୍ ଏମ୍‌ଆଇର ମୂଲ୍ୟବୋଧ ଓ ଶିକ୍ଷା ଦର୍ଶନକୁ ନେଇ “ୱାନ ପରିବାର ଟିମ୍‌’ଗୁଡ଼ିକରେ ନିରନ୍ତରତା ବଜାୟ ରଖିବା ସୁନିଶ୍ଚିତ କରିବ ଯାହା ଏମ୍‌ଆଇକୁ ସମଗ୍ର ବିଶ୍ୱରେ ସବୁଠୁ ପସନ୍ଦର କ୍ରିକେଟ୍ ବ୍ରାଣ୍ଡ୍‌ରେ ପରିଣତ କରିବ। ଗଠନ କରାଯାଇଥିବା ଢ଼ାଂଚା ଅନୁସାରେ ଏମ୍‌ଆଇର ମୂଲ୍ୟବୋଧ ବିଷୟରେ ଗଭୀର ଜ୍ଞାନ ଓ ଭଲ ଟ୍ରାକ୍ ରେକର୍ଡ ଥିବା ଦୁଇ ଭେଟେରାନ୍ ଖେଳାଳି ମାହେଲା ଜୟବର୍ଦ୍ଧନେ ଓ ଜାହିର ଖାନଙ୍କୁ ନୂତନ ଭୂମିକାକୁ ପଦୋନ୍ନତି ପ୍ରଦାନ କରାଯାଇଛି।

ମାହେଲା ଜୟବର୍ଦ୍ଧନେଙ୍କୁ ଏମ୍‌ଆଇ ଗ୍ଲୋବାଲ୍ ହେଡ୍‌-ପରଫରମାନ୍ସ ଭାବେ ନିଯୁକ୍ତ କରାଯାଇଛି। ମୁମ୍ବାଇ ଇଣ୍ଡିଆନ୍ସ ଗ୍ରୁପ୍‌ର ସାରା ବିଶ୍ୱର କ୍ରିକେଟ୍ ପରିଚାଳନା ଦାୟିତ୍ୱକୁ ସେ ତୁଲାଇବେ। ସାମଗ୍ରିକ ରଣନୀତି ଯୋଜନା ପ୍ରସ୍ତୁତ କରିବା, ବିଶ୍ୱସ୍ତରୀୟ ଉଚ୍ଚ ପ୍ରଦର୍ଶନର ଏକ ସମନ୍ୱିତ ବ୍ୟବସ୍ଥା ସୃଷ୍ଟି କରିବା ସମେତ ପ୍ରତି ଟିମ୍‌ର କୋଚିଂ ଓ ସହାୟକ ଢ଼ାଂଚାର ଦାୟିତ୍ୱ ମଧ୍ୟ ତାଙ୍କ ଉପରେ ରହିବ। ପ୍ରତି ଟିମ୍‌ର ମୁଖ୍ୟ ପ୍ରଶିକ୍ଷକଙ୍କ ସହ ମିଶି ଟିମ୍‌ଗୁଡ଼ିକରେ ତାଳମେଳକୁ ମଧ୍ୟ ସେ ସୁନିଶ୍ଚିତ କରିବେ। ମୁମ୍ବାଇ ଇଣ୍ଡିଆନ୍ସକୁ ଏକ ଚମତ୍କାର ବ୍ରାଣ୍ଡ୍‌ରେ ପରିଣତ କରିବା ମଧ୍ୟ ତାଙ୍କ କାମ ହେବ।

ଏମ୍‌ଆଇର ଗ୍ଲୋବାଲ୍ ହେଡ୍‌-କ୍ରିକେଟ୍ ଡେଭେଲପ୍‌ମେଂଟ୍ ଭାବେ ଜାହିର ଖାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। କ୍ରୀଡ଼ାବିତଙ୍କ ବିକାଶ, ସମଗ୍ର ଭୌଗୋଳିକ ଅଂଚଳରୁ ପ୍ରତିଭା ଚିହ୍ନଟ କରି ସେମାନଙ୍କୁ ସାମିଲ ଓ ଶାଣିତ କରିବା ଲାଗି ଏମଆଇର ଦୃଢ଼ କାର୍ଯ୍ୟକ୍ରମ ଦାୟିତ୍ୱରେ ସେ ରହିବେ ଯାହା ହେଉଛି ଏମ୍‌ଆଇର ମୂଳ ଦର୍ଶନ ଓ ସଫଳତାର ମନ୍ତ୍ର। ପ୍ରତି ଭୌଗୋଳିକ ଅଂଚଳରେ ସ୍ୱତନ୍ତ୍ର ପ୍ରକାରର ଆହ୍ୱାନ ରହିଛି  ଏବଂ ଜାହିରଙ୍କ ପଦୋନ୍ନତି ସାରା ବିଶ୍ୱରେ ଏମ୍‌ଆଇ ଟିମ୍‌କୁ ସହାୟକ ହେବାରେ ପ୍ରମୁଖ ଭୂମିକା ନିର୍ବାହ କରିବ।

ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ୍‌ର ଅଧ୍ୟକ୍ଷ ଆକାଶ ଏମ୍ ଅମ୍ବାନି କହିଛନ୍ତି ଯେ, “ମାହେଲା ଓ ଜାହିର ଆମର ବିଶ୍ୱସ୍ତରୀୟ ମୂଳ ଟିମ୍‌ର ଅଂଶ ହୋଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ଉଭୟ ହେଉଛନ୍ତି ଏମ୍‌ଆଇ ପରିବାରର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏମ୍‌ଆଇ ଯେଉଁଥିପାଇଁ ପରିଚିତ ସେହି ଭାବର ସେମାନେ ପ୍ରତୀକ। ମୋର ବିଶ୍ୱାସ ରହିଛି ଯେ ସାରା ବିଶ୍ୱରେ ଆମର ସମସ୍ତ ଟିମ୍ ପାଇଁ ସେମାନେ ସେହି ପ୍ରବାହକୁ ସୁନିଶ୍ଚିତ କରିବେ ଏବଂ ସାରା ବିଶ୍ୱର କ୍ରିକେଟ୍ ବ୍ୟବସ୍ଥାରେ ଭିନ୍ନତା ଆଣିପାରିବେ।’’

ଏମ୍‌ଆଇର ଗ୍ଲୋବାଲ୍ ହେଡ୍‌-ପରଫରମାନ୍ସ ମାହେଲା ଜୟବର୍ଦ୍ଧନେ କହିଛନ୍ତି ଯେ, “ଏମ୍‌ଆଇର ବିଶ୍ୱସ୍ତରୀୟ କ୍ରିକେଟ୍ ପରିଚାଳନାର ନେତୃତ୍ୱ ନେବା ମୋ ପାଇଁ ହେଉଛି ସମ୍ମାନର ବିଷୟ। ଶ୍ରୀମତୀ ଅମ୍ବାନି ଓ ଆକାଶଙ୍କ ନେତୃତ୍ୱ ଓ ମାର୍ଗଦର୍ଶନ ଏମ୍‌ଆଇକୁ ସବୁଠୁ ମୂଲ୍ୟବାନ ବିଶ୍ୱସ୍ତରୀୟ କ୍ରିକେଟ୍ ଫ୍ରାଂଚାଇଜିରେ ପରିଣତ କରିଛି ଏବଂ ବିଶ୍ୱସ୍ତରରେ ଏମ୍‌ଆଇର କଳେବର ବୃଦ୍ଧି ପାଉଥିବା ଦେଖି ମୋତେ ବେଶ ଖୁସି ଅନୁଭବ ହେଉଛି। କ୍ରିକେଟ୍‌ର ଏକ ଦୃଢ଼ ବିଶ୍ୱସ୍ତରୀୟ ବ୍ରାଣ୍ଡ୍ ଗଠନ କରିବା ଲାଗି ନୂଆ ଦାୟିତ୍ୱ ନିର୍ବାହ କରିବାକୁ ମୁଁ ଚାହିରହିଛି।’’

ଏମ୍‌ଆଇର ଗ୍ଲୋବାଲ୍ ହେଡ୍‌-କ୍ରିକେଟ୍ ଡେଭେଲପ୍‌ମେଂଟ୍ ଶ୍ରୀଯୁକ୍ତ ଜାହିର ଖାନ କହିଛନ୍ତି ଯେ, “ଏହି ନୂତନ ଭୂମିକା ଗ୍ରହଣ କରି ମୁଁ କୃତଜ୍ଞ ଏବଂ ମୋ ଉପରେ ବିଶ୍ୱାସ ପ୍ରକଟ କରିଥିବାରୁ ନୀତା ଅମ୍ବାନି ଓ ଆକାଶଙ୍କୁ ଧନ୍ୟବାଦ ଜଣାଉଛି। ଜଣେ ଖେଳାଳି ଓ ଏକ ପ୍ରଶିକ୍ଷକ ଟିମ୍ ସଦସ୍ୟ ଭାବେ ଏମ୍‌ଆଇ ମୋ ପାଇଁ ନିଜ ଘର ଭଳି ଏବଂ ଆମେ ଏକ ନୂତନ ଯାତ୍ରାର ଶୁଭାରମ୍ଭ କରିବାକୁ ଯାଉଥିବା ବେଳେ ଏହି ପରିବାରରେ ଯୋଗ ଦେବାକୁ ଯାଉଥିବା ନୂଆ ସମ୍ଭାବନାମାନଙ୍କୁ ସନ୍ଧାନ କରିବା ପାଇଁ ତଥା ବିଶ୍ୱସ୍ତରୀୟ ନେଟୱର୍କର ସବୁ ଅଂଶୀଦାରଙ୍କ ସହ ଯୋଡ଼ି ହୋଇ କାମ କରିବାକୁ ମୁଁ ଚାହିରହିଛି।’’

କେନ୍ଦ୍ରୀୟ ଟିମ୍‌ ଜାହିର ଖାନ ମୁମ୍ବାଇ ଇଣ୍ଡିଆନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ ଟ୍ରେନର ଏୟାରକ୍ରାଫ୍ଟ ମୁହାଁମୁହିଁ ଧକ୍କା : ୪ ପାଇଲଟ୍ ମୃତ

October 24, 2026

ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

October 24, 2026

ରାହୁଲ ଗାନ୍ଧୀଙ୍କୁ ବ୍ୟବସାୟୀଙ୍କ ଚିଠି: ଦୀପାବଳି ପରେ ରାଲି କରିବାକୁ ଅନୁରୋଧ

October 24, 2026

୧୬ ଜିଲ୍ଲାକୁ ସତର୍କ ସୂଚନା: ବାତ୍ୟା ଆଶଙ୍କାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌

October 24, 2026
Latest News

ଦୁଇ ଟ୍ରେନର ଏୟାରକ୍ରାଫ୍ଟ ମୁହାଁମୁହିଁ ଧକ୍କା : ୪ ପାଇଲଟ୍ ମୃତ

October 24, 2026

ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

October 24, 2026

ସମ୍ଭାବ୍ୟ ବାତ୍ୟା: ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ସମୀକ୍ଷା ଓ ଗଞ୍ଜାମରେ ପ୍ରଶାସନିକ ସଜବାଜ

October 24, 2026

ବୁଲିଯିବାକୁ କହି ଆଉ ଫେରିଲେନି ଯୁବକ

October 24, 2026

ଗଞ୍ଜେଇ ଜବତ, ଜଣେ ଗିରଫ

October 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.